ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ରାଜ୍ଯ ସ୍ତରୀୟ ସମ୍ବଲପୁରୀ ଦିନ:ବାର ବର୍ଷ ପରେ ଆନ୍ଦୋଳନରେ ପରିଣତ

ସମ୍ବଲପୁର:ଭାରତୀ ସମାଜ ପକ୍ଷରୁ ୧୨ ବର୍ଷ ପୁର୍ବରୁ ଗୁରୁ ସତ୍ଯ ନାରାୟଣ ବହିଦାର ଙ୍କର ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମରେ ହୋଇଥିବା ନିଷ୍ପତ୍ତି ଏବେ ଜନ ଆନ୍ଦୋଳନ ରେ ପରିଣତ ହୋଇଛି । ଦିନକୁ ଦିନ ସମ୍ବଲପୁରୀ ଦିନ୍ ପଶ୍ଚିମାଞ୍ଚଳ ବାସୀଙ୍କ ଅସ୍ମିତାର ଦିନ ଭାବେ ଗ୍ରହଣୀୟ ହୋଇଚାଲିଛି । ଚଲିତ ବର୍ଷ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଗୁରୁ ସତ୍ଯ ନାରାୟଣ ସମ୍ବଲପୁରୀ ଡେରାରେ ରାଜ୍ଯ ସ୍ତରୀୟ ସମ୍ବଲପୁରୀ ଦିନ ଆୟୋଜିତ ହୋଇଛି । ସମ୍ବଲପୁରୀ ସଂସ୍କୃତି […] The post ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ରାଜ୍ଯ ସ୍ତରୀୟ ସମ୍ବଲପୁରୀ ଦିନ:ବାର ବର୍ଷ ପରେ ଆନ୍ଦୋଳନରେ ପରିଣତ appeared first on Odisha.News.

ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ରାଜ୍ଯ ସ୍ତରୀୟ ସମ୍ବଲପୁରୀ ଦିନ:ବାର ବର୍ଷ ପରେ   ଆନ୍ଦୋଳନରେ ପରିଣତ

ସମ୍ବଲପୁର:ଭାରତୀ ସମାଜ ପକ୍ଷରୁ ୧୨ ବର୍ଷ ପୁର୍ବରୁ ଗୁରୁ ସତ୍ଯ ନାରାୟଣ ବହିଦାର ଙ୍କର ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମରେ ହୋଇଥିବା ନିଷ୍ପତ୍ତି ଏବେ ଜନ ଆନ୍ଦୋଳନ ରେ ପରିଣତ ହୋଇଛି । ଦିନକୁ ଦିନ ସମ୍ବଲପୁରୀ ଦିନ୍ ପଶ୍ଚିମାଞ୍ଚଳ ବାସୀଙ୍କ ଅସ୍ମିତାର ଦିନ ଭାବେ ଗ୍ରହଣୀୟ ହୋଇଚାଲିଛି ।
ଚଲିତ ବର୍ଷ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଗୁରୁ ସତ୍ଯ ନାରାୟଣ ସମ୍ବଲପୁରୀ ଡେରାରେ ରାଜ୍ଯ ସ୍ତରୀୟ ସମ୍ବଲପୁରୀ ଦିନ ଆୟୋଜିତ ହୋଇଛି । ସମ୍ବଲପୁରୀ ସଂସ୍କୃତି ର ପୁରୋଧା ଗୁରୁଶ୍ରୀ ସତ୍ଯ ନାରାୟଣ ବହିଦାରଙ୍କ ର ଜନ୍ମଶତବାର୍ଷିକୀ ୨୦୧୩ ରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ଗଠନ କରାଯାଇ ଅଗଷ୍ଟ – ୧ ତାରିଖ ରେ ସମ୍ବଲପୁରୀ ଦିନ ଭାବରେ ପାଲନ ଆରମ୍ଭ ହୋଇ ଚଲିତ ବର୍ଷ ୧୨ ବର୍ଷରେ ପଦାର୍ପଣ କରିଛି ।
