ପାକିସ୍ତାନକୁ ପହଲଗାମ୍ ଭୟ; ୪ କି.ମି. ଯାଏଁ ସିସିଟିଭି, ଡ୍ରୋନ୍ ଦ୍ବାରା ନୀରିକ୍ଷଣ, ୪ଗୁଣ ବଢ଼ିଲା ହାଫିଜ୍‌ର ସୁରକ୍ଷା

ନୂଆଦିଲ୍ଲୀ: ପହଲଗାମ ବର୍ବରତା ପରେ ଭୟରେ ଥରୁଛି ପାକିସ୍ତାନ । କୌଣସି ସମୟରେ ଭାରତ ପଟୁ ହୋଇପାରେ ଆକ୍ରମଣ । ଲସ୍କର ସଂଗଠନ ଉପରେ ଏୟାର ଷ୍ଟ୍ରାଇକ୍ କରିପାରେ ଇଣ୍ଡିଆ । ଏହାକୁ ଦୃଷ୍ଟିରେ ରଖି ଆତଙ୍କୀସ୍ତାନ, ଆତଙ୍କୀ ସଂଗଠନ ଲସ୍କର-ଏ-ତୈବାର ମୁଖ୍ୟ ତଥା ମୁମ୍ବାଇ ହମଲାର ମାଷ୍ଟରମାଇଣ୍ଡ ହାଫିଜ୍ ସାଇଦର ସୁରକ୍ଷାକୁ ବଢ଼ାଇ ଦେଇଛି । ଶେହବାଜ ସରିଫ୍ ସରକାର ଆତଙ୍କବାଦୀର ସୁରକ୍ଷାକୁ ୪ଗୁଣ ବୃଦ୍ଧି କରିଛନ୍ତି । ଗୁଇନ୍ଦା ସୂଚନା ଅନୁଯାୟୀ, ହାଫିଜ୍ ସାଇଦର ସୁରକ୍ଷା ପାଇଁ ୪ କିଲୋମିଟର ପର୍ଯ୍ୟନ୍ତ ସିସିଟିଭି ଲଗାଯାଇଛି ଏବଂ ୨୪ ଘଣ୍ଟା ଡ୍ରୋନରେ ନୀରିକ୍ଷଣ କରାଯାଉଥିବା ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ’ ସୂତ୍ରରୁ ଜଣାପଡ଼ିଛି ।ଗତକାଲି ସାଟେଲାଇଟ୍ ଚିତ୍ରରୁ ହାଫିଜ୍ ସାଇଦର ସିକ୍ରେଟ୍ ଠିକଣା ସ୍ପଷ୍ଟ କରାଯାଇଛି । ଲାହୋର ଜହର ଟାଉନର ଘର ନଂ-୧୧(ଇ)ରେ ପହଲଗାମ ଷଡ଼ଯନ୍ତ୍ରକାରୀ ରହୁଛି । ଡ୍ରୋନ୍ ସାହାଯ୍ୟରେ ମୋଷ୍ଟ ଓ୍ବାଣ୍ଟେଡ୍ ଉପରେ ନଜର ରଖାଯାଉଛି । ପାକିସ୍ତାନ ସେନା ହାଫିଜ୍ ସାଇଦ୍‌ ରହୁଥିବା ସ୍ଥାନରୁ ୪ କିଲୋମିଟର ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୂରା ରାସ୍ତାରୁ ସିସିଟିଭି ନଜରରେ ରହିଛି । ଯବାନମାନେ ୨୪ ଘଣ୍ଟା ହାଫିଜ୍‌ର ଘର ଚାରିପାର୍ଶ୍ବରେ ପ୍ରହରା ଦେଉଛନ୍ତି । ପହଲଗାମ ଆକ୍ରମଣ ପରେ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଓ ସେନା, ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କୀର ସୁରକ୍ଷାକୁ ଟାଇଟ୍ କରିଛନ୍ତି ।

ପାକିସ୍ତାନକୁ ପହଲଗାମ୍ ଭୟ; ୪ କି.ମି. ଯାଏଁ ସିସିଟିଭି, ଡ୍ରୋନ୍ ଦ୍ବାରା ନୀରିକ୍ଷଣ, ୪ଗୁଣ ବଢ଼ିଲା ହାଫିଜ୍‌ର ସୁରକ୍ଷା

ନୂଆଦିଲ୍ଲୀ: ପହଲଗାମ ବର୍ବରତା ପରେ ଭୟରେ ଥରୁଛି ପାକିସ୍ତାନ । କୌଣସି ସମୟରେ ଭାରତ ପଟୁ ହୋଇପାରେ ଆକ୍ରମଣ । ଲସ୍କର ସଂଗଠନ ଉପରେ ଏୟାର ଷ୍ଟ୍ରାଇକ୍ କରିପାରେ ଇଣ୍ଡିଆ । ଏହାକୁ ଦୃଷ୍ଟିରେ ରଖି ଆତଙ୍କୀସ୍ତାନ, ଆତଙ୍କୀ ସଂଗଠନ ଲସ୍କର-ଏ-ତୈବାର ମୁଖ୍ୟ ତଥା ମୁମ୍ବାଇ ହମଲାର ମାଷ୍ଟରମାଇଣ୍ଡ ହାଫିଜ୍ ସାଇଦର ସୁରକ୍ଷାକୁ ବଢ଼ାଇ ଦେଇଛି । ଶେହବାଜ ସରିଫ୍ ସରକାର ଆତଙ୍କବାଦୀର ସୁରକ୍ଷାକୁ ୪ଗୁଣ ବୃଦ୍ଧି କରିଛନ୍ତି । ଗୁଇନ୍ଦା ସୂଚନା ଅନୁଯାୟୀ, ହାଫିଜ୍ ସାଇଦର ସୁରକ୍ଷା ପାଇଁ ୪ କିଲୋମିଟର ପର୍ଯ୍ୟନ୍ତ ସିସିଟିଭି ଲଗାଯାଇଛି ଏବଂ ୨୪ ଘଣ୍ଟା ଡ୍ରୋନରେ ନୀରିକ୍ଷଣ କରାଯାଉଥିବା ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ’ ସୂତ୍ରରୁ ଜଣାପଡ଼ିଛି ।

