ପାକିସ୍ତାନରେ ୧୬ ପରମାଣୁ ଇଞ୍ଜିନିୟର ଓ ଅଧିକାରୀଙ୍କ ଅପହରଣ! ଭିଡିଓ ଜାରି କରିଛି TTP

ଇସ୍ଲାମାବାଦ ୧୦।୧ : ପାକିସ୍ତାନରେ ୧୬ ଜଣ ପରମାଣୁ ଇଞ୍ଜିନିୟର ଓ ଅଧିକାରୀଙ୍କୁ ଅପହରଣ କରି ନିଆଯାଇଛି। ଆତଙ୍କବାଦୀ ସଙ୍ଗଠନ ତହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ପାକିସ୍ତାନୀ ପରମାଣୁ ସଂସ୍ଥାର ଏହି ଅଧିକାରୀଙ୍କୁ ଅପହରଣ କରିଛି। ଟିଟିପି ଅପହୃତ ହୋଇଥିବା ୧୬ ଜଣ ଇଞ୍ଜିନିୟରଙ୍କ ଏକ ଭିଡିଓ ମଧ୍ୟ ଜାରି କରିଛି। ସେମାନଙ୍କ ଆଇଡି କାର୍ଡ ସେୟାର କରିବା ସହିତ ନାମ ମଧ୍ୟ ଘୋଷଣା କରିଛି।ଟିଟିପିର ଜାରି ଭିଡିଓରେ ପାକିସ୍ତାନୀ ଇଞ୍ଜିନିୟର ଶାହବାଜ ସରକାରଙ୍କୁ ଆତଙ୍କବାଦୀଙ୍କ ସର୍ତ୍ତମାନିନେବାକୁ ଓ ନିଜ ସୁରକ୍ଷା ପାଇଁ ଗୁହାରି କରୁଥିବା ଦେଖାଯାଉଛି। ତାଲିବାନ ପାକିସ୍ତାନର ଅପହୃତ ପରମାଣୁ ଇଞ୍ଜିନିୟରଙ୍କ ଭିଡିଓ ଜାରି କରିଛି। ଜାରି ଭିଡିଓରେ ପାକିସ୍ତାନୀ ଅଧିକାରୀ ନିଜ ସରକାରଙ୍କୁ ବିଦ୍ରୋହୀଙ୍କ ଦାବି ମାନିନେବାକୁ ଓ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଗୁହାରି କରୁଥିବାର ଦେଖାଯାଉଛି। ପାକିସ୍ତାନ ପରମାଣୁ ଶକ୍ତି ଆୟୋଗଙ୍କ ୧୬ ଜଣ ଇଞ୍ଜିନିୟର ଏବେ ଟିଟିପି ଅକ୍ତିଆରରେ ଅଛନ୍ତି। TTP has released an exclusive video of the abducted employees of Atomic Energy. The 16-18 employees were abducted, who were working in the Qabul Khel Atomic Energy mining project in Lakki Marwat. The armed man has also ablazed the company's staff vehicle. pic.twitter.com

ପାକିସ୍ତାନରେ ୧୬ ପରମାଣୁ ଇଞ୍ଜିନିୟର ଓ ଅଧିକାରୀଙ୍କ ଅପହରଣ! ଭିଡିଓ ଜାରି କରିଛି TTP

ଇସ୍ଲାମାବାଦ ୧୦।୧ : ପାକିସ୍ତାନରେ ୧୬ ଜଣ ପରମାଣୁ ଇଞ୍ଜିନିୟର ଓ ଅଧିକାରୀଙ୍କୁ ଅପହରଣ କରି ନିଆଯାଇଛି। ଆତଙ୍କବାଦୀ ସଙ୍ଗଠନ ତହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ପାକିସ୍ତାନୀ ପରମାଣୁ ସଂସ୍ଥାର ଏହି ଅଧିକାରୀଙ୍କୁ ଅପହରଣ କରିଛି। ଟିଟିପି ଅପହୃତ ହୋଇଥିବା ୧୬ ଜଣ ଇଞ୍ଜିନିୟରଙ୍କ ଏକ ଭିଡିଓ ମଧ୍ୟ ଜାରି କରିଛି। ସେମାନଙ୍କ ଆଇଡି କାର୍ଡ ସେୟାର କରିବା ସହିତ ନାମ ମଧ୍ୟ ଘୋଷଣା କରିଛି।

