ପାକିସ୍ତାନରେ ଭୟଙ୍କର ପରିସ୍ଥିତି: ଚାରିପଟୁ ଆକ୍ରମଣରେ ଗଡ଼ିଲା ୨୯ ସୈନିକଙ୍କ ମୁଣ୍ଡ

ଇସଲାମାବାଦ୍‌,୧୭।୭: ପାକିସ୍ତାନର ପରିସ୍ଥିତି ପୁଣି ଥରେ ଖରାପ ହେଉଥିବା ପରି ମନେ ହେଉଛି। ବାଲୁଚ ଲିବରେସନ ଆର୍ମି(BLA)ଦାବି କରିଛି ଯେ, ଏହା କଳାଟ ଏବଂ କ୍ୱେଟାରେ ୨୯ ଜଣ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିଛି। ପାକିସ୍ତାନୀ ସେନା ବିରୋଧରେ ଯୁଦ୍ଧ ଜାରି ରହିବ ବୋଲି BLA ପକ୍ଷରୁ କୁହାଯାଇଛି। ପାକ ସେନା ଉପରେ ଆକ୍ରମଣ ପରେ ବାଲୁଚ ଲିବରେସନ ଆର୍ମି ଏକ ବିବୃତ୍ତି ଜାରି କରିଛି। ଏଥିରେ କୁହାଯାଇଛି ଯେ, କ୍ୱେଟାରେ, BLAର ସ୍ବତନ୍ତ୍ର ୟୁନିଟ ଫତାହ […] The post ପାକିସ୍ତାନରେ ଭୟଙ୍କର ପରିସ୍ଥିତି: ଚାରିପଟୁ ଆକ୍ରମଣରେ ଗଡ଼ିଲା ୨୯ ସୈନିକଙ୍କ ମୁଣ୍ଡ appeared first on Dharitri Odia News.

ପାକିସ୍ତାନରେ ଭୟଙ୍କର ପରିସ୍ଥିତି: ଚାରିପଟୁ ଆକ୍ରମଣରେ ଗଡ଼ିଲା ୨୯ ସୈନିକଙ୍କ ମୁଣ୍ଡ

ଇସଲାମାବାଦ୍‌,୧୭।୭: ପାକିସ୍ତାନର ପରିସ୍ଥିତି ପୁଣି ଥରେ ଖରାପ ହେଉଥିବା ପରି ମନେ ହେଉଛି। ବାଲୁଚ ଲିବରେସନ ଆର୍ମି(BLA)ଦାବି କରିଛି ଯେ, ଏହା କଳାଟ ଏବଂ କ୍ୱେଟାରେ ୨୯ ଜଣ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିଛି। ପାକିସ୍ତାନୀ ସେନା ବିରୋଧରେ ଯୁଦ୍ଧ ଜାରି ରହିବ ବୋଲି BLA ପକ୍ଷରୁ କୁହାଯାଇଛି।

ପାକ ସେନା ଉପରେ ଆକ୍ରମଣ ପରେ ବାଲୁଚ ଲିବରେସନ ଆର୍ମି ଏକ ବିବୃତ୍ତି ଜାରି କରିଛି। ଏଥିରେ କୁହାଯାଇଛି ଯେ, କ୍ୱେଟାରେ, BLAର ସ୍ବତନ୍ତ୍ର ୟୁନିଟ ଫତାହ ସ୍କ୍ବାଡ ପାକିସ୍ତାନୀ ସୈନିକମାନଙ୍କୁ ନେଇଯାଉଥିବା ବସ୍‌କୁ IED ସାହାଯ୍ୟରେ ଟାର୍ଗେଟ କରିଛି। ବାଲୁଚ ଲିବରେସନ ଆର୍ମି ଏହାର ୟୁନିଟ ZIRABରୁ ଗୋଇନ୍ଦା ସୂଚନା ପାଇବା ପରେ ଏହା କରିଛି। ZIRAB ଲଗାତାର ପାକ ସେନାକୁ ନେଇଯାଉଥିବା ବସ ଉପରେ ନଜର ରଖିଥିଲା। ବସ୍‌ଟି କରାଚୀରୁ କ୍ୱେଟା ଯାଉଥିଲା।

ପାକିସ୍ତାନୀ ସୈନିକମାନଙ୍କୁ ନେଇ ଯାଉଥିବା ବସ୍‌ରେ କୱାଲି ଗାୟକ ଥିଲେ। BLA କହିଛି ଯେ, କୱାଲି ଗାୟକଙ୍କୁ ଟାର୍ଗେଟ କରିବା ସେମାନଙ୍କର ଉଦ୍ଦେଶ୍ୟ ନ ଥିଲା, ତେଣୁ ସେମାନଙ୍କ ସହିତ କିଛି କରାଯାଇ ନ ଥିଲା। BLA ପୂର୍ବରୁ ଅନେକ ଥର ପାକିସ୍ତାନ ଉପରେ ଆକ୍ରମଣ କରିଛି। ଏହା ନିକଟରେ କ୍ୱେଟାର ହଜାରୀ ଗାଞ୍ଜୀ ଅଞ୍ଚଳରେ IED ସାହାଯ୍ୟରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଦୁଇ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଆକ୍ରମଣରେ ପାକିସ୍ତାନୀ ସେନାର ଏକ ଗାଡ଼ିକୁ ମଧ୍ୟ ଟାର୍ଗେଟ କରାଯାଇଥିଲା।

The post ପାକିସ୍ତାନରେ ଭୟଙ୍କର ପରିସ୍ଥିତି: ଚାରିପଟୁ ଆକ୍ରମଣରେ ଗଡ଼ିଲା ୨୯ ସୈନିକଙ୍କ ମୁଣ୍ଡ appeared first on Dharitri Odia News.