ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୩ ମୃତ, ଜଣେ ଗୁରୁତର ମେଡିକାଲରେ ଭର୍ତ୍ତି
କୁଚିଣ୍ଡା ୨୪/୮: ଶ୍ବାସରୁଦ୍ଧ ହୋଇ ୩ ଜଣ ମୃତ, ଜଣେ ଗୁରୁତର । କୁଚିଣ୍ଡା ଜମନକିରା ଥାନା ପୁକୁଡା ଗାଁରେ ଅଭାବନୀୟ ଘଟଣା । ନିର୍ମାଣାଧୀନ ପାଇଖାନା ଟାଙ୍କି ସେଣ୍ଟ୍ରି ଖୋଳୁଥିବା ବେଳେ ୩ ଜଣଙ୍କ ଜୀବନ ଚାଲିଯାଇଛି । ମୃତକ ୩ ଜଣ ଶ୍ରୀକାନ୍ତ ମୁଣ୍ଡା,ଭରତ ରଣା ଓ ବସନ୍ତ ଦେହୁରୀ । ଗୁରୁତର ସିଦ୍ଧାର୍ଥ ମୁଣ୍ଡାଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଗାଁର ଶ୍ରୀକାନ୍ତ ଦେହୁରୀଙ୍କ ନିର୍ମାଣାଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରି କାମରେ ନିୟୋଜିତ ଥିଲେ ଦେହୁରୁଣୀମାଲ୍ର ଶ୍ରୀକାନ୍ତ ମୁଣ୍ଡା,ଭାଇ ସିଦ୍ଧାର୍ଥ ମୁଣ୍ଡା ଓ ପୁକୁଡା ଗାଁର ଭରତ ରଣା । ଟାଙ୍କି ଭିତରକୁ ଶ୍ରୀକାନ୍ତ ଓ ଭରତ ପଶିଥିବାବେଳେ ବାହାରେ ସିଦ୍ଧାର୍ଥ ଓ ଘର ମାଲିକଙ୍କ ବଡଭାଇ ବସନ୍ତ ଠିଆ ହୋଇଥିଲେ ।ଭିତରେ ଶ୍ରୀକାନ୍ତ ଓ ଭରତ ଶ୍ବାସରୁଦ୍ଧ ହୋଇ ବାହାରକୁ ଆସିପାରୁନଥିବା ଦେଖି ସିଦ୍ଧାର୍ଥ ଓ ବସନ୍ତ ଭିତରକୁ ପଶିଥିଲେ । ଭିତରେ ୪ ଜଣ ଗୁରୁତର ହୋଇପଡିଥିଲେ । ସମସ୍ତଙ୍କୁ ଫାଶୀମାଳ ଡାକ୍ତରଖାନାକୁ ଆଣିଥିଲେ ସ୍ଥାନୀୟ ଲୋକ । ହେଲେ ବିଡମ୍ବନାର ବିଷୟ ଶ୍ରୀକାନ୍ତ,ବସନ୍ତ ଓ ଭରତକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଗୁରୁତର ସିଦ୍ଧାର୍ଥଙ୍କ ଚିକତ୍ସା ଚାଲିଛି ।ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
କୁଚିଣ୍ଡା ୨୪/୮: ଶ୍ବାସରୁଦ୍ଧ ହୋଇ ୩ ଜଣ ମୃତ, ଜଣେ ଗୁରୁତର । କୁଚିଣ୍ଡା ଜମନକିରା ଥାନା ପୁକୁଡା ଗାଁରେ ଅଭାବନୀୟ ଘଟଣା । ନିର୍ମାଣାଧୀନ ପାଇଖାନା ଟାଙ୍କି ସେଣ୍ଟ୍ରି ଖୋଳୁଥିବା ବେଳେ ୩ ଜଣଙ୍କ ଜୀବନ ଚାଲିଯାଇଛି । ମୃତକ ୩ ଜଣ ଶ୍ରୀକାନ୍ତ ମୁଣ୍ଡା,ଭରତ ରଣା ଓ ବସନ୍ତ ଦେହୁରୀ । ଗୁରୁତର ସିଦ୍ଧାର୍ଥ ମୁଣ୍ଡାଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଗାଁର ଶ୍ରୀକାନ୍ତ ଦେହୁରୀଙ୍କ ନିର୍ମାଣାଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରି କାମରେ ନିୟୋଜିତ ଥିଲେ ଦେହୁରୁଣୀମାଲ୍ର ଶ୍ରୀକାନ୍ତ ମୁଣ୍ଡା,ଭାଇ ସିଦ୍ଧାର୍ଥ ମୁଣ୍ଡା ଓ ପୁକୁଡା ଗାଁର ଭରତ ରଣା । ଟାଙ୍କି ଭିତରକୁ ଶ୍ରୀକାନ୍ତ ଓ ଭରତ ପଶିଥିବାବେଳେ ବାହାରେ ସିଦ୍ଧାର୍ଥ ଓ ଘର ମାଲିକଙ୍କ ବଡଭାଇ ବସନ୍ତ ଠିଆ ହୋଇଥିଲେ ।
ଭିତରେ ଶ୍ରୀକାନ୍ତ ଓ ଭରତ ଶ୍ବାସରୁଦ୍ଧ ହୋଇ ବାହାରକୁ ଆସିପାରୁନଥିବା ଦେଖି ସିଦ୍ଧାର୍ଥ ଓ ବସନ୍ତ ଭିତରକୁ ପଶିଥିଲେ । ଭିତରେ ୪ ଜଣ ଗୁରୁତର ହୋଇପଡିଥିଲେ । ସମସ୍ତଙ୍କୁ ଫାଶୀମାଳ ଡାକ୍ତରଖାନାକୁ ଆଣିଥିଲେ ସ୍ଥାନୀୟ ଲୋକ । ହେଲେ ବିଡମ୍ବନାର ବିଷୟ ଶ୍ରୀକାନ୍ତ,ବସନ୍ତ ଓ ଭରତକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଗୁରୁତର ସିଦ୍ଧାର୍ଥଙ୍କ ଚିକତ୍ସା ଚାଲିଛି ।ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।