ପାକିସ୍ତାନରେ ପ୍ରବଳ ବର୍ଷା, ୩୭ ମୃତ
ଇସଲାମାବାଦ,୩ା୩: ଥଣ୍ଡା ପାଗ ସହିତ ପାକିସ୍ତାନରେ ପ୍ରବଳ ବର୍ଷା ହେଉଛି। ପାକିସ୍ତାନରେ ଲଗାତର ବର୍ଷା ପରେ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ବର୍ଷା ଯୋଗୁ ବର୍ତ୍ତମାନ ସୁଦ୍ଧା ୩୭ ଜଣ ଲୋକ ପ୍ରାଣ ହରାଇ ସାରିଲେଣି। ପାକିସ୍ତାନରେ ଗତ ୪୮ ଘଣ୍ଟା ମଧ୍ୟରେ ଏପରି ପରିସ୍ଥିତି ସୃଷ୍ଟ ହୋଇଥିବା ଅଧିକାରୀମାନେ ରବିବାର ଏହି ସୂଚନା ଦେଇଛନ୍ତି। ଅଧିକାରୀମାନେ ସୂଚନା ଦେଇ କହିଛନ୍ତି, ପାକିସ୍ତାନରେ ବର୍ଷା ହେତୁ ଅନେକ ଘର ଭୁଶୁଡି ପଡ଼ିଛି ଏବଂ ଅନେକ ଅଞ୍ଚଳରେ […] The post ପାକିସ୍ତାନରେ ପ୍ରବଳ ବର୍ଷା, ୩୭ ମୃତ appeared first on Dharitri Odia News.
ଇସଲାମାବାଦ,୩ା୩: ଥଣ୍ଡା ପାଗ ସହିତ ପାକିସ୍ତାନରେ ପ୍ରବଳ ବର୍ଷା ହେଉଛି। ପାକିସ୍ତାନରେ ଲଗାତର ବର୍ଷା ପରେ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ବର୍ଷା ଯୋଗୁ ବର୍ତ୍ତମାନ ସୁଦ୍ଧା ୩୭ ଜଣ ଲୋକ ପ୍ରାଣ ହରାଇ ସାରିଲେଣି। ପାକିସ୍ତାନରେ ଗତ ୪୮ ଘଣ୍ଟା ମଧ୍ୟରେ ଏପରି ପରିସ୍ଥିତି ସୃଷ୍ଟ ହୋଇଥିବା ଅଧିକାରୀମାନେ ରବିବାର ଏହି ସୂଚନା ଦେଇଛନ୍ତି।
ଅଧିକାରୀମାନେ ସୂଚନା ଦେଇ କହିଛନ୍ତି, ପାକିସ୍ତାନରେ ବର୍ଷା ହେତୁ ଅନେକ ଘର ଭୁଶୁଡି ପଡ଼ିଛି ଏବଂ ଅନେକ ଅଞ୍ଚଳରେ ଭୂସ୍ଖଳନ ଘଟିଛି। ଯେଉଁଥିପାଇଁ ରାସ୍ତା ଅବରୋଧ କରାଯାଇଥିଲା। ବିଶେଷକରି ଉତ୍ତର-ପଶ୍ଚିମ ଖାଇବର ପାଖତୁନଖଓ୍ବା (କେପି କେ) ପ୍ରଦେଶରେ ଏହି ଭୂସ୍ଖଳନ ଘଟିଛି।
ସେହିପରି ଗୁରୁବାର ରାତିରୁ ଆଫଗାନିସ୍ତାନ ସୀମାନ୍ତରେ ଥିବା ଖାଇବର ପାଖତୁନଖଓ୍ବା ପ୍ରଦେଶରେ ବର୍ଷା ଯୋଗୁ ଅତି କମ୍ରେ ୨୭ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ପ୍ରାଦେଶିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କହିଛନ୍ତି।
The post ପାକିସ୍ତାନରେ ପ୍ରବଳ ବର୍ଷା, ୩୭ ମୃତ appeared first on Dharitri Odia News.