ପାକିସ୍ତାନ ସାଧାରଣ ନିର୍ବାଚନ ଘୁଞ୍ଚାଇବାକୁ ସଂସଦରେ ସଂକଳ୍ପ ପାରିତ
ଇସଲାମବାଦ,୫।୧: ସାଧାରଣ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ପ୍ରସ୍ତାବକୁ ପାକିସ୍ତାନ ସଂସଦରେ ଅନୁମୋଦନ ମିଳିଛି। ତେବେ ଫେବ୍ରୁଆରୀ ୮ ତାରିଖରେ ଦେଶରେ ନିର୍ବାଚନ ହେବାର ଥିଲା । ହେଲେ ଦେଶରେ ଅତ୍ୟଧିକ ଥଣ୍ଡା, ସୁରକ୍ଷା ଚିନ୍ତା ଓ ବଢୁଥିବା ରାଜନୈତିକ ଅଚଳାବସ୍ଥାକୁ ଦୃଷ୍ଟିରେ ରଖି ପାକିସ୍ତାନ ନିର୍ବାଚନକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ନିର୍ବାଚନ ଘୁଞ୍ଚାଇବା ନେଇ ସ୍ବାଧୀନ ଏମପି ଦିଲାୱାର ଖାନଙ୍କ ପକ୍ଷରୁ ପ୍ରସ୍ତାବ ଆଗତ କରାଯାଇଥିଲା । ଏହି ପ୍ରସ୍ତାବକୁ ପାକିସ୍ତାନ ସଂସଦର ରାଜ୍ୟସଭାରେ ସମର୍ଥନ […] The post ପାକିସ୍ତାନ ସାଧାରଣ ନିର୍ବାଚନ ଘୁଞ୍ଚାଇବାକୁ ସଂସଦରେ ସଂକଳ୍ପ ପାରିତ appeared first on Dharitri Odia News.
ଇସଲାମବାଦ,୫।୧: ସାଧାରଣ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ପ୍ରସ୍ତାବକୁ ପାକିସ୍ତାନ ସଂସଦରେ ଅନୁମୋଦନ ମିଳିଛି। ତେବେ ଫେବ୍ରୁଆରୀ ୮ ତାରିଖରେ ଦେଶରେ
ନିର୍ବାଚନ ହେବାର ଥିଲା । ହେଲେ ଦେଶରେ ଅତ୍ୟଧିକ ଥଣ୍ଡା, ସୁରକ୍ଷା ଚିନ୍ତା ଓ ବଢୁଥିବା ରାଜନୈତିକ ଅଚଳାବସ୍ଥାକୁ ଦୃଷ୍ଟିରେ ରଖି ପାକିସ୍ତାନ ନିର୍ବାଚନକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି।
ସୂଚନାଯୋଗ୍ୟ, ନିର୍ବାଚନ ଘୁଞ୍ଚାଇବା ନେଇ ସ୍ବାଧୀନ ଏମପି ଦିଲାୱାର ଖାନଙ୍କ ପକ୍ଷରୁ ପ୍ରସ୍ତାବ ଆଗତ କରାଯାଇଥିଲା । ଏହି ପ୍ରସ୍ତାବକୁ ପାକିସ୍ତାନ ସଂସଦର ରାଜ୍ୟସଭାରେ ସମର୍ଥନ ମିଳିଥିଲା । ହେଲେ ସୂଚନା ମନ୍ତ୍ରୀ ମୁର୍ତାଜା ସୋଲାଙ୍ଗୀ ଓ ନୱାଜ ସରିଫଙ୍କ ଦଳ ପାକିସ୍ତାନ ମୁସଲିମ ଲିଗାଲ ନୱାଜ ପକ୍ଷରୁ ଏହାକୁ ବିରୋଧ କରାଯାଇଛି।
ପ୍ରସ୍ତାବ ଆଗତ କରିଥିବା ଦିଲାୱର ଖାନ ସଂସଦରେ କହିଛନ୍ତି, ଦେଶରେ ଅଧିକାଂଶ ଅଞ୍ଚଳରେ ଅତ୍ୟଧିକ ଥଣ୍ଡା ପଡିଛି। ତେଣୁ ଏହିସବୁ ଅଞ୍ଚଳଗୁଡ଼ିଗୁଡ଼ିକରେ ନିର୍ବାଚନ କରିବା କଷ୍ଟକର। ସେହିପରି ବର୍ତ୍ତମାନ ନେତାମାନଙ୍କୁ ଟାର୍ଗେଟ କରାଯାଉଛି। ଦେଶରେ ସୁରକ୍ଷା ବ୍ୟବସ୍ଥା ଠିକ ନାହିଁ। ବଲୁଚିସ୍ତାନ ଓ ଖାଇବର ପଖତୁନଖଓ୍ବାରେ ସୁରକ୍ଷାକର୍ମୀଙ୍କୁ ମଧ୍ୟ ଆକ୍ରମଣ କରାଯାଉଛି।
The post ପାକିସ୍ତାନ ସାଧାରଣ ନିର୍ବାଚନ ଘୁଞ୍ଚାଇବାକୁ ସଂସଦରେ ସଂକଳ୍ପ ପାରିତ appeared first on Dharitri Odia News.