ପାକିସ୍ତାନର ଗର୍ବ ଭାଙ୍ଗିଦେଲା ଭାରତ: ଫାଇନାଲ୍‌ରେ ଶକ୍ତିଶାଳୀ ପ୍ରଦର୍ଶନ

ମସ୍କଟ,୫ା୧୨: ଓମାନର ମସ୍କଟରେ ଅନୁଷ୍ଠିତ ଜୁନିୟର ଏସିଆ କପ୍‌ ହକି ଫାଇନାଲରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫-୩ ଗୋଲରେ ପରାସ୍ତ କରି କ୍ରମାଗତ ଥର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଭାରତ। ଗତ ସଂସ୍କରଣର ଚାମ୍ପିୟନ ଭାରତ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ଅରାଇଜିତ ସିଂ ହୁଣ୍ଡାଲ ଏକାକୀ ୪ ଗୋଲ ସ୍କୋର କରିଥିଲେ। ଅରାଇଜିତ(୪, ୧୮, ୪୭ ଓ ୫୪) ମିନିଟରେ ସ୍କୋର କରିଥିବା ବେଳେ ଦିଲରାଜ ସିଂ ୧୯ ତମ ମିନିଟରେ ଅନ୍ୟ ଗୋଲ […] The post ପାକିସ୍ତାନର ଗର୍ବ ଭାଙ୍ଗିଦେଲା ଭାରତ: ଫାଇନାଲ୍‌ରେ ଶକ୍ତିଶାଳୀ ପ୍ରଦର୍ଶନ appeared first on Dharitri Odia News.

ପାକିସ୍ତାନର ଗର୍ବ ଭାଙ୍ଗିଦେଲା ଭାରତ: ଫାଇନାଲ୍‌ରେ ଶକ୍ତିଶାଳୀ ପ୍ରଦର୍ଶନ

ମସ୍କଟ,୫ା୧୨: ଓମାନର ମସ୍କଟରେ ଅନୁଷ୍ଠିତ ଜୁନିୟର ଏସିଆ କପ୍‌ ହକି ଫାଇନାଲରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫-୩ ଗୋଲରେ ପରାସ୍ତ କରି କ୍ରମାଗତ ଥର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଭାରତ। ଗତ ସଂସ୍କରଣର ଚାମ୍ପିୟନ ଭାରତ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ଅରାଇଜିତ ସିଂ ହୁଣ୍ଡାଲ ଏକାକୀ ୪ ଗୋଲ ସ୍କୋର କରିଥିଲେ। ଅରାଇଜିତ(୪, ୧୮, ୪୭ ଓ ୫୪) ମିନିଟରେ ସ୍କୋର କରିଥିବା ବେଳେ ଦିଲରାଜ ସିଂ ୧୯ ତମ ମିନିଟରେ ଅନ୍ୟ ଗୋଲ ଦେଇଥିଲେ। ପାକିସ୍ତାନ ପକ୍ଷରୁ ସୁଫ୍ୟାଁ ଖାନ୍‌ (୩୦ ଓ ୩୯)ରେ ଡବଲ୍‌ ଗୋଲ୍‌ ଦେଇଥିବା ବେଳେ ହନ୍ନନ ଶାହିଦ୍‌(୩) ମିନିଟରେ ଅନ୍ୟ ଗୋଲଟି ଦେଇଥିଲେ।
ମ୍ୟାଚ୍‌ର ପ୍ରଥମ କ୍ୱାର୍ଟରରୁ ଉଭୟ ଦଳ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ମ୍ୟାଚ୍‌ର ତୃତୀୟ ମିନିଟରେ ହନ୍ନନ ଶାହିଦ୍‌ ଏକ ଗୋଲ ଦେଇଥିଲେ। ଏହାର ୧ ମିନିଟ ମଧ୍ୟରେ ଭାରତକୁ ଏକ ପେନାଲ୍ଟି କର୍ନର ମିଳିଥିବା ବେଳେ ଏହାକୁ ଗୋଲରେ ପରିଣତ କରିଥିଲେ ଅରାଇଜିତ। ପ୍ରଥମ କ୍ୱାର୍ଟରରେ ମ୍ୟାଚ୍‌ ୧-୧ ସ୍ଥିତିରେ ରହିଥିଲା। ଦ୍ୱିତୀୟ କ୍ୱାର୍ଟରର ୧୮ ତମ ମିନିଟରେ ଅରାଇଜିତ ଓ ୧୯ ତମ ମିନିଟରେ ଦିଲରାଜ ସ୍କୋର କରି ଭାରତକୁ ୩-୧ରେ ଆଗୁଆ କରିଥିଲେ। ତେବେ ତୃତୀୟ କ୍ୱାର୍ଟରରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା ଗତ ସଂସ୍କରଣର ରନରଅପ୍‌ ପାକିସ୍ତାନ। ସୁଫ୍ୟାଁ ଖାନ୍‌ ପେନାଲ୍ଟି କର୍ନରରୁ ଦୁଇଟି ଗୋଲ ଦେବା ସହିତ ମ୍ୟାଚ୍‌କୁ ସମାନ୍ତର ସ୍ଥିତିକୁ ଆଣିଥିଲେ। ତେବେ ଅନ୍ତିମ କ୍ୱାର୍ଟରରେ ଭାରତୀୟ ଦଳ ଚମତ୍କାର ଆଟାକ ଓ ଡିଫେନ୍ସର ନମୂନା ପ୍ରଦର୍ଶନ କରିଥିଲା। ଭାରତୀୟ ଦଳ ଦୁଇଟି ଗୋଲ ସ୍କୋର କରିଥିବା ବେଳେ ପାକିସ୍ତାନର ଏକାଧିକ ପ୍ରୟାସକୁ ନିଷ୍ଫଳ କରି ଦେଇଥିଲା। ଅରାଇଜିତ ୪୭ ତମ ମିନିଟରେ ଏକ ଫିଲ୍ଡ ଗୋଲ ଦେଇ ଭାରତୀୟ ଅଗ୍ରଣୀକୁ ୪-୩ରେ ପହଞ୍ଚାଇ ଥିଲେ। ଏହାର ୭ ମିନିଟ ପରେ ଭାରତକୁ ପେନାଲ୍ଟି କର୍ନର ମିଳିଥିବା ବେଳେ ବ୍ୟକ୍ତିଗତ ଚତୁର୍ଥ ଗୋଲ ସ୍କୋର କରିଥିଲେ ଅରାଇଜିତ୍‌। ଲଗାତାର ଦ୍ୱିତୀୟ ଥର ଟାଇଟଲ କରାୟତ କରିଥିବା ଭାରତର ଏହା ପଞ୍ଚମ ଟାଇଟଲ୍‌।

The post ପାକିସ୍ତାନର ଗର୍ବ ଭାଙ୍ଗିଦେଲା ଭାରତ: ଫାଇନାଲ୍‌ରେ ଶକ୍ତିଶାଳୀ ପ୍ରଦର୍ଶନ appeared first on Dharitri Odia News.