ପଶ୍ଚିମବଙ୍ଗରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ ?

ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମବଙ୍ଗରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ। ରାଜ୍ଯପାଳ ସିଭି ଆନନ୍ଦ ବୋଷ ଆଜି ଦିଲ୍ଲୀ ଗସ୍ତରେ... The post ପଶ୍ଚିମବଙ୍ଗରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ ? appeared first on .

ପଶ୍ଚିମବଙ୍ଗରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ ?

ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମବଙ୍ଗରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ। ରାଜ୍ଯପାଳ ସିଭି ଆନନ୍ଦ ବୋଷ ଆଜି ଦିଲ୍ଲୀ ଗସ୍ତରେ ଯାଉଥିବାରୁ ଏହି ଚର୍ଚ୍ଚା ହେଉଛି। ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ର ସ୍ବାସ୍ଥ୍ଯମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିବେ ପଶ୍ଚିମବଙ୍ଗ  ରାଜ୍ଯପାଳ। କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ଯା ଏବଂ ଏହା ପରବର୍ତ୍ତୀ ସ୍ଥିତି ନେଇ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ରିପୋର୍ଟ ଦେବେ ସିଭି ଆନନ୍ଦ ବୋଷ। ତା ପରେ କେନ୍ଦ୍ର ସରକାର କିଛି ପଦକ୍ଷେପ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେପଟେ ଆସନ୍ତାକାଲି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ। ନିଜେ ସୁପ୍ରିମକୋର୍ଟ ନିଜ ଆଡୁ ମାମଲା ଗ୍ରହଣ କରି ପଶ୍ଚିମବଙ୍ଗ ସରକାରଙ୍କୁ ଜବାବ ମାଗିଥିଲେ। ଆସନ୍ତାକାଲି ମଧ୍ଯ ଅଭିଯୁକ୍ତର ଲାଇ ଡିଟେକସନ୍ ଟେଷ୍ଟ ହେବ। କେନ୍ଦ୍ର ସରକାର ଓ  ଡାକ୍ତର ସଂଘର ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରି ପାରି ନାହିଁ। ପୂର୍ଣ୍ଣ ସୁରକ୍ଷା ଦାବିରେ ଆନ୍ଦୋଳନ ଜାରି ରଖିବାକୁ ଡାକ୍ତର ସଂଘ ନିଷ୍ପତ୍ତି ନେଇଛି। କେନ୍ଦ୍ର ସ୍ବାସ୍ଥ୍ଯ ସଚିବ ଅପୂର୍ବ ଚନ୍ଦ୍ରା ପ୍ରତିଶୃତି ଦେଇଛନ୍ତି-କେନ୍ଦ୍ର ସରକାରଙ୍କ ସବୁ ହସପିଟାଲରେ ୨୫ ପ୍ରତିଶତ ଅଧିକ ସିକ୍ଯୁରିଟି ଗାର୍ଡ ନିଯୁକ୍ତି କରାଯିବ। ମାର୍ଶାଲ ବି ନିୟୋଜିତ ହେବେ, ସିସିଟିଭି ଲଗାଯିବ। ଏହା ଡାକ୍ତର ସଂଘକୁ ସନ୍ତୁଷ୍ଟ କରିପାରିନାହିଁ। ତେଣୁ ସେମାନେ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। କେବଳ ଜରୁରୀ ସେବା ଚାଲିଛି। ବନ୍ଦ ଅଛି ଓପିଡି।

The post ପଶ୍ଚିମବଙ୍ଗରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ ? appeared first on .