ପାକିସ୍ତାନ ସେନା ଉପରେ ଭୟଙ୍କର ଆକ୍ରମଣ, ଆତଙ୍କବାଦୀ ଗୁଳିକରି ଖସାଇ ଦେଲେ ହେଲିକପ୍ଟର, ୧୭ ଜବାନ ନିହତ

ବନ୍ନୁ ୧୫।୭: ପାକିସ୍ତାନର ବନ୍ନୁ କ୍ୟାଣ୍ଟନମେଣ୍ଟ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। କୁହାଯାଉଛି ଏହି ଆକ୍ରମଣ ବେଳେ ଆତଙ୍କବାଦୀ ସେନା ହେଲିକପ୍ଟରକୁ ଗୁଳିକରି ଖସାଇ ଦେଇଛନ୍ତି। ଆତଙ୍କବାଦୀଙ୍କ ଏହି ଆକ୍ରମଣରେ ପାକିସ୍ତାନ ସେନାର ୧୭ ଜଣ ଜବାନ ଶହିଦ ହୋଇଛନ୍ତି। ଶହିଦଙ୍କ ମଧ୍ୟରେ ୨ ଜଣ ମେଜର ଓ ୨ ଜଣ କ୍ୟାପ୍ଟେନ ମଧ୍ୟ ଅଛନ୍ତି। ତେବେ ଏହି ଆକ୍ରମଣ ଲାଗି ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟି କରି ନାହାନ୍ତି। ପାକିସ୍ତାନରେ ଏପରି ଆତଙ୍କବାଦୀ ଆକ୍ରମଣ କିଛି ନୂଆ କଥା ନୁହେଁ। ଏଠାରେ ପୂର୍ବରୁ ସ୍କୁଲ ଓ ଧାର୍ମିକ ସ୍ଥଳ ଉପରେ ଆକ୍ରମଣ ଘଟଣା ମଧ୍ୟ ଘଟିଛି। ତହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ସହ ସରକାରଙ୍କ ଯୁଦ୍ଧବିରାମ ସମାପ୍ତ ହେବା ପରଠାରୁ ଏପରି ଘଟଣା ଲଗାତାର ଘଟି ଚାଲିଛି। ଏଥିରେ ବିଶେଷ କରି ଖୈବରପୁକ୍ତନଖ୍ୱା ଓ ବଲୁଚିସ୍ତାନରେ ଆତଙ୍କବାଦୀ ଗତିବିଦ୍ଧିରେ ବୃଦ୍ଧି ଦେଖାଯାଇଛି। ଗତ ସପ୍ତାହରେ ଇସ୍ଲାମାବାଦ ପୁଣି ଥରେ ଟିଟିପି ସହିତ କୌଣସି ପ୍ରକାର ଆଲୋଚନା ସମ୍ଭାବନାକୁ ଅସ୍ୱୀକାର କରିଦେଇଥିଲା ଓ କହିଥିଲା ଯେ କାବୁଲକୁ ତା ମାଟିରେ ସକ୍ରିୟ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ଉଚିତ। ସେଣ୍ଟର ଫର ରିସର୍ଚ୍ଚ ଆଣ୍ଡ ସିକ୍ୟୁରିଟି ଷ୍ଟଡିଜ୍ ଦ୍ୱାରା ଜାରି ଏକ ବାର୍ଷିକ ସୁରକ୍ଷା ରିପୋର୍ଟ ଅନୁସାରେ ପାକିସ୍ତାନରେ ୨୦୨୩ରେ ୭୮୯ଟି ଆତଙ୍କବାଦୀ ଆକ୍ରମଣ ଓ ଆତଙ୍କବାଦ ବିରୋଧରେ ଅଭିଯାନ ଜନି

ପାକିସ୍ତାନ ସେନା ଉପରେ ଭୟଙ୍କର ଆକ୍ରମଣ, ଆତଙ୍କବାଦୀ ଗୁଳିକରି ଖସାଇ ଦେଲେ ହେଲିକପ୍ଟର, ୧୭ ଜବାନ ନିହତ

ବନ୍ନୁ ୧୫।୭: ପାକିସ୍ତାନର ବନ୍ନୁ କ୍ୟାଣ୍ଟନମେଣ୍ଟ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। କୁହାଯାଉଛି ଏହି ଆକ୍ରମଣ ବେଳେ ଆତଙ୍କବାଦୀ ସେନା ହେଲିକପ୍ଟରକୁ ଗୁଳିକରି ଖସାଇ ଦେଇଛନ୍ତି। ଆତଙ୍କବାଦୀଙ୍କ ଏହି ଆକ୍ରମଣରେ ପାକିସ୍ତାନ ସେନାର ୧୭ ଜଣ ଜବାନ ଶହିଦ ହୋଇଛନ୍ତି। ଶହିଦଙ୍କ ମଧ୍ୟରେ ୨ ଜଣ ମେଜର ଓ ୨ ଜଣ କ୍ୟାପ୍ଟେନ ମଧ୍ୟ ଅଛନ୍ତି। ତେବେ ଏହି ଆକ୍ରମଣ ଲାଗି ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟି କରି ନାହାନ୍ତି। 

ପାକିସ୍ତାନରେ ଏପରି ଆତଙ୍କବାଦୀ ଆକ୍ରମଣ କିଛି ନୂଆ କଥା ନୁହେଁ। ଏଠାରେ ପୂର୍ବରୁ ସ୍କୁଲ ଓ ଧାର୍ମିକ ସ୍ଥଳ ଉପରେ ଆକ୍ରମଣ ଘଟଣା ମଧ୍ୟ ଘଟିଛି। ତହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ସହ ସରକାରଙ୍କ ଯୁଦ୍ଧବିରାମ ସମାପ୍ତ ହେବା ପରଠାରୁ ଏପରି ଘଟଣା ଲଗାତାର ଘଟି ଚାଲିଛି। ଏଥିରେ ବିଶେଷ କରି ଖୈବରପୁକ୍ତନଖ୍ୱା ଓ ବଲୁଚିସ୍ତାନରେ ଆତଙ୍କବାଦୀ ଗତିବିଦ୍ଧିରେ ବୃଦ୍ଧି ଦେଖାଯାଇଛି। ଗତ ସପ୍ତାହରେ ଇସ୍ଲାମାବାଦ ପୁଣି ଥରେ ଟିଟିପି ସହିତ କୌଣସି ପ୍ରକାର ଆଲୋଚନା ସମ୍ଭାବନାକୁ ଅସ୍ୱୀକାର କରିଦେଇଥିଲା ଓ କହିଥିଲା ଯେ କାବୁଲକୁ ତା ମାଟିରେ ସକ୍ରିୟ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ଉଚିତ। 

ସେଣ୍ଟର ଫର ରିସର୍ଚ୍ଚ ଆଣ୍ଡ ସିକ୍ୟୁରିଟି ଷ୍ଟଡିଜ୍ ଦ୍ୱାରା ଜାରି ଏକ ବାର୍ଷିକ ସୁରକ୍ଷା ରିପୋର୍ଟ ଅନୁସାରେ ପାକିସ୍ତାନରେ ୨୦୨୩ରେ ୭୮୯ଟି ଆତଙ୍କବାଦୀ ଆକ୍ରମଣ ଓ ଆତଙ୍କବାଦ ବିରୋଧରେ ଅଭିଯାନ ଜନିତ ହିଂସା ଯୋଗୁ ୧,୫୨୪ଟି ମୃତ୍ୟୁ ହୋଇଥିବା ବେଳେ ୧,୪୬୩ ଜଣ ଆହତ ହୋଇଛନ୍ତି। ଏହା ଗତ ୬ ବର୍ଷର ଆତଙ୍କବାଦୀ ଗତିବିଦ୍ଧିର ଉଚ୍ଚତମ ସ୍ତର ବୋଲି କୁହାଯାଇଛି। ଏଥିରେ ଖୈବରପୁକ୍ତନଖ୍ୱା ଓ ବଲୁଚିସ୍ତାନ ହିଂସାର କେନ୍ଦ୍ରସ୍ଥଳ ଥିଲା। ଏଠାରେ ୯୦ ପ୍ରତିଶତରୁ ଅଧିକ ମୃତ୍ୟୁ ହୋଇଛି।