ପାଟଣାରେ ଭାଜପା ଖୋଜୁଛି ଦକ୍ଷ ପ୍ରାର୍ଥୀ

କେନ୍ଦୁଝର,୨୫।୩((ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଅନ୍ୟତମ ବିଧାନସଭା ନିର୍ବାଚନମଣ୍ଡଳୀ ପାଟଣା ବିଜେଡି ହାତରେ ରହିଥିବା ବେଳେ ଯୁବ ବିଧାୟକ ଜଗନ୍ନାଥ ନାୟକଙ୍କୁ ଆଉ ଥରେ ଦଳ ପ୍ରାର୍ଥୀ କରିବା ସମ୍ଭାବନା ରହିଛି। ବିଜେଡି ଛାଡ଼ି କଂଗ୍ରେସରେ ଯୋଗଦେଇଥିବା ୬ ଥରର ବିଧାୟକ ହୃଷୀକେଶ ନାୟକ ଟିକେଟ ପାଇବା ସମ୍ଭାବନା ଅଧିକ ରହିଛି। ତେବେ ସବୁଠାରୁ ବଡ଼ ସମସ୍ୟା ଭାଜପା ଦଳରେ ପ୍ରାର୍ଥୀ ଚୟନକୁ ନେଇ ଦେଖାଦେଇଛି। ଏହି ନିର୍ବାଚନ ମଣ୍ଡଳୀରେ ଜିଲା ସଭାପତି, ପୂର୍ବତନ ଜିଲା […] The post ପାଟଣାରେ ଭାଜପା ଖୋଜୁଛି ଦକ୍ଷ ପ୍ରାର୍ଥୀ appeared first on Dharitri Odia News.

ପାଟଣାରେ ଭାଜପା ଖୋଜୁଛି ଦକ୍ଷ ପ୍ରାର୍ଥୀ

କେନ୍ଦୁଝର,୨୫।୩((ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଅନ୍ୟତମ ବିଧାନସଭା ନିର୍ବାଚନମଣ୍ଡଳୀ ପାଟଣା ବିଜେଡି ହାତରେ ରହିଥିବା ବେଳେ ଯୁବ ବିଧାୟକ ଜଗନ୍ନାଥ ନାୟକଙ୍କୁ ଆଉ ଥରେ ଦଳ ପ୍ରାର୍ଥୀ କରିବା ସମ୍ଭାବନା ରହିଛି। ବିଜେଡି ଛାଡ଼ି କଂଗ୍ରେସରେ ଯୋଗଦେଇଥିବା ୬ ଥରର ବିଧାୟକ ହୃଷୀକେଶ ନାୟକ ଟିକେଟ ପାଇବା ସମ୍ଭାବନା ଅଧିକ ରହିଛି। ତେବେ ସବୁଠାରୁ ବଡ଼ ସମସ୍ୟା ଭାଜପା ଦଳରେ ପ୍ରାର୍ଥୀ ଚୟନକୁ ନେଇ ଦେଖାଦେଇଛି।

ଏହି ନିର୍ବାଚନ ମଣ୍ଡଳୀରେ ଜିଲା ସଭାପତି, ପୂର୍ବତନ ଜିଲା ସଭାପତି, ଯୁବ ସଭାପତି ସମେତ ବହୁ ପଦାଧିକାରୀଙ୍କ ଘର ରହିଥିବାରୁ ଦଳ ପାଇଁ ଚିନ୍ତାର ବିଷୟ ହୋଇଛି। ବିଜେଡି ବିଧାୟକ ଜଗନ୍ନାଥ ନାୟକଙ୍କ ଭାଇ ସତ୍ୟବ୍ରତ ନାୟକ ଭାଜପାରୁ ଆଶାୟୀ ଅଛନ୍ତି। ସେହିଭଳି ଅଖିଳ ଚନ୍ଦ୍ର ନାୟକ, ମମିତା ନାୟକ ସମେତ ଗୌତମ ନାୟକ ମଧ୍ୟ ଟିକେଟ ଦୌଡ଼ରେ। ତେବେ ସତ୍ୟବ୍ରତ ନିର୍ବାଚନ ମଣ୍ଡଳୀ ବୁଲୁଥିଲେ ହେଁ ଭାଇ ବିରୋଧରେ ଭାଇଙ୍କୁ ଛିଡା କରିବାକୁ ଭାଜପା କୌଣସି ରିସ୍କ ନେବାକୁ ଚାହୁନାହିଁ ା ଏଥିପାଇଁ ଗତ ନିର୍ବାଚନରେ ମଧ୍ୟ ତାଙ୍କୁ ଟିକେଟ ମିଳି ନ ଥିବା ଆଲୋଚନା ହେଉଛି। ଏହି ସିଟ୍‌ରେ ଭାଜପାର କ୍ରମାଗତ ପରାଜୟକୁ ଆଖି ଆଗରେ ରଖି ଭାଜପା ଚଳିତ ନିର୍ବାଚନକୁ ହାତଛଡା କରିବାକୁ ଚାହୁନାହିଁ।

ଗତ ନିର୍ବାଚନରେ ଭାଜପା ଟିକଟରେ ଛିଡ଼ା ହୋଇଥିବା ପ୍ରାର୍ଥୀ ଦଳ ଛାଡି ଦେବା ଦଳ ପାଇଁ ଚିନ୍ତାର ବିଷୟ ହୋଇଥିଲା। ତେବେ ସେ ସମୟରେ ଦଳର ଅନ୍ୟତମ ଦକ୍ଷତା ସମ୍ପନ୍ନ ନେତା ଅଖିଳ ଚନ୍ଦ୍ର ନାୟକଙ୍କୁ ଟିକେଟ ନ ମିଳିବାରୁ କର୍ମୀ ସମର୍ଥନରେ ସ୍ବାଧୀନ ଭାବରେ ଛିଡ଼ା ହୋଇଥିଲେ। ସେ ଚାକିରୀ ଛାଡ଼ି ଜନସେବା କରିବା ପାଇଁ ରାଜନୀତିକୁ ଓହ୍ଲାଇଥିଲେ। ତେବେ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ପାଇଁ କାମ କରୁଥିବା ଅଖିଳଙ୍କୁ ପ୍ରାର୍ଥୀ କଲେ କଡ଼ା ଟକ୍କର ହେବା ସମ୍ଭାବନାକୁ ନେଇ ତାଙ୍କ ସମର୍ଥକ ତଥା କର୍ମୀମାନେ ଆଶା ବାନ୍ଧିଛନ୍ତି। ସେହିପରି ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମମିତା ନାୟକ ମଧ୍ୟ ଉକ୍ତ ଅଞ୍ଚଳରେ କାମ କରିଆସୁଛନ୍ତି। କିଏ ଟିକେଟ ପାଉଛନ୍ତି ତାକୁ ଏବେ ଅପେକ୍ଷା ରହିଛି।

The post ପାଟଣାରେ ଭାଜପା ଖୋଜୁଛି ଦକ୍ଷ ପ୍ରାର୍ଥୀ appeared first on Dharitri Odia News.