ବଜେଟରେ ବଡ ଘୋଷଣା ... ୧ କୋଟି ଯୁବକ ପ୍ରତି ମାସରେ ପାଇବେ ୫୦୦୦ ଟଙ୍କା ଭତ୍ତା !

ନୂଆଦିଲ୍ଲୀ ୨୩/୦୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ କୃଷକ, ଯୁବକ ଏବଂ ମହିଳା ଉପରେ ଫୋକସ୍ ଦିଆଯାଇଛି। ରୋଜଗାରଠାରୁ ଆରମ୍ଭ କରି କୃଷି ପର୍ଯ୍ୟନ୍ତ ବଜେଟରେ ୯ଟି ପ୍ରାଥମିକତା ରହିଛି । ଏହି ଅବସରରେ ନିର୍ମଣା ସୀତାରମଣ ବଜେଟ୍ ଉପସ୍ଥାପନ କରି ଯୁବକମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସେ ଏକ କୋଟି ଯୁବକଙ୍କୁ ଭଲ ଖବର ଦେଇଛନ୍ତି।ବଜେଟ୍ ୨୦୨୪ରେ ନିର୍ମଳା ସୀତାରମଣ କହିଛନ୍ତି ଯେ ଦେଶର ଶ୍ରେଷ୍ଠ କମ୍ପାନୀଗୁଡିକରେ ଯୁବକମାନଙ୍କୁ ତାଲିମ ଦିଆଯିବ। ଆଉ ଏହି ସମୟରେ ଯୁବକମାନଙ୍କୁ ମାସିକ ୫ହଜାର ଟଙ୍କା ଭତ୍ତା ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ସ୍କିମ୍ ଅଧୀନରେ ଏହି ମାସିକ ଭତ୍ତା ୧୨ ମାସ ପାଇଁ ରହିବ । ଯୁବକମାନେ ବି ଏହି କମ୍ପାନୀଗୁଡିକରେ କେବଳ ୧୨ ମାସ ପାଇଁ ଇଣ୍ଟର୍ଣ୍ଣସିପ୍ କରିପାରିବେ । ତେବେ ଦେଶର ଶ୍ରେଷ୍ଠ କମ୍ପାନୀ ଗୁଡ଼ିକ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୧ କୋଟି ଯୁବକଙ୍କୁ ତାଲିମ ଦେବେ।Also Read- ବଜେଟ୍‌କୁ ନେଇ ରାହୁଲଙ୍କ କଟାକ୍ଷ, Xରେ ପୋଷ୍ଟ କରି କହିଲେ ସାଧାରଣ ଲୋକ ନୁହେଁ,ଲାଭ ପାଇବେ ଅଦାନୀ ଓ ଅମ୍ବାନୀ

ବଜେଟରେ ବଡ ଘୋଷଣା ... ୧ କୋଟି ଯୁବକ ପ୍ରତି ମାସରେ ପାଇବେ ୫୦୦୦ ଟଙ୍କା ଭତ୍ତା !

ନୂଆଦିଲ୍ଲୀ ୨୩/୦୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ କୃଷକ, ଯୁବକ ଏବଂ ମହିଳା ଉପରେ ଫୋକସ୍ ଦିଆଯାଇଛି। ରୋଜଗାରଠାରୁ ଆରମ୍ଭ କରି କୃଷି ପର୍ଯ୍ୟନ୍ତ ବଜେଟରେ ୯ଟି ପ୍ରାଥମିକତା ରହିଛି । ଏହି ଅବସରରେ ନିର୍ମଣା ସୀତାରମଣ ବଜେଟ୍ ଉପସ୍ଥାପନ କରି ଯୁବକମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସେ ଏକ କୋଟି ଯୁବକଙ୍କୁ ଭଲ ଖବର ଦେଇଛନ୍ତି।

ବଜେଟ୍ ୨୦୨୪ରେ ନିର୍ମଳା ସୀତାରମଣ କହିଛନ୍ତି ଯେ ଦେଶର ଶ୍ରେଷ୍ଠ କମ୍ପାନୀଗୁଡିକରେ ଯୁବକମାନଙ୍କୁ ତାଲିମ ଦିଆଯିବ। ଆଉ ଏହି ସମୟରେ ଯୁବକମାନଙ୍କୁ ମାସିକ ୫ହଜାର ଟଙ୍କା ଭତ୍ତା ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ସ୍କିମ୍ ଅଧୀନରେ ଏହି ମାସିକ ଭତ୍ତା ୧୨ ମାସ ପାଇଁ ରହିବ । ଯୁବକମାନେ ବି ଏହି କମ୍ପାନୀଗୁଡିକରେ କେବଳ ୧୨ ମାସ ପାଇଁ ଇଣ୍ଟର୍ଣ୍ଣସିପ୍ କରିପାରିବେ । ତେବେ ଦେଶର ଶ୍ରେଷ୍ଠ କମ୍ପାନୀ ଗୁଡ଼ିକ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୧ କୋଟି ଯୁବକଙ୍କୁ ତାଲିମ ଦେବେ।

Also Read- 

ବଜେଟ୍‌କୁ ନେଇ ରାହୁଲଙ୍କ କଟାକ୍ଷ, Xରେ ପୋଷ୍ଟ କରି କହିଲେ ସାଧାରଣ ଲୋକ ନୁହେଁ,ଲାଭ ପାଇବେ ଅଦାନୀ ଓ ଅମ୍ବାନୀ