ପାକିସ୍ତାନର ଦ୍ୱିତୀୟ ବଡ ନୌସେନା ଏୟାର ବେସ ଉପରେ ଆକ୍ରମଣ, ଗଡିଲା ୪ ଆତଙ୍କବାଦୀଙ୍କ ମୁଣ୍ଡ
ଇସଲାମାବାଦ,୨୬।୩: ଆତଙ୍କବାଦୀମାନେ ସୋମବାର ରାତିରେ ପାକିସ୍ତାନର ବିଶୃଙ୍ଖଳିତ ବାଲୁଚିସ୍ତାନ ପ୍ରଦେଶର ତୁର୍ବତ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ନାଭାଲ ଏୟାର ବେସ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ସୁରକ୍ଷା ବାହିନୀ ନୌସେନାର ଏୟାରବେସ ଉପରେ ହୋଇଥିବା ଆକ୍ରମଣର କଡା ଜବାବ ଦେବାକୁ ଯାଇ ୪ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ଏଥିସହିତ ଏହି ଆକ୍ରମଣରେ ସିଦ୍ଦିକ ଏୟାରବେସରେ କୌଣସି କ୍ଷତି ହୋଇ ନାହିଁ ବୋଳି କୁହାଯାଇଛି। ଅଧିକାରୀ କହିଛନ୍ତି ଯେ ଯେତେବେଳେ ଆତଙ୍କବାଦୀମାନେ […] The post ପାକିସ୍ତାନର ଦ୍ୱିତୀୟ ବଡ ନୌସେନା ଏୟାର ବେସ ଉପରେ ଆକ୍ରମଣ, ଗଡିଲା ୪ ଆତଙ୍କବାଦୀଙ୍କ ମୁଣ୍ଡ appeared first on Dharitri Odia News.
ଇସଲାମାବାଦ,୨୬।୩: ଆତଙ୍କବାଦୀମାନେ ସୋମବାର ରାତିରେ ପାକିସ୍ତାନର ବିଶୃଙ୍ଖଳିତ ବାଲୁଚିସ୍ତାନ ପ୍ରଦେଶର ତୁର୍ବତ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ନାଭାଲ ଏୟାର ବେସ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ସୁରକ୍ଷା ବାହିନୀ ନୌସେନାର ଏୟାରବେସ ଉପରେ ହୋଇଥିବା ଆକ୍ରମଣର କଡା ଜବାବ ଦେବାକୁ ଯାଇ ୪ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ଏଥିସହିତ ଏହି ଆକ୍ରମଣରେ ସିଦ୍ଦିକ ଏୟାରବେସରେ କୌଣସି କ୍ଷତି ହୋଇ ନାହିଁ ବୋଳି କୁହାଯାଇଛି। ଅଧିକାରୀ କହିଛନ୍ତି ଯେ ଯେତେବେଳେ ଆତଙ୍କବାଦୀମାନେ ବାଲୁଚିସ୍ତାନର ତୁର୍ବତ ଜଲାର ନୌସେନା ବେସ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, ସେମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ହତ୍ୟା କରାଯାଇଥିଲା। ତେବେ ପାକିସ୍ତାନୀ ସେନା ଏପର୍ଯ୍ୟନ୍ତ ଏହି ଘଟଣା ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି।
ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି ଯେ ସୋମବାର ରାତିରେ ଆତଙ୍କବାଦୀମାନେ ତୁର୍ବତ ଅନ୍ତର୍ଜାତୀୟ ବିମାନବନ୍ଦର (ଟିୟୁକେ) ଏବଂ ପାକିସ୍ତାନର ଦ୍ୱିତୀୟ ବୃହତ୍ତମ ନୌସେନା ଏୟାର ଷ୍ଟେଶନ ପିଏନଏସ ସିଦ୍ଦିକ ଉପରେ ଆକ୍ରମଣ କରିଥିଲେ। ଉଭୟ ବେସ୍ ନିକଟରେ ପ୍ରବଳ ଗୁଳି ବିନିମୟ ହୋଇଥଲା। ବାଲୁଚିସ୍ତାନ ପୋଷ୍ଟର ସମ୍ବାଦ ଏଜେନ୍ସି ଏଏନଆଇ କହିଛି ଯେ ତୁର୍ବତରେ ପାକିସ୍ତାନର ଦ୍ୱିତୀୟ ବୃହତ୍ତମ ନୌସେନା ଏୟାର ଷ୍ଟେଶନ ପିଏନଏସ ସିଦ୍ଦିକ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଅଞ୍ଚଳରେ ଅନେକ ବିସ୍ଫୋରଣ ହୋଇଥିବା ମଧ୍ୟ ସୂଚନା ମିଳିଛି। ଆତଙ୍କବାଦୀ ଆକ୍ରମଣ ପରେ ସ୍ବାସ୍ଥ୍ୟ ଅଧିକାରୀମାନେ ତୁର୍ବତ ଡାକ୍ତରଖାନାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ଏବଂ ସମସ୍ତ ଡାକ୍ତରଙ୍କୁ ତୁରନ୍ତ ଡ୍ୟୁଟି ପାଇଁ ରିପୋର୍ଟ କରିବାକୁ କୁହାଯାଇଛି।
The post ପାକିସ୍ତାନର ଦ୍ୱିତୀୟ ବଡ ନୌସେନା ଏୟାର ବେସ ଉପରେ ଆକ୍ରମଣ, ଗଡିଲା ୪ ଆତଙ୍କବାଦୀଙ୍କ ମୁଣ୍ଡ appeared first on Dharitri Odia News.