ଗୁରୁଶ୍ରୀ ବହିଦାର ସମ୍ବଲପୁରୀ ସାଧକ କବି କଲାକାର ମାନଙ୍କୁ ଏକଜୁଟ କରିବା ସହ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସାରା ଜୀବନ ବଲିଦାନ ଦେଇଥିଲେ । ସ୍ଥାନୀୟ ଜେଲ ଛକ ନିକଟସ୍ଥ ସମ୍ବଲପୁରୀ ଡେରାରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ଆୟୋଜିତ ସମ୍ବଲପୁରୀ ଦିନରେ ସକାଲୁ ସମ୍ବଲପୁରୀ କବିତା ପାଠର ଆୟୋଜନ କରାଯାଇ ଥିଲା। ଡ.ସ୍ବୟଂ ପ୍ରକାଶ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଗାୟକ ଏବଂ ଗୀତିକାର ମୋତିଲାଲ ଦୋରା, ବବଲୁ ବାଗ, ଅମିନ କୁମାର ପାଢ଼ୀ ଅତିଥି ଭାବରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳର ୪୬ ଜଣ ନିମନ୍ତ୍ରିତ କବି କବୟିତ୍ରୀ ସାମିଲ ହୋଇ ସମ୍ବଲପୁରୀ କବିତା ପାଠ କରିଥିଲେ।
ଏହା ପରେ ଗୁରୁଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ପ୍ରତିମୂର୍ତ୍ତିରେ ଓଡ଼ିଶା ପଞ୍ଚାୟତିରାଜ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ମାଲ୍ୟାର୍ପଣ କରିବା ସହ ସାସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କଳାହାଣ୍ଡି ର କଳାକାର ମୂରଲୀଧର ମହାରଣାଙ୍କ ଦ୍ଵାରା କାଷ୍ଟ ନିର୍ମିତ ମୂର୍ତ୍ତୀକୁ ଲୋକାର୍ପିତ କରାଯିବା ପରେ ପୂଜାର୍ଚ୍ଚନା କରା ଯାଇଥିଲା । ଏହି ଅବସରରେ ଶ୍ରୀ ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପଶ୍ଚିମାଞ୍ଚଳ ଏକତା ମଞ୍ଚର ଆବାହକ ଭବାନିଶ ଭୋଇଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୂଖ୍ୟ ସଂଯୋଜକ ମାନସ ରଂଜନ ବକ୍ସି ଆସନ୍ତା ବର୍ଷ ସମ୍ବଲପୁରୀ ଦିନ କୁ ସରକାରି କେଲେଣ୍ଡର ର ସାମିଲ୍ କରିବାକୁ ଦାବି କରିଥିଲେ । ଉପଦେଷ୍ଟା ନାଉରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଅନ୍ୟ ଅତିଥି ମାନଙ୍କ ଭିତରେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ,ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଆଇଜି ହିମାଂଶୁ ଲାଲ, ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଏସପି ମୁକେଶ ଭାମୁ, ମହାନଗର କମିଶନର ବେଦ ଭୂଷଣ , ଆଇଆଇଏମ୍ ସମ୍ବଲପୁର ର ନିର୍ଦେଶକ ମହାଦେଓ ପ୍ରସାଦ ଜୈସୱାଲ ପ୍ରମୁଖ ସାମିଲ ହୋଇଥିଲେ।। ଗୁରୁ ସତ୍ୟ ନାରାୟଣ ସମ୍ବଲପୁରୀ ଡେରାକୁ ବିକଶିତ କରିବାରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
ସମ୍ବଲପୁରୀ ନନୀ ପ୍ରତିଯୋଗିତା ଏବଂ ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଆହ୍ବାନ କ୍ରମେ ତମନ୍ନା ଫାଉଣ୍ଡେସନ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା ।ଆଜିର କାର୍ଯ୍ୟକ୍ରମରେ ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିଲା।
ମନ୍ତ୍ରୀ ରବି ନାରାୟଣ ନାୟକ, ପଶ୍ଚିମାଞ୍ଚଳ ଏକତା ମଞ୍ଚର ଉପଦେଷ୍ଟା ନାଉରୀ ନାୟକ ଶ୍ରୀ ପୁଜାରୀଙ୍କୁ ଗୁରୁଙ୍କ ନାମରେ ଏହି ଜାତୀୟ ସମ୍ମାନ ପ୍ରଦାନ କରିଥିଲେ।
ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭର୍ଣି କଲା ପରିଷଦ, ନଟରାଜ, ଟ୍ରିବାଲ ଆର୍ଟ ଫୋକ୍, ସୋନପୁରର ରୁମକୁଝୁମାନା , ବଲାଙ୍ଗିର ତୁସରା ର ସାନବଡ ଘୁଡକା, କହର,କଲା ଓ କଳାକାର, ସ୍ଵୟଂ ଏକାଡେମୀ ସମ୍ବଲପୁରୀ ନାଚ ପ୍ରଦର୍ଶନ କରିଥିଲେ ।
ସେହିପରି ବିଶିଷ୍ଟ ଲୋକ ଗାୟକ୍ ଗୀତାଞ୍ଜଳି ପୋଢ଼ ମାମୁ ମୋତେ ଦେଇଥିଲେ ହଳଦୀ ଗିନା ଗୀତ ରେ ସମସ୍ତଙ୍କୁ ନଚେଇ ଦେଇଥିଲେ।ପଦ୍ମିନୀ ଦୋରା ଦଣ୍ଡ ଗୀତରେ ସମସ୍ତଙ୍କୁ ଝୁମେଇ ଥିଲେଲସୌମ୍ୟ ବଡ଼ପଣ୍ଡା ଆରତ ତାରିଣୀ ,ମାନସ ଷଡ଼ଙ୍ଗୀ,ଶଶାଙ୍କ ଶେଖର ଦୁବେ, ତୁସରା ର ସାନ ବଡ଼ ଘୁଡକା ପ୍ରମୁଖ କଳାକାର ଓ ଅନୁଷ୍ଠାନ ଆମ ପୁରୁଣା ସ୍ମୁତି କୁ ମନେ ପକେଇଥିଲା ସମ୍ବଲପୁରି ମହକ ପ୍ରଦର୍ଶନ କରି ଦର୍ଶକଙ୍କୁ ବିମୋହିତ କରିଥିଲେ। ସମ୍ବଲପୁରର ଲିପିକା ବିଭାର ଝରି ସରବନେ ଗୀତ ଗାଇ ବର୍ଷାର କଜାରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ।
ସକାଳେ ବର୍ଷା ସତ୍ତ୍ୱେ ସମ୍ବଲପୁରୀ ଡେରା ରେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ରାଜ୍ୟସ୍ତରୟ କାର୍ଯ୍ୟକ୍ରମରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। କାର୍ଯକ୍ରମ ରେ ୧୨ ବର୍ଷର ସମ୍ବଲପୁରୀ ଦିନ ସ୍ମରଣିକା ଉନ୍ମୋଚିତ ହୋଇଥିଲା।
ସେହିପରି ଓଡିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ର କ୍ୟାବିନେଟ ମନ୍ତ୍ରୀ ସୁରେଶ ପୂଜାରୀ ବିଳମ୍ବିତ ସନ୍ଧ୍ୟା ରେ ଯୋଗ ଦେଇଥିଲେ।ଏହି ଅବସର ରେ କିଛି କଳାକାରଙ୍କୁ ସମ୍ମାନିତ କରାଯାଇଥିଲା। ଗୁରୁଶ୍ରୀ ସତ୍ୟ ନାରାୟଣ ବହିଦାର ଙ୍କୁ ସମର୍ପିତ ଏକ ଗୀତ କୁ ମନ୍ତ୍ରୀ ଶ୍ରୀ ପୁଝାରୀ ଲୋକାର୍ପଣ କରିଥିଲେ।

The post ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ରାଜ୍ଯ ସ୍ତରୀୟ ସମ୍ବଲପୁରୀ ଦିନ:ବାର ବର୍ଷ ପରେ ଆନ୍ଦୋଳନରେ ପରିଣତ appeared first on Odisha.News.