ପାକିସ୍ତାନରେ ନିର୍ବାଚନୀ ହିଂସା: ଘରେ ଇମ୍ରାନଙ୍କ ଦଳୀୟ ପତାକା ଲଗେଇବାରୁ ପୁଅକୁ ହତ୍ୟା କଲେ ବାପା
ସଲାମବାଦ,୨୩।୧: ପାକିସ୍ତାନରେ ନିର୍ବାଚନକୁ ନେଇ ହିଂସା ତେଜିବାରେ ଲାଗିଛି। ଏହି ଭିତରେ ହତ୍ୟା ଓ ଅପହରଣକୁ ନେଇ ଦେଶରେ ଅନେକ ମାମଲା ସାମ୍ନାକୁ ଆସିବାରେ ଲାଗିଛି। ନିର୍ବାଚନ ଯେତିକି ପାଖେଇ ଆସୁଛି ହିଂସା ଦେଶରେ ଉଗ୍ରରୂପ ଧାରଣ କରିଛି। ସଦ୍ୟତମ ଘଟଣାନୁସାରେ ରାଜନୈତିକ ମତଭେଦକୁ ନେଇ ପାକିସ୍ତାନରେ ଜଣେ ବାପା ନିଜ ପୁଅକୁ ହତ୍ୟା କରିଛନ୍ତି। ଘଟଣା ଅନୁଯାୟୀ, ପୁଅ କତାରରେ କାମ କରୁଥିଲେ। ନିକଟରେ ସେ ଘରକୁ ଫେରିଥିଲେ। ଖେବର ପଖତୁନଖା ପ୍ରାନ୍ତ ସ୍ଥିତ ନିଜ […] The post ପାକିସ୍ତାନରେ ନିର୍ବାଚନୀ ହିଂସା: ଘରେ ଇମ୍ରାନଙ୍କ ଦଳୀୟ ପତାକା ଲଗେଇବାରୁ ପୁଅକୁ ହତ୍ୟା କଲେ ବାପା appeared first on Dharitri Odia News.
ସଲାମବାଦ,୨୩।୧: ପାକିସ୍ତାନରେ ନିର୍ବାଚନକୁ ନେଇ ହିଂସା ତେଜିବାରେ ଲାଗିଛି। ଏହି ଭିତରେ ହତ୍ୟା ଓ ଅପହରଣକୁ ନେଇ ଦେଶରେ ଅନେକ ମାମଲା ସାମ୍ନାକୁ ଆସିବାରେ ଲାଗିଛି। ନିର୍ବାଚନ ଯେତିକି ପାଖେଇ ଆସୁଛି ହିଂସା ଦେଶରେ ଉଗ୍ରରୂପ ଧାରଣ କରିଛି। ସଦ୍ୟତମ ଘଟଣାନୁସାରେ ରାଜନୈତିକ ମତଭେଦକୁ ନେଇ ପାକିସ୍ତାନରେ ଜଣେ ବାପା ନିଜ ପୁଅକୁ ହତ୍ୟା କରିଛନ୍ତି।
ଘଟଣା ଅନୁଯାୟୀ, ପୁଅ କତାରରେ କାମ କରୁଥିଲେ। ନିକଟରେ ସେ ଘରକୁ ଫେରିଥିଲେ। ଖେବର ପଖତୁନଖା ପ୍ରାନ୍ତ ସ୍ଥିତ ନିଜ ଘରେ ପୁଅ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇର ପତାକା ଲଗାଇଥିଲେ। ଯାହାକୁ ନେଇ ବାପ-ପୁଅଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ବ୍ୟକ୍ତିଜଣକ ଘରେ ଦଳୀୟ ପତାକା ଲଗେଇବାକୁ ମନା କରିଥିଲେ, ଯାହାକୁ ପୁଅ ଅଣଦେଖା କରିଥିଲେ।
ଝଗଡା ଅଧିକ ବଢିବାରୁ ରାଗିଯାଇ ବ୍ୟକ୍ତିଜଣକ ନିଜ ୩୧ବର୍ଷିୟ ପୁଅଙ୍କୁ ଗୁଳି ଚଳାଇ ହତ୍ୟା କରିଥିଲେ। ତେବେ ପରେ ତାଙ୍କୁ ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହୋଇଥିଲା। ପୋଲିସ ବ୍ୟକ୍ତିଙ୍କୁ ଗିରଫ କରିବା ପରେ ଏବେ ତଦନ୍ତ ଜାରି ରଖିଛି।
ତଦନ୍ତରେ ଜଣାପଡିଛି କି, ହତ୍ୟାକାରୀ ବ୍ୟକ୍ତିଜଣକ ରାଷ୍ଟ୍ରବାଦୀ ଅବାମୀ ନ୍ୟାଶନାଲ ପାର୍ଟି(ଏଏନପି)ରେ ଅଛନ୍ତି। ବାମପନ୍ଥୀ ବ୍ୟକ୍ତିଜଣକ ନିଜ ଘରେ ଆବାମୀ ପାର୍ଟିର ଦଳୀୟ ପତାତା ଲଗେଇଥିଲେ। କିନ୍ତୁ ଯେତେବେଳେ ସେ ନିଜ ପୁଅକୁ ପିଟିଆଇର ପତାକା ଲଗେଇବାର ଦେଖିଲେ ପ୍ରତିଶୋଧପରାୟଣ ହୋଇ ସେ ପୁଅକୁ ହତ୍ୟା କରିଥିଲେ।
The post ପାକିସ୍ତାନରେ ନିର୍ବାଚନୀ ହିଂସା: ଘରେ ଇମ୍ରାନଙ୍କ ଦଳୀୟ ପତାକା ଲଗେଇବାରୁ ପୁଅକୁ ହତ୍ୟା କଲେ ବାପା appeared first on Dharitri Odia News.