ପାଟକୁରାରେ ବିଜେପି-ବିଜେଡି ବାହାଘର କରାଇଲା କଂଗ୍ରେସ, ବରଯାତ୍ରୀ ସହ ଜମିଲା ଭୋଜିଭାତର ଆସର
ମାର୍ଶାଘାଇ: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା କଂଗ୍ରେସ ପକ୍ଷରୁ ବଡ ଧୁମଧାମର ସହିତ ଅନୁଷ୍ଠିତ ହୋଇଯାଇଛି ବିଜେପି ବିଜେଡିର ଶୁଭ ବିବାହ । ଉଭୟ ବିଜେପି ବର ଓ ବିଜେଡି କନ୍ୟାରେ ଏକ କାର ବସିଥିବା ବେଳେ ଗୀତ ନାଚ କରି ବରଯାତ୍ରୀ ମାନେ ନାଚିନାଚି କୋରୁଆ ବଜାରରେ ତିଆରି ହୋଇଥିବା ବିବାହ ମଣ୍ଡପ ନିକଟରେ ପହଁଚିଥିଲେ। ପୁରୋହିତଙ୍କ ମନ୍ତ୍ର ଧ୍ବନୀ ସହିତ ହୋମ ଓ ବିବାହର ରିତିନୀତୀ ଅନୁସାରେ ବିବାହ କାର୍ଯ୍ୟକ୍ରମ ସମ୍ପର୍ଣ୍ଣ ହୋଇଥିଲା। ଶେଷରେ ବର ପିତା ଓ କନ୍ୟାପିତା ସଙ୍କଳ୍ପ କରିବା ସହିତ କନ୍ୟାଦାନ ଓ ହସ୍ତଗଣ୍ଠି ଫିଟା ବନ୍ଦାପନା ଇତ୍ୟାଦି କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ଶେଷରେ ବିବାହ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବରଯାତ୍ରୀ ଓ କନ୍ୟାପକ୍ଷଙ୍କ ପାଇଁ ଭୋଜିଭାତର ଆୟୋଜନ କରାଯାଇଥିଲା। ପାଟକୁରା ନିର୍ବାଚନ ନଣ୍ଡଳର ବିଭିନ୍ନ ଅଂଚଳରୁ ବହୁତ ସଂଖ୍ୟକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। Also read- ଇଡି ରେଡ୍ ପରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଭେଟିଲେ ବିଜେଡି ନେତା The post ପାଟକୁରାରେ ବିଜେପି-ବିଜେଡି ବାହାଘର କରାଇଲା କଂଗ୍ରେସ, ବରଯାତ୍ରୀ ସହ ଜମିଲା ଭୋଜିଭାତର ଆସର appeared first on Prameya News7.
ମାର୍ଶାଘାଇ: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା କଂଗ୍ରେସ ପକ୍ଷରୁ ବଡ ଧୁମଧାମର ସହିତ ଅନୁଷ୍ଠିତ ହୋଇଯାଇଛି ବିଜେପି ବିଜେଡିର ଶୁଭ ବିବାହ । ଉଭୟ ବିଜେପି ବର ଓ ବିଜେଡି କନ୍ୟାରେ ଏକ କାର ବସିଥିବା ବେଳେ ଗୀତ ନାଚ କରି ବରଯାତ୍ରୀ ମାନେ ନାଚିନାଚି କୋରୁଆ ବଜାରରେ ତିଆରି ହୋଇଥିବା ବିବାହ ମଣ୍ଡପ ନିକଟରେ ପହଁଚିଥିଲେ। ପୁରୋହିତଙ୍କ ମନ୍ତ୍ର ଧ୍ବନୀ ସହିତ ହୋମ ଓ ବିବାହର ରିତିନୀତୀ ଅନୁସାରେ ବିବାହ କାର୍ଯ୍ୟକ୍ରମ ସମ୍ପର୍ଣ୍ଣ ହୋଇଥିଲା।

ଶେଷରେ ବର ପିତା ଓ କନ୍ୟାପିତା ସଙ୍କଳ୍ପ କରିବା ସହିତ କନ୍ୟାଦାନ ଓ ହସ୍ତଗଣ୍ଠି ଫିଟା ବନ୍ଦାପନା ଇତ୍ୟାଦି କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ଶେଷରେ ବିବାହ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବରଯାତ୍ରୀ ଓ କନ୍ୟାପକ୍ଷଙ୍କ ପାଇଁ ଭୋଜିଭାତର ଆୟୋଜନ କରାଯାଇଥିଲା। ପାଟକୁରା ନିର୍ବାଚନ ନଣ୍ଡଳର ବିଭିନ୍ନ ଅଂଚଳରୁ ବହୁତ ସଂଖ୍ୟକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।
Also read- ଇଡି ରେଡ୍ ପରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଭେଟିଲେ ବିଜେଡି ନେତା
The post ପାଟକୁରାରେ ବିଜେପି-ବିଜେଡି ବାହାଘର କରାଇଲା କଂଗ୍ରେସ, ବରଯାତ୍ରୀ ସହ ଜମିଲା ଭୋଜିଭାତର ଆସର appeared first on Prameya News7.