ପାଟନା ମେଟ୍ରୋ ଟନେଲରେ ବଡ ଦୁର୍ଘଟଣା; ୨ ଶ୍ରମିକ ମୃତ, ୬ ଗୁରୁତର
ନୂଆଦିଲ୍ଲୀ ୨୯।୧୦: ପାଟନା ମେଟ୍ରୋ ଟନେଲରେ ଏକ ବଡ଼ ଦୁର୍ଘଟଣା । ଏହି ଘଟଣାରେ ଅପରେଟରଙ୍କ ସମେତ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅନେକ ଶ୍ରମିକ ଆହତ ମଧ୍ୟ ହୋଇଛନ୍ତି। ମେଟ୍ରୋ ଟନେଲରେ ଲୋକୋ ମେସିନର ବ୍ରେକ୍ ଫେଲ୍ର ହେତୁ ଅନେକ ଶ୍ରମିକ ଆହତ ହୋଇଥିଲେ। ଏହି ଘଟଣାରେ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଥିରେ ୬ ଜଣ ଆହତ ଅଛନ୍ତି। ଯେଉଁଥିରେ ଚାରିଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ସମସ୍ତେ ପାଟନା ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ପାଟନାରେ ଏନଆଇଟି ଟର୍ଣ୍ଣର ଏଗ୍ଜିଟ୍ ପଏଣ୍ଟ ନିକଟରେ ଏହି ଘଟଣା ଘଟିଛି।ଶ୍ରମିକମାନେ ଟନେଲରେ ନାଇଟ୍ ସିଫ୍ଟରେ କାମ କରୁଥିବା ବେଳେ ଏକ ଲୋକୋ ପିକଅପ୍ ମେସିନର ବ୍ରେକ୍ ଫେଲ୍ ହୋଇଯାଇଥିଲା। ପରେ ଏହା ନିୟନ୍ତ୍ରଣ ବାହାରକୁ ଯାଇ ଅନେକ ଶ୍ରମିକଙ୍କ ଉପରେ ଚଢ଼ି ଯାଇଥିଲା। ସେହି ସମୟରେ ବହୁ ସଂଖ୍ୟକ ଶ୍ରମିକ ଟନେଲ ଭିତରେ କାମ କରୁଥିଲେ । ଅନେକ ଶ୍ରମିକ ମେସିନ୍ ଦ୍ୱାରା ଧକ୍କା ହୋଇଥିଲେ। ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଡିଏମଆରସି ଦୁଇ ଶ୍ରମିକଙ୍କ ମୃତ୍ୟୁକୁ ନିଶ୍ଚିତ କରିଛି।ଦୁର୍ଘଟଣା ସମୟରେ ପ୍ରାୟ ୧୦ରୁ ଜଣ ଶ୍ରମିକ ଟନେଲ ଭିତରେ କାମ କରୁଥିଲେ। ଏହି ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ୪ ଜଣ କର୍ମଚାରୀ ଗୁରୁତର ଥିବା ବେଳେ ଡାକ୍ତରଖାନାରେ ଜୀ
ନୂଆଦିଲ୍ଲୀ ୨୯।୧୦: ପାଟନା ମେଟ୍ରୋ ଟନେଲରେ ