ପାଇଖାନା ଟାଙ୍କି କାମ ବେଳେ ଚାଲିଗଲା ୩ ଶ୍ରମିକଙ୍କ ଜୀବନ, ସହାୟତା ପାଇଁ ପ୍ରତିଶୃତି ଦେଲେ ମନ୍ତ୍ରୀ
ପାଇଖାନା ଟାଙ୍କି ସଫା କରୁଥିବା ବେଳେ ଘଟିଗଲା ଅଘଟଣ। ଚାଲିଗଲା ୩ ଶ୍ରମିକଙ୍କ ଜୀବନ । ସବୁଦିନ ପରି ନିଜ କାମରେ ଘରୁ ବାହାରକୁ ଆସିଥିଲେ ହେଲେ ତାଙ୍କ ସହ ଆଜି ଏତେ ବଡ଼ ଅଘଟଣ ଘଟିଗଲା । ବିଦ୍ୟୁତ ସଂଯୋଗ କରିବା ତାଙ୍କ ପାଇଁ କାଳ ହେଲା । ଅକାଳରେ ଝଡ଼ିଗଲା ୩ ପ୍ରାଣ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଝିଙ୍କିରିଆ ପଞ୍ଚାୟତ ଗଗନଧୂଳି ଗାଁର ଜଣେ ବ୍ୟକ୍ତିଙ୍କ ପାଇଖାନା ଟାଙ୍କି କାମ କରୁଥିବା […] The post ପାଇଖାନା ଟାଙ୍କି କାମ ବେଳେ ଚାଲିଗଲା ୩ ଶ୍ରମିକଙ୍କ ଜୀବନ, ସହାୟତା ପାଇଁ ପ୍ରତିଶୃତି ଦେଲେ ମନ୍ତ୍ରୀ appeared first on KNews Odisha.

ପାଇଖାନା ଟାଙ୍କି ସଫା କରୁଥିବା ବେଳେ ଘଟିଗଲା ଅଘଟଣ। ଚାଲିଗଲା ୩ ଶ୍ରମିକଙ୍କ ଜୀବନ । ସବୁଦିନ ପରି ନିଜ କାମରେ ଘରୁ ବାହାରକୁ ଆସିଥିଲେ ହେଲେ ତାଙ୍କ ସହ ଆଜି ଏତେ ବଡ଼ ଅଘଟଣ ଘଟିଗଲା । ବିଦ୍ୟୁତ ସଂଯୋଗ କରିବା ତାଙ୍କ ପାଇଁ କାଳ ହେଲା । ଅକାଳରେ ଝଡ଼ିଗଲା ୩ ପ୍ରାଣ ।
ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଝିଙ୍କିରିଆ ପଞ୍ଚାୟତ ଗଗନଧୂଳି ଗାଁର ଜଣେ ବ୍ୟକ୍ତିଙ୍କ ପାଇଖାନା ଟାଙ୍କି କାମ କରୁଥିବା ବେଳେ ୩ ଶ୍ରମିକଙ୍କର ମୃତ୍ୟୁ ହୋଇଛି l ଗାଁର ବାପି ମାଝୀଙ୍କର ଆଜି କାମ ହେଉଥିବା ବେଳେ ଏଭଳି ଅଘଟଣ ଘଟିଛି l
ତେବେ ପାଇଖାନା ଟାଙ୍କି କାମ କରୁଥିବା ବେଳେ ସେଠାରେ ବିଦ୍ୟୁତ ସଂଯୋଗ କରି କାମ କରୁଥିଲେ l ତେଣୁ ୩ ଜଣ ଶ୍ରମିକ ବିଦ୍ୟୁତ ଆଘାତରେ ଶିକାର ହୋଇଥିଲେ l ତେଣୁ ତୁରନ୍ତ ସେମାନଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲ ଅଣାଯାଇଥିଲା। କିନ୍ତୁ ସେଠାରେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ସେମାନେ ହେଉଛନ୍ତି ବାବାଜୀ ମାଝୀ ଓ ବାପି ମାଝୀ ଏବଂ ଅନ୍ୟ ଜଣେ ହେଲେ ନରହରି ବେହେରା ।
ଏହି ଦୁଃଖଦ ଖବର ପାଇ ସିମୁଳିଆ ନିର୍ବାଚନ ମଣ୍ଡଳୀ ଗସ୍ତରେ ଥିବା ପଂଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଓ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ଭଦ୍ରକ ଡାକ୍ତରଖାନା ରେ ପହଂଚି ସେଠାରେ ଥିବା ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ । ଏହା ସହିତ ମର ଶରୀର ବ୍ୟବଛେଦ କିପରି ଶୀଘ୍ର ହେବ ତାହାର ବ୍ୟବସ୍ଥା କରିଥିଲେ । ଏବଂ ଏହି ଦୁଃଖଦ ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇ ନିଶ୍ଚୟ ସହାୟତା ପ୍ରଦାନ କରାଯିବା ନେଇ ମନ୍ତ୍ରୀ କହିଛନ୍ତି ।
Also read:ହନିମୁନ୍ ପାଇଁ ମେଘାଳୟ ଯାଇଥିଲେ ଦମ୍ପତି, ୧୦ ଦିନ ପରେ ମିଳିଲା ସ୍ୱାମୀଙ୍କ ମୃତଦେହ ସ୍ତ୍ରୀ ନିଖୋଜ
The post ପାଇଖାନା ଟାଙ୍କି କାମ ବେଳେ ଚାଲିଗଲା ୩ ଶ୍ରମିକଙ୍କ ଜୀବନ, ସହାୟତା ପାଇଁ ପ୍ରତିଶୃତି ଦେଲେ ମନ୍ତ୍ରୀ appeared first on KNews Odisha.