ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ପୋଖରୀରେ ଫିଙ୍ଗିଦେଲେ ଇଭିଏମ୍‌

କୋଲକାତା,୧ା୬: ଲୋକ ସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ଦକ୍ଷିଣ ଚବିଶ ପ୍ରଗଣା କୁଲତଲିରେ ହଠାତ୍‌ ଭୋଟରମାନେ ରାଗିଯାଇଥିଲେ। ମତଦାନ ବୁଥ୍‌ରେ ପଶି ଏକ ଇଭିଏମ୍‌ ଉଠାଇ ନିକଟସ୍ଥ ପୋଖରୀରେ ଫିଙ୍ଗି ଭୋଟ୍‌ ପ୍ରକ୍ରିୟାକୁ ଅଟକାଇ ଦେଇଥିଲେ ଭୋଟର। ଯେତେବେଳେ କିଛି ଭୋଟରଙ୍କୁ ମତଦାନ ବୁଥ୍‌ରେ ପ୍ରବେଶ ପାଇଁ ଅଟକା ଯାଇଥିଲା ସେତେବେଳେ ଏପରି କାଣ୍ଡ ଘଟିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ପ୍ରବଳ ରାଗିଯାଇଥିଲେ। ସେମାନେ ଜବରଦସ୍ତ ମତଦାନ କେନ୍ଦ୍ରରେ ପଶି ଭୋଟର ଭେରିଫାଏଡ୍‌ ପେପର […] The post ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ପୋଖରୀରେ ଫିଙ୍ଗିଦେଲେ ଇଭିଏମ୍‌ appeared first on Dharitri Odia News.

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ପୋଖରୀରେ ଫିଙ୍ଗିଦେଲେ ଇଭିଏମ୍‌

କୋଲକାତା,୧ା୬: ଲୋକ ସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ଦକ୍ଷିଣ ଚବିଶ ପ୍ରଗଣା କୁଲତଲିରେ ହଠାତ୍‌ ଭୋଟରମାନେ ରାଗିଯାଇଥିଲେ। ମତଦାନ ବୁଥ୍‌ରେ ପଶି ଏକ ଇଭିଏମ୍‌ ଉଠାଇ ନିକଟସ୍ଥ ପୋଖରୀରେ ଫିଙ୍ଗି ଭୋଟ୍‌ ପ୍ରକ୍ରିୟାକୁ ଅଟକାଇ ଦେଇଥିଲେ ଭୋଟର। ଯେତେବେଳେ କିଛି ଭୋଟରଙ୍କୁ ମତଦାନ ବୁଥ୍‌ରେ ପ୍ରବେଶ ପାଇଁ ଅଟକା ଯାଇଥିଲା ସେତେବେଳେ ଏପରି କାଣ୍ଡ ଘଟିଥିଲା।

ଏହା ଦେଖି ସ୍ଥାନୀୟ ଲୋକେ ପ୍ରବଳ ରାଗିଯାଇଥିଲେ। ସେମାନେ ଜବରଦସ୍ତ ମତଦାନ କେନ୍ଦ୍ରରେ ପଶି ଭୋଟର ଭେରିଫାଏଡ୍‌ ପେପର ଅଡିଟ୍‌ ଟ୍ରେଲ ସହିତ ଇଭିଏମ୍‌କୁ ନେଇ ପୋଖରୀରେ ଫିଙ୍ଗି ଦେଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

The post ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ପୋଖରୀରେ ଫିଙ୍ଗିଦେଲେ ଇଭିଏମ୍‌ appeared first on Dharitri Odia News.