ପାଇପ୍‌ ଫାଟି ଡ୍ରେନରେ ମିଶୁଛି ପାନୀୟ ଜଳ

କୋକସରା,୧୮।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ସଦର ମହକୁମା କୋକସରା ଗ୍ରାମ ପଞ୍ଚାୟତ କୋକସରାରେ ପାନୀୟ ଜଳ ଯୋଗାଣ ହେଉଥିବା ପାଇପ ଅନେକ ସ୍ଥାନରେ ଫାଟି ଯାଇଛି। ଡ୍ରେନର ପାଣି ପାଇପରେ ମିଶିବା ସହ ଏହି ଦୂଷିତ ପାଣି ଘର ଘରକୁ ଯୋଗାଣ ହେଉଛି। ବିଭିନ୍ନ ସମୟରେ ସ୍ଥାନୀୟ ପଞ୍ଚାୟତରେ ଗ୍ରାମବାସୀ ଏନେଇ ଅଭିଯୋଗ କରିବା ସତ୍ତ୍ୱେ ମଧ୍ୟ ପଞ୍ଚାୟତ କର୍ତ୍ତୃପକ୍ଷ କିମ୍ବା ଗ୍ରାମ୍ୟ ଜଳଯୋଗାଣ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ନେଉ ନାହାଁନ୍ତି। […] The post ପାଇପ୍‌ ଫାଟି ଡ୍ରେନରେ ମିଶୁଛି ପାନୀୟ ଜଳ appeared first on Dharitri Odia News.

ପାଇପ୍‌ ଫାଟି ଡ୍ରେନରେ ମିଶୁଛି ପାନୀୟ ଜଳ

କୋକସରା,୧୮।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ସଦର ମହକୁମା କୋକସରା ଗ୍ରାମ ପଞ୍ଚାୟତ କୋକସରାରେ ପାନୀୟ ଜଳ ଯୋଗାଣ ହେଉଥିବା ପାଇପ ଅନେକ ସ୍ଥାନରେ ଫାଟି ଯାଇଛି। ଡ୍ରେନର ପାଣି ପାଇପରେ ମିଶିବା ସହ ଏହି ଦୂଷିତ ପାଣି ଘର ଘରକୁ ଯୋଗାଣ ହେଉଛି। ବିଭିନ୍ନ ସମୟରେ ସ୍ଥାନୀୟ ପଞ୍ଚାୟତରେ ଗ୍ରାମବାସୀ ଏନେଇ ଅଭିଯୋଗ କରିବା ସତ୍ତ୍ୱେ ମଧ୍ୟ ପଞ୍ଚାୟତ କର୍ତ୍ତୃପକ୍ଷ କିମ୍ବା ଗ୍ରାମ୍ୟ ଜଳଯୋଗାଣ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ନେଉ ନାହାଁନ୍ତି। ଏହି ଦୂଷିତ ପାଣିକୁ ପଞ୍ଚାୟତର ଲୋକେ ପାନୀୟ ଜଳ ସହ ନିତ୍ୟ ବ୍ୟବହାର କରୁଥିବା ବେଳେ ଦୂଷିତ ପାନୀୟ ଜଳ ସେବନ କରି ବିଭିନ୍ନ ରୋଗରେ ପୀଡିତ ହେଉଥିବା ଅଭିଯୋଗ ହେଉଛି। କୋକସରା ପଞ୍ଚାୟତ ବ୍ଲକର ସଦର ମହକୁମାର ପଞ୍ଚାୟତ ହୋଇଥିବାବେଳେ ସଦର ପଞ୍ଚାୟତରେ ପାନୀୟ ଜଳ ଯୋଗାଣର ଏଭଳି ଦୟନୀୟ ଅବସ୍ଥା ଦେଖିବାକୁ ମିଳୁଛି। ଏନେଇ କୋକସରା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭବିଷ୍ୟତ ପଟେଲଙ୍କ ପ୍ରତିକ୍ରିୟା ନେବାରୁ ସପ୍ତାହ ମଧ୍ୟରେ ପାଇପ ଲାଇନ ମରାମତି ହେବ ବୋଲି କହିଥିଲେ। ବ୍ଲକ ଗ୍ରାମ୍ୟ ଜଳଯୋଗାଣ ସହକାରୀ ଯନ୍ତ୍ରୀ ଯଶୋବନ୍ତି ଭୋଇଙ୍କ ପ୍ରତିକ୍ରିୟା ନେବାରୁ ସମ୍ପୃକ୍ତ ଠିକାଦାରଙ୍କୁ କହି ନୂଆ ପାଇପ ଲାଇନ ସଂଯୋଗ କରିବାକୁ କହିଛି ବୋଲି କହିଛନ୍ତି।

The post ପାଇପ୍‌ ଫାଟି ଡ୍ରେନରେ ମିଶୁଛି ପାନୀୟ ଜଳ appeared first on Dharitri Odia News.