ପାକିସ୍ତାନ ଗ୍ୱାଦର ପୋର୍ଟରେ ଆତଙ୍କବାଦୀ ଆକ୍ରମଣ: ଏହି ବନ୍ଦରରେ ବିପୁଳ ନିବେଶ କରିଛି ଚୀନ

ନୂଆଦିଲ୍ଲୀ: ପାକିସ୍ତାନରେ ପୁଣି ଆତଙ୍କବାଦୀ ଆକ୍ରମଣ ହୋଇଛି। ପାକିସ୍ତାନ ଗ୍ୱାଦର ପୋର୍ଟରେ ବଲୋଚିସ୍ତାନ ଲିବରେସନ ଆର୍ମୀ ଆକ୍ରମଣ କରିଛି। ବୁଧବାର ଏହି ଆକ୍ରମଣ ହୋଇଥିବା ସ୍ଥାନୀୟ ଗଣମାଧ୍ୟମରେ ଜିଓ ନ୍ୟୁଜ୍ରେ ଖବର୍ ପ୍ରକାଶ ପାଇଛି। ରିପୋର୍ଟ ଆନୁସାରେ, ବୁଧବାର ବଲୁଚିସ୍ତାନ ପ୍ରଦେଶର ପାକିସ୍ତାନର ଗ୍ୱାଦର ବନ୍ଦର ପ୍ରାଧିକରଣ ପରିସରରେ ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳି ମାଡ଼ କରିଥିଲେ। ତେବେ ଗୁଳିମାଡ଼ ପୂର୍ବରୁ ଆକ୍ରମଣକାରୀମାନେ ବୋମା ମାଡ଼ କରିଥିଲେ। ଏହାପରେ ବନ୍ଦର ସୁରକ୍ଷାକର୍ମୀ ଓ ଆକ୍ରମଣକାରୀମାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପାକିସ୍ତାନୀ ସୁରକ୍ଷା କର୍ମୀଙ୍କ ଗୁଳିରେ ୮ ଆକ୍ରମଣକାରୀଙ୍କ ମୃତ୍ୟୁ ହୋଇଥିବା ଜିଓ ନ୍ୟୁଜ୍‌ରେ ଖବର ପ୍ରକାଶ ପାଇଛି। ଚୀନ ପାକସ୍ତାନ ଇକୋନୋମି କରିଡର(ସିପିଇସି) ପ୍ରୋଜେକ୍ଟରେ ଗ୍ୱାଦର ବନ୍ଦର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ଚୀନ ସେଠାରେ ବିପୁଳ ପୁଞ୍ଜି ନିବେଶ କରିଛି। ବଲୋଚିସ୍ତାନ ଅଞ୍ଚଳରେ ଥିବା ଖଣିଜ ଦ୍ରବ୍ୟ ଉପରେ ଚୀନର ଆଖି ରହିଛି। ଯାହାକୁ ସେଠାକାର ଲୋକ ବିରୋଧ କରୁଛନ୍ତି। ବଲୋଚିସ୍ତାନରେ ନାଚୁରାଲ ଗ୍ୟାସ୍, କୋଇଲା, ଏବଂ ଅନ୍ୟ ଖଣିଜ ଦ୍ରବ୍ୟ ମିଳୁଥିବା ବେଳେ ପାକିସ୍ତାନ ଏହି ସମ୍ପତ୍ତିରୁ ମାଲାମାଲ ହେଉଛି। ହେଲେ ବଲୋଚିସ୍ତାନର ଲୋକଙ୍କୁ ଶୋଷଣର ଶିକାର ହେବାକ ପଡ଼ୁଛି। ସ୍ୱାକ୍ଷରତା ହାର ସେଠାର କମ୍ ରହିଥିବା ବେଳି ଖାଦ୍ୟ, ପାଣୀ ଓ ବିଜୁଳି ଭଲି ମୌଳିକି ସୁବିଧା ପାଇବା