ଗତକାଲି ସାଟେଲାଇଟ୍ ଚିତ୍ରରୁ ହାଫିଜ୍ ସାଇଦର ସିକ୍ରେଟ୍ ଠିକଣା ସ୍ପଷ୍ଟ କରାଯାଇଛି । ଲାହୋର ଜହର ଟାଉନର ଘର ନଂ-୧୧(ଇ)ରେ ପହଲଗାମ ଷଡ଼ଯନ୍ତ୍ରକାରୀ ରହୁଛି । ଡ୍ରୋନ୍ ସାହାଯ୍ୟରେ ମୋଷ୍ଟ ଓ୍ବାଣ୍ଟେଡ୍ ଉପରେ ନଜର ରଖାଯାଉଛି । ପାକିସ୍ତାନ ସେନା ହାଫିଜ୍ ସାଇଦ୍‌ ରହୁଥିବା ସ୍ଥାନରୁ ୪ କିଲୋମିଟର ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୂରା ରାସ୍ତାରୁ ସିସିଟିଭି ନଜରରେ ରହିଛି । ଯବାନମାନେ ୨୪ ଘଣ୍ଟା ହାଫିଜ୍‌ର ଘର ଚାରିପାର୍ଶ୍ବରେ ପ୍ରହରା ଦେଉଛନ୍ତି । ପହଲଗାମ ଆକ୍ରମଣ ପରେ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଓ ସେନା, ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କୀର ସୁରକ୍ଷାକୁ ଟାଇଟ୍ କରିଛନ୍ତି ।   ଏହାଛଡ଼ା ହାଫିଜ୍‌ର ସମ୍ପର୍କୀୟଙ୍କୁ ମଧ୍ୟ ପାକ୍ ସେନା ସୁରକ୍ଷା ଦେଉଛି ।

ସାଟେଲାଇଟ ଫଟୋରୁ ଯେଉଁ ସବୁ ସୂଚନା ମିଳିଛି, ଆତଙ୍କବାଦୀ ହାଫିଜ୍ ସାଇଦ ନିଜ ପରିବାର ସହିତ ଲାହୋରର ଜହର ଟାଉନରେ ଏକ ବିଲଡିଂରେ ରହୁଛି । ଘର ସାମ୍ନାରେ ହାଫିଜର ପ୍ରାଇଭେଟ୍ ପାର୍କ ମଧ୍ୟ ରହିଛି । ଏହି ସ୍ଥାନରେ ଏବେ ସାଧାରଣ ଲୋକଙ୍କ ଯାତାୟତରେ ରୋକ୍ ଲାଗିଛି । 

ପାକିସ୍ତାନ ବଢ଼ାଇଲା ଆତଙ୍କୀର ସୁରକ୍ଷା :
 ୧. ଆତଙ୍କୀ ହାଫିଜ୍ ସଇଦର ସୁରକ୍ଷା ବଢ଼ାଇଲେ ପାକିସ୍ତାନ ସରକାର ।
 ୨. ସେନା ସହ ଗୁଇନ୍ଦା ବିଭାଗ ମିଳିତ ଭାବେ ଯୋଗାଉଛନ୍ତି ସୁରକ୍ଷା।
 ୩. ଡ୍ରୋନ୍ ଓ ସିସିଟିଭି କ୍ୟାମେରାରେ ହାଫିଜ୍ ଘର ଉପରେ ରଖାଯାଉଛି ନଜର ।
 ୪. ହାଫିଜ୍ ଘରର ୪ କିଲୋମିଟର ପର୍ଯ୍ୟନ୍ତ ରାସ୍ତାରେ ଲାଗିଛି ସିସିଟିଭି କ୍ୟାମେରା।
 ୫. ହାଇ ସିକ୍ୟୁରିଟି ସିସିଟିଭି କ୍ୟାମେରା ଖଞ୍ଜିଛନ୍ତି ପାକିସ୍ତାନ ସରକାର ।
 ୬. ଅହରହ ସଇଦ୍ ଘର ଉପରେ ବୁଲୁଛି ଡ୍ରୋନ୍ ।
 ୭. ସୁରକ୍ଷା ବ୍ୟବସ୍ଥା ଟିକ୍‌ନିକ୍ ଯାଞ୍ଚ କରୁଛି ଡ୍ରୋନ୍ କ୍ୟାମେରା ।
 ୮. ସାଧାରଣ ଲୋକଙ୍କୁ ହାଫିଜ୍ ଘର ପାଖରେ ବୁଲିବାର ଅନୁମତି ନାହିଁ ।
 ୯. ଆକ୍ରମଣରେ ଟିଆରଏଫ ଓ ଲସ୍କରର ହାତ ଥିବା ସ୍ପଷ୍ଟ ହେବା ପରେ ବଢିଛି ସୁରକ୍ଷା।