ପାଇପ୍‌ ବିଛାଇ ଠିକାଦାର ଫେରାର, ଜଳକଷ୍ଟ ଭୋଗୁଛନ୍ତି ସାମନ୍ତରାପୁରବାସୀ

ଛତ୍ରପୁର,୨୧ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧିନସ୍ଥ ଭିକାରୀପଲୀ ପଞ୍ଚାୟତର ସାମନ୍ତରାପୁରରେ ପାନୀୟ ଜଳ ମୁଖ୍ୟ ସମସ୍ୟା। ବିଶେଷକରି ଗ୍ରୀଷ୍ମ ରୁତୁରେ ଏହି ସମସ୍ୟା ଦ୍ୱିଗୁଣିତ ହୋଇଥାଏ। ଯାହାକୁ ଦୃଷ୍ଟିରେ ରଖି ୨୦୨୨-୨୩ରେ ପୂର୍ବତନ ସରକାର ଏହି ଗ୍ରାମକୁ ମେଗା ପାନୀୟ ଜଳ ଯୋଗାଣ ଯୋଜନାରେ ସାମିଲ କରିଥିଲେ ଗାଁରେ ପାଇପ ବିଛା କାର୍ଯ୍ୟ ଜୋରସୋର ହୋଇଥିଲା। ଗତ ସାଧାରଣ ନିର୍ବାଚନର ଅବ୍ୟବସ୍ଥିତ ପୂର୍ବରୁ ଏହି କାର୍ଯ୍ୟର ସମୀକ୍ଷାଠାରୁ ଆରମ୍ଭ କରି ନିର୍ମାଣ କାର୍ଯ୍ୟର ଗତିକୁ […] The post ପାଇପ୍‌ ବିଛାଇ ଠିକାଦାର ଫେରାର, ଜଳକଷ୍ଟ ଭୋଗୁଛନ୍ତି ସାମନ୍ତରାପୁରବାସୀ appeared first on Dharitri Odia News.

ପାଇପ୍‌ ବିଛାଇ ଠିକାଦାର ଫେରାର, ଜଳକଷ୍ଟ ଭୋଗୁଛନ୍ତି ସାମନ୍ତରାପୁରବାସୀ

ଛତ୍ରପୁର,୨୧ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧିନସ୍ଥ ଭିକାରୀପଲୀ ପଞ୍ଚାୟତର ସାମନ୍ତରାପୁରରେ ପାନୀୟ ଜଳ ମୁଖ୍ୟ ସମସ୍ୟା। ବିଶେଷକରି ଗ୍ରୀଷ୍ମ ରୁତୁରେ ଏହି ସମସ୍ୟା ଦ୍ୱିଗୁଣିତ ହୋଇଥାଏ। ଯାହାକୁ ଦୃଷ୍ଟିରେ ରଖି ୨୦୨୨-୨୩ରେ ପୂର୍ବତନ ସରକାର ଏହି ଗ୍ରାମକୁ ମେଗା ପାନୀୟ ଜଳ ଯୋଗାଣ ଯୋଜନାରେ ସାମିଲ କରିଥିଲେ ଗାଁରେ ପାଇପ ବିଛା କାର୍ଯ୍ୟ ଜୋରସୋର ହୋଇଥିଲା। ଗତ ସାଧାରଣ ନିର୍ବାଚନର ଅବ୍ୟବସ୍ଥିତ ପୂର୍ବରୁ ଏହି କାର୍ଯ୍ୟର ସମୀକ୍ଷାଠାରୁ ଆରମ୍ଭ କରି ନିର୍ମାଣ କାର୍ଯ୍ୟର ଗତିକୁ ମଧ୍ୟ ବଢ଼ା ଯାଇଥିଲା ଏହି କ୍ରମରେ ଭିକାରୀ ପଲ୍ଲୀ ପଞ୍ଚାୟତର ସମସ୍ତ ଗ୍ରାମରେ ପାଇପ ବିଛା କାର୍ଯ୍ୟ ମଧ୍ୟ ସରିଥିଲା। ଯାହା ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ହେବ ଓ ଘରେ ଘରେ ପାଣି ପହଞ୍ଚିବ ବୋଲି ସାମନ୍ତରାପୁର ଗ୍ରାମବାସୀଙ୍କ ମନରେ ଖୁସିର ଆଶା ସଂଚାର କରିଥିଲା। ହେଲେ ନିର୍ବାଚନରେ ବିଜେଡିର ପରାଜୟ ହେବା ପରେ ଗ୍ରାମବାସୀଙ୍କ ଏହି ଜଳ ସମସ୍ୟା ଦୂରୀକରଣ ଆଶା ଆଶାରେ ରହିଯାଇଛି। ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ହାତେଇଥିବା ଠିକାସଂସ୍ଥା ନିର୍ବାଚନ ପରେ କେଉଁ ଆଡେ ଛୁ ମାରିଛି ତାହାର ଖୋଜଖବର ନାହିଁ ଗ୍ରାମବାସୀଙ୍କ ଘରକୁ ଘର ପାଇପ ବିଛାଇ ଅଧାପନ୍ତରିଆ ଭାବେ ପଡ଼ିରହିଥିବା ବେଳେ ଗ୍ରାମବାସୀ ପାଇପ୍‌କୁ ଚାହିଁ ରହିଛନ୍ତି।
ଅନ୍ୟ ପଟେ ଗ୍ରୀଷ୍ମ ଋତୁରେ ଏହି ପଞ୍ଚାୟତର ବହୁ ଗ୍ରାମରେ ଜଳ ସମସ୍ୟା ପରିଲକ୍ଷିତ ହେଲାଣି। ବିଶେଷକରି ଗ୍ରାମାଞ୍ଚଳରେ ଥିବା ଜଳାଶୟଗୁଡିକ ଶୁଖିବାକୁ ଲାଗିଲାଣି। ଉକ୍ତ ପଞ୍ଚାୟୟତର ସାମନ୍ତରାପୁର, ଗୋଲାପଲୀ, କେଉଟପଲ୍ଲୀ, କେ ବଗଡ଼ପଲ୍ଲୀ ଆଦି ଗାମରେ ଏଭଳି ଜଳାଶୟ ଶୁଖିବା ସହ କୂପ ଓ ନଳକୂପ ଜଳ ହ୍ରାସ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ଏହି ପଞ୍ଚାୟତର ଜଳକଷ୍ଟ ଦୂର କରିବା ପାଇଁଁ ନାଗରିକ ମଞ୍ଚ ସଭାପତି ସନ୍ତୋଷ ରଥ ଦାବି କରିଛନ୍ତି।

The post ପାଇପ୍‌ ବିଛାଇ ଠିକାଦାର ଫେରାର, ଜଳକଷ୍ଟ ଭୋଗୁଛନ୍ତି ସାମନ୍ତରାପୁରବାସୀ appeared first on Dharitri Odia News.