ଟିଟିପିର ଜାରି ଭିଡିଓରେ ପାକିସ୍ତାନୀ ଇଞ୍ଜିନିୟର ଶାହବାଜ ସରକାରଙ୍କୁ ଆତଙ୍କବାଦୀଙ୍କ ସର୍ତ୍ତମାନିନେବାକୁ ଓ ନିଜ ସୁରକ୍ଷା ପାଇଁ ଗୁହାରି କରୁଥିବା ଦେଖାଯାଉଛି। ତାଲିବାନ ପାକିସ୍ତାନର ଅପହୃତ ପରମାଣୁ ଇଞ୍ଜିନିୟରଙ୍କ ଭିଡିଓ ଜାରି କରିଛି। ଜାରି ଭିଡିଓରେ ପାକିସ୍ତାନୀ ଅଧିକାରୀ ନିଜ ସରକାରଙ୍କୁ ବିଦ୍ରୋହୀଙ୍କ ଦାବି ମାନିନେବାକୁ ଓ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଗୁହାରି କରୁଥିବାର ଦେଖାଯାଉଛି। ପାକିସ୍ତାନ ପରମାଣୁ ଶକ୍ତି ଆୟୋଗଙ୍କ ୧୬ ଜଣ ଇଞ୍ଜିନିୟର ଏବେ ଟିଟିପି ଅକ୍ତିଆରରେ ଅଛନ୍ତି। 


ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଟିଟିପି ଡେରା ଇସ୍ମାଇଲ ଖାନରୁ ପାକିସ୍ତାନ ପରମାଣୁ ଶକ୍ତି ଆୟୋଗର ଅଧିକାରୀମାନଙ୍କୁ ଧରି ନେଇଛି। ସାଇଣ୍ଟିଷ୍ଟମାନଙ୍କ ଏପରି ଦଶା ପାକିସ୍ତାନର ବିଗୁଡୁଥିବା ସୁରକ୍ଷା ଓ ହତାସାର ନମୁନା ବୋଲି ଲୋକେ କହୁଛନ୍ତି। 


ଏହା ମଧ୍ୟ ଦାବି କରାଯାଉଛି ଯେ ତେହେରିକ-ଏ-ତାଲିବାନ ପାକିସ୍ତାନର ଆତଙ୍କବାଦୀମାନେ ପାକିସ୍ତାନର ସବୁଠୁ ବଡ଼ ୟୁରେନିୟମ ଖଣିରୁ ବହୁମାତ୍ରାରେ ୟୁରେନିୟମ ଲୁଟି ନେଇଛନ୍ତି। ଏହି ୟୁରେନିୟମକୁ ଆଟବମ ପ୍ରସ୍ତୁତିରେ ବ୍ୟବହାର କରାଯାଏ। କିଛି ସମୟ ପରେ ଟିଟିପି ନେତାଙ୍କ ବୟାନ ମଧ୍ୟ ଆସିଛି। ସେ କହିଛନ୍ତି ଯେ ଆମେ ପରମାଣୁ ଶକ୍ତି ଅଧିକାରୀଙ୍କୁ କୌଣସି କ୍ଷତି କରିବା ଉଦ୍ଦେଶ୍ୟରେ ନୁହେଁ କିଛି ଦାବି ପାଇଁ ଅପହରଣ କରିଛୁ। ସରକାର ଆମ ଉପରେ କରୁଥିବା ଆକ୍ରମଣରୁ ବର୍ତ୍ତିବା ଓ ଲୋକଙ୍କ ଜୀବନ ରକ୍ଷା ନିମନ୍ତେ ଆମେ ଏହି ପଦକ୍ଷେପ ନେଇଛୁ । ଏଣୁ ସରକାର ଆମ ଦାବି ମାନି ନିଅନ୍ତୁ ବୋଲି ସେ କହିଛନ୍ତି।