ପାକିସ୍ତାନକୁ ହରାଇ ସେମିରେ ଭାରତ

ହୁଲୁନବୁଇର (ଚାଇନା), ୧୪।୯: ଏସିଆନ ପୁରୁଷ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ କ୍ରମାଗତ ଚମତ୍କାର ପ୍ରଦର୍ଶନ କରିଆସୁଛି। ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୨-୧ ଗୋଲ୍‌ରେ ପାକିସ୍ତାନକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି। ଭାରତର ଅଧିନାୟକ ହରମାନପ୍ରୀତ ସିଂ ୨ଟି ପେନାଲ୍ଟି କର୍ଣ୍ଣର ଗୋଲ ଯୋଗୁ ଭାରତ ବିଜୟ ହୋଇଛି। ଭାରତ ଏପର୍ଯ୍ୟନ୍ତ ଖେଳିଥିବା ୫ମ୍ୟାଚରୁ ୫ଟିରେ ବିଜୟ ସହ ୧୫ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ମ୍ୟାଚ୍‌ର ପ୍ରଥମ କ୍ୱାର୍ଟରରେ ପାକିସ୍ତାନର […] The post ପାକିସ୍ତାନକୁ ହରାଇ ସେମିରେ ଭାରତ appeared first on Dharitri Odia News.

ପାକିସ୍ତାନକୁ ହରାଇ ସେମିରେ ଭାରତ

ହୁଲୁନବୁଇର (ଚାଇନା), ୧୪।୯: ଏସିଆନ ପୁରୁଷ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ କ୍ରମାଗତ ଚମତ୍କାର ପ୍ରଦର୍ଶନ କରିଆସୁଛି। ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୨-୧ ଗୋଲ୍‌ରେ ପାକିସ୍ତାନକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି।

ଭାରତର ଅଧିନାୟକ ହରମାନପ୍ରୀତ ସିଂ ୨ଟି ପେନାଲ୍ଟି କର୍ଣ୍ଣର ଗୋଲ ଯୋଗୁ ଭାରତ ବିଜୟ ହୋଇଛି। ଭାରତ ଏପର୍ଯ୍ୟନ୍ତ ଖେଳିଥିବା ୫ମ୍ୟାଚରୁ ୫ଟିରେ ବିଜୟ ସହ ୧୫ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ମ୍ୟାଚ୍‌ର ପ୍ରଥମ କ୍ୱାର୍ଟରରେ ପାକିସ୍ତାନର ଖେଳାଳି ଅହମ୍ମଦ ନାଦିମ ଗୋଲ କରି ଦଳକୁ ୧-୧ରେ ଅଗ୍ରଣୀ କରିଥିଲେ।

ଭାରତ ପ୍ରଥମ ମ୍ୟାଚରେ ଚାଇନାକୁ ୩-୦ରେ ହରାଇ ଅଭିଯାନ ଆରମ୍ଭ କରିଥିଲା। ପରେ ଜାପାନକୁ ୫-୧ ହରାଇ ଥିବା ବେଳେ ମାଲେସିଆକୁ ୮-୧ ଗୋଲରେ ହରାଇଥିଲା। ଏପରିକି ଦକ୍ଷିଣ କୋରିଆକୁ ମଧ୍ୟ ୩-୧ରେ ହରାଇ ଆଗକୁ ବଢ଼ି ଚାଲିଛି।

The post ପାକିସ୍ତାନକୁ ହରାଇ ସେମିରେ ଭାରତ appeared first on Dharitri Odia News.