ପାକିସ୍ତାନ ଗ୍ୱାଦର ପୋର୍ଟରେ ଆତଙ୍କବାଦୀ ଆକ୍ରମଣ: ଏହି ବନ୍ଦରରେ ବିପୁଳ ନିବେଶ କରିଛି ଚୀନ

ନୂଆଦିଲ୍ଲୀ: ପାକିସ୍ତାନରେ ପୁଣି ଆତଙ୍କବାଦୀ ଆକ୍ରମଣ ହୋଇଛି। ପାକିସ୍ତାନ ଗ୍ୱାଦର ପୋର୍ଟରେ ବଲୋଚିସ୍ତାନ ଲିବରେସନ ଆର୍ମୀ ଆକ୍ରମଣ କରିଛି। ବୁଧବାର ଏହି ଆକ୍ରମଣ ହୋଇଥିବା ସ୍ଥାନୀୟ ଗଣମାଧ୍ୟମରେ ଜିଓ ନ୍ୟୁଜ୍ରେ ଖବର୍ ପ୍ରକାଶ ପାଇଛି। 

ରିପୋର୍ଟ ଆନୁସାରେ, ବୁଧବାର ବଲୁଚିସ୍ତାନ ପ୍ରଦେଶର ପାକିସ୍ତାନର ଗ୍ୱାଦର ବନ୍ଦର ପ୍ରାଧିକରଣ ପରିସରରେ ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳି ମାଡ଼ କରିଥିଲେ। ତେବେ ଗୁଳିମାଡ଼ ପୂର୍ବରୁ ଆକ୍ରମଣକାରୀମାନେ ବୋମା ମାଡ଼ କରିଥିଲେ। ଏହାପରେ ବନ୍ଦର ସୁରକ୍ଷାକର୍ମୀ ଓ ଆକ୍ରମଣକାରୀମାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପାକିସ୍ତାନୀ ସୁରକ୍ଷା କର୍ମୀଙ୍କ ଗୁଳିରେ ୮ ଆକ୍ରମଣକାରୀଙ୍କ ମୃତ୍ୟୁ ହୋଇଥିବା ଜିଓ ନ୍ୟୁଜ୍‌ରେ ଖବର ପ୍ରକାଶ ପାଇଛି। 

ଚୀନ ପାକସ୍ତାନ ଇକୋନୋମି କରିଡର(ସିପିଇସି) ପ୍ରୋଜେକ୍ଟରେ ଗ୍ୱାଦର ବନ୍ଦର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ଚୀନ ସେଠାରେ ବିପୁଳ ପୁଞ୍ଜି ନିବେଶ କରିଛି। ବଲୋଚିସ୍ତାନ ଅଞ୍ଚଳରେ ଥିବା ଖଣିଜ ଦ୍ରବ୍ୟ ଉପରେ ଚୀନର ଆଖି ରହିଛି। ଯାହାକୁ ସେଠାକାର ଲୋକ ବିରୋଧ କରୁଛନ୍ତି। 

ବଲୋଚିସ୍ତାନରେ ନାଚୁରାଲ ଗ୍ୟାସ୍, କୋଇଲା, ଏବଂ ଅନ୍ୟ ଖଣିଜ ଦ୍ରବ୍ୟ ମିଳୁଥିବା ବେଳେ ପାକିସ୍ତାନ ଏହି ସମ୍ପତ୍ତିରୁ ମାଲାମାଲ ହେଉଛି। ହେଲେ ବଲୋଚିସ୍ତାନର ଲୋକଙ୍କୁ ଶୋଷଣର ଶିକାର ହେବାକ ପଡ଼ୁଛି। ସ୍ୱାକ୍ଷରତା ହାର ସେଠାର କମ୍ ରହିଥିବା ବେଳି ଖାଦ୍ୟ, ପାଣୀ ଓ ବିଜୁଳି ଭଲି ମୌଳିକି ସୁବିଧା ପାଇବାରେ ମଧ୍ୟରେ ସେଠାକାର ଲୋକେ ବଞ୍ଚିତ ରହୁଛନ୍ତି। ଏଥିପାଇଁ ସେମାନେ ପାକିସ୍ତାନକୁ ବିରୋଧ କରି ଅଲଗା ଦେଶ ଗଠନ କରିବା ଦାବି କରୁଛନ୍ତି।