ପାକିସ୍ତାନର ବଡ଼ ଅଫର୍: ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ପ୍ରଶଂସକଙ୍କ ପାଇଁ ରହିବ ସ୍ୱତନ୍ତ୍ର କୋଟା ଟିକେଟ୍
ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି-୨୦୨୫ ଆୟୋଜନ କରୁଛି ପାକିସ୍ତାନ। କିନ୍ତୁ ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ଖେଳାଯିବ କି ନାହିଁ ତାହା ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇନାହିଁ। ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଗସ୍ତରେ ଟିମ୍ ଇଣ୍ଡିଆର କୌଣସି ମନୋବଳ ନଥିବା ପରି ମନେ ହେଉଛି। ଏହି କାରଣରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ବାରମ୍ବାର ଭାରତୀୟ କ୍ରିକେଟ୍ ବୋର୍ଡକୁ ଖୁସି କରିବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ପାକିସ୍ତାନ ବୋର୍ଡ ଟିମ୍ ଇଣ୍ଡିଆକୁ ଏକ ନୂଆ ଅଫର ଘୋଷଣା କରିଛି।ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ପ୍ରଶଂସକଙ୍କ ପାଇଁ ଏକ ସ୍ୱତନ୍ତ୍ର କୋଟା ଟିକେଟ୍ ରଖାଯିବ ବୋଲି ପିସିବି ଅଧ୍ୟକ୍ଷ ମୋହସିନ୍ ନାକଭି କହିଛନ୍ତି। ଏହା ବ୍ୟତୀତ ଭାରତୀୟଙ୍କ ଭିସା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି। ଅନେକ ରିପୋର୍ଟରେ ପ୍ରକାଶିତ ଏକ ବିବୃତ୍ତି ଅନୁଯାୟୀ ମୋହସିନ୍ ନାକଭି ଗଣମାଧ୍ୟମକୁ କହିଛନ୍ତି ଯେ ଆମେ ଭାରତୀୟ ପ୍ରଶଂସକଙ୍କ ପାଇଁ ଏକ ସ୍ୱତନ୍ତ୍ର କୋଟା ରଖୁଛୁ ଏବଂ ସେମାନଙ୍କ ପାଇଁ ଭିସା ପ୍ରଦାନ ନୀତି ତ୍ୱରାନ୍ୱିତ କରିବାକୁ ଚେଷ୍ଟା କରିବୁ।ପ୍ରକାଶଥାଉକି ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ। ତେବେ ଟୁର୍ଣ୍ଣାମେଣ୍ଟର ଅଫିସିଆଲ୍ କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ଆଇସିସି ଘୋଷଣା କରିନାହିଁ। ଚାମ୍ପିଅନ୍ସ ଟ୍ରଫି ପାଇଁ ଟିମ୍ ଇଣ୍ଡିଆ ପାକିସ୍ତାନ ଗସ୍ତ କରିବ କି
ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି-୨୦୨୫ ଆୟୋଜନ କରୁଛି ପାକିସ୍ତାନ। କିନ୍ତୁ ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ଖେଳାଯିବ କି ନାହିଁ ତାହା ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇନାହିଁ। ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଗସ୍ତରେ ଟିମ୍ ଇଣ୍ଡିଆର କୌଣସି ମନୋବଳ ନଥିବା ପରି ମନେ ହେଉଛି। ଏହି କାରଣରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ବାରମ୍ବାର ଭାରତୀୟ କ୍ରିକେଟ୍ ବୋର୍ଡକୁ ଖୁସି କରିବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ପାକିସ୍ତାନ ବୋର୍ଡ ଟିମ୍ ଇଣ୍ଡିଆକୁ ଏକ ନୂଆ ଅଫର ଘୋଷଣା କରିଛି।
ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ପ୍ରଶଂସକଙ୍କ ପାଇଁ ଏକ ସ୍ୱତନ୍ତ୍ର କୋଟା ଟିକେଟ୍ ରଖାଯିବ ବୋଲି ପିସିବି ଅଧ୍ୟକ୍ଷ ମୋହସିନ୍ ନାକଭି କହିଛନ୍ତି। ଏହା ବ୍ୟତୀତ ଭାରତୀୟଙ୍କ ଭିସା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି। ଅନେକ ରିପୋର୍ଟରେ ପ୍ରକାଶିତ ଏକ ବିବୃତ୍ତି ଅନୁଯାୟୀ ମୋହସିନ୍ ନାକଭି ଗଣମାଧ୍ୟମକୁ କହିଛନ୍ତି ଯେ ଆମେ ଭାରତୀୟ ପ୍ରଶଂସକଙ୍କ ପାଇଁ ଏକ ସ୍ୱତନ୍ତ୍ର କୋଟା ରଖୁଛୁ ଏବଂ ସେମାନଙ୍କ ପାଇଁ ଭିସା ପ୍ରଦାନ ନୀତି ତ୍ୱରାନ୍ୱିତ କରିବାକୁ ଚେଷ୍ଟା କରିବୁ।
ପ୍ରକାଶଥାଉକି ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ। ତେବେ ଟୁର୍ଣ୍ଣାମେଣ୍ଟର ଅଫିସିଆଲ୍ କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ଆଇସିସି ଘୋଷଣା କରିନାହିଁ। ଚାମ୍ପିଅନ୍ସ ଟ୍ରଫି ପାଇଁ ଟିମ୍ ଇଣ୍ଡିଆ ପାକିସ୍ତାନ ଗସ୍ତ କରିବ କି ନାହିଁ ତାହା ଏପର୍ଯ୍ୟନ୍ତ ଭାରତ ସରକାର ସ୍ପଷ୍ଟ କରି ନାହାଁନ୍ତି। ଏହି ଟୁର୍ଣ୍ଣାମେଣ୍ଟର ସରକାରୀ କାର୍ଯ୍ୟସୂଚୀ କେବଳ ଭାରତ ସରକାରଙ୍କ ନିଶ୍ଚିତ କରିବା ପରେ ଘୋଷଣା କରାଯାଇପାରିବ।