ପାକିସ୍ତାନକୁ ଧମକ ଦେଲା ରୁଷିଆ

ମସ୍କୋ,୨୧।୪: ପାକିସ୍ତାନରୁ ଆସୁଥିବା ଚାଉଳକୁ ନିଷିଦ୍ଧ କରିବ ବୋଲି ରୁଷିଆ ପାକିସ୍ତାନକୁ ଚେତାବନୀ ଦେଇଛି। ରୁଷିଆର ଏହି ଧମକ ଦେବାର କାରଣ ପାକିସ୍ତାନରୁ ଯୋଗାଣ ହେଉଥିବା ଚାଉଳରେ ଏମିତି ଏକ କିଟାଣୁ ଦେଖିବାକୁ ମିଳିଛି, ଯାହା ଅନିୟନ୍ତ୍ରିତ ହେଲେ ଫସଲରେ ବ୍ୟାପକ କ୍ଷତି ଘଟାଇପାରେ। ଏହି କାରଣରୁ ରୁଷିଆ ଧମକ ଦେଇଛି ଯେ ଯଦି ପୂର୍ଣ୍ଣ ଯତ୍ନ ଏବଂ ପରିଷ୍କାର ପରିଚ୍ଛନ୍ନତା ବିନା ଚାଉଳ ପଠାଯାଏ ତେବେ ଏହାକୁ ବାରଣ କରାଯିବ। ରୁଷିଆର ଫେଡେରାଲ ଏଜେନ୍ସି ପ୍ରାଣୀ […] The post ପାକିସ୍ତାନକୁ ଧମକ ଦେଲା ରୁଷିଆ appeared first on Dharitri Odia News.

ପାକିସ୍ତାନକୁ ଧମକ ଦେଲା ରୁଷିଆ

ମସ୍କୋ,୨୧।୪: ପାକିସ୍ତାନରୁ ଆସୁଥିବା ଚାଉଳକୁ ନିଷିଦ୍ଧ କରିବ ବୋଲି ରୁଷିଆ ପାକିସ୍ତାନକୁ ଚେତାବନୀ ଦେଇଛି। ରୁଷିଆର ଏହି ଧମକ ଦେବାର କାରଣ ପାକିସ୍ତାନରୁ ଯୋଗାଣ ହେଉଥିବା ଚାଉଳରେ ଏମିତି ଏକ କିଟାଣୁ ଦେଖିବାକୁ ମିଳିଛି, ଯାହା ଅନିୟନ୍ତ୍ରିତ ହେଲେ ଫସଲରେ ବ୍ୟାପକ କ୍ଷତି ଘଟାଇପାରେ। ଏହି କାରଣରୁ ରୁଷିଆ ଧମକ ଦେଇଛି ଯେ ଯଦି ପୂର୍ଣ୍ଣ ଯତ୍ନ ଏବଂ ପରିଷ୍କାର ପରିଚ୍ଛନ୍ନତା ବିନା ଚାଉଳ ପଠାଯାଏ ତେବେ ଏହାକୁ ବାରଣ କରାଯିବ।
ରୁଷିଆର ଫେଡେରାଲ ଏଜେନ୍ସି ପ୍ରାଣୀ ଚିକିତ୍ସା ଏବଂ ଫାଇଟୋସାନିଟାରୀ ସର୍ଭିଲାନ୍ସ ପାକିସ୍ତାନରୁ ଆସୁଥିବା ଚାଉଳ ଦୂଷିତ ହୋଇଥିବା ଜାଣିବାକୁ ପାଇଛି ଏବଂ ଏ ସମ୍ପର୍କରେ ବିଜ୍ଞପ୍ତି ମଧ୍ୟ ଜାରି କରିଛି। ରୁଷିଆ ପାକିସ୍ତାନକୁ ଆନ୍ତର୍ଜାତୀୟ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି ଏବଂ ଯଦି ସତର୍କତା ଅବଲମ୍ବନ ନହୁଏ ତେବେ ରୁଷିଆ ପାକିସ୍ତାନରୁ ଚାଉଳ ଆମଦାନୀ ବନ୍ଦ କରିବ ବୋଲି ଚେତାବନୀ ଦେଇଛି। ପାକିସ୍ତାନର ବାଣିଜ୍ୟ ପ୍ରତିନିଧୀଙ୍କୁ ରୁଷିଆ ଅସନ୍ତୋଷ ବ୍ୟକ୍ତ କରି ଏହି ଘଟଣାର ତଦନ୍ତ କରିବାକୁ କହିଛି।
ଭବିଷ୍ୟତରେ ଅନ୍ତର୍ଜାତୀୟ ରପ୍ତାନି ନିୟମ ଉଲ୍ଲଂଘନ ବନ୍ଦ କରିବାକୁ ପାକିସ୍ତାନ ଦୂତାବାସକୁ ରୁଷିଆର ବରିଷ୍ଠ ଅଧିକାରୀମାନେ ମଧ୍ୟ ଚିଠି ଲେଖିଛନ୍ତି। ରୁଷିଆର ପାକିସ୍ତାନୀ ଦୂତାବାସ ରୁଷ ସରକାରଙ୍କ ଚିଠିକୁ ପାକିସ୍ତାନର ଖାଦ୍ୟ ସୁରକ୍ଷା ମନ୍ତ୍ରଣାଳୟର ଉଦ୍ଭିଦ ସୁରକ୍ଷା ବିଭାଗକୁ ପଠାଇଛି। ଚିଠିରେ ଏହା ସ୍ପଷ୍ଟ ଭାବେ କୁହାଯାଇଛି ଯେ ଭବିଷ୍ୟତରେ ଚାଉଳରେ ଯଦି କୌଣସି ସ୍ବଚ୍ଛତା ସମ୍ବନ୍ଧୀୟ ସମସ୍ୟା ଦେଖାଯାଏ, ତେବେ ପାକିସ୍ତାନରୁ ଚାଉଳ କ୍ରୟ ଉପରେ ପ୍ରତିବନ୍ଧକ ଲଗାଯିବ।

The post ପାକିସ୍ତାନକୁ ଧମକ ଦେଲା ରୁଷିଆ appeared first on Dharitri Odia News.