ପଶ୍ଚିମବଙ୍ଗରେ ପୁଣି ହିଂସା: ଜଣେ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ
କୋଲକାତା,୨୩ା୫: ମେ’ ୨୫ରେ ଷଷ୍ଠ ପର୍ଯ୍ୟାୟ ମତଦାନ ପୂର୍ବରୁ ପଶ୍ଚିମବଙ୍ଗରେ ପୁଣି ଥରେ ହିଂସା ଘଟିଛି। ରାଜ୍ୟର ନନ୍ଦିଗ୍ରାମରେ ଭାଜପା-ଟିଏମ୍ସି କର୍ମୀଙ୍କ ମଧ୍ୟରେ ହିଂସା ଘଟିଥିବା ଖବର ଆସିଛି। ବୁଧବାର (୨୨ ମେ’) ରାତିରେ ନନ୍ଦିଗ୍ରାମରେ ତୃଣମୂଳ କଂଗ୍ରେସ (ଟିଏମସି) କର୍ମୀମାନେ ଜଣେ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ କରିଥିବା ଭାଜପା ଅଭିଯୋଗ କରିଛି। ଏ ସମ୍ପର୍କରେ ଗୁରୁବାର ନନ୍ଦିଗ୍ରାମରେ ଭାଜପା ଏକ ବିକ୍ଷୋଭ ପ୍ରଦର୍ଶନ କରିଛି। ଅନ୍ୟପକ୍ଷରେ ଆକ୍ରମଣ ଅଭିଯୋଗକୁ ଟିଏମ୍ସି ଅସ୍ବୀକାର କରିଛି। ଏକ ରିପୋର୍ଟ […] The post ପଶ୍ଚିମବଙ୍ଗରେ ପୁଣି ହିଂସା: ଜଣେ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ appeared first on Dharitri Odia News.
କୋଲକାତା,୨୩ା୫: ମେ’ ୨୫ରେ ଷଷ୍ଠ ପର୍ଯ୍ୟାୟ ମତଦାନ ପୂର୍ବରୁ ପଶ୍ଚିମବଙ୍ଗରେ ପୁଣି ଥରେ ହିଂସା ଘଟିଛି। ରାଜ୍ୟର ନନ୍ଦିଗ୍ରାମରେ ଭାଜପା-ଟିଏମ୍ସି କର୍ମୀଙ୍କ ମଧ୍ୟରେ ହିଂସା ଘଟିଥିବା ଖବର ଆସିଛି। ବୁଧବାର (୨୨ ମେ’) ରାତିରେ ନନ୍ଦିଗ୍ରାମରେ ତୃଣମୂଳ କଂଗ୍ରେସ (ଟିଏମସି) କର୍ମୀମାନେ ଜଣେ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ କରିଥିବା ଭାଜପା ଅଭିଯୋଗ କରିଛି। ଏ ସମ୍ପର୍କରେ ଗୁରୁବାର ନନ୍ଦିଗ୍ରାମରେ ଭାଜପା ଏକ ବିକ୍ଷୋଭ ପ୍ରଦର୍ଶନ କରିଛି। ଅନ୍ୟପକ୍ଷରେ ଆକ୍ରମଣ ଅଭିଯୋଗକୁ ଟିଏମ୍ସି ଅସ୍ବୀକାର କରିଛି।
ଏକ ରିପୋର୍ଟ ଅନୁଯାୟୀ, ନନ୍ଦିଗ୍ରାମରେ ହୋଇଥିବା ହିଂସାରେ ଆହତ ହୋଇଥିବା ଜଣେ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟିଏମ୍ସି କହିଛି, ଭାଜପା କର୍ମୀଙ୍କ ମଧ୍ୟରେ ଝଗଡା ହୋଇଥିଲା, ଏହି କାରଣରୁ ସେମାନେ ନିଜେ ପରସ୍ପର ସହ ସଂଘର୍ଷ କରିଥିଲେ।
The post ପଶ୍ଚିମବଙ୍ଗରେ ପୁଣି ହିଂସା: ଜଣେ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ appeared first on Dharitri Odia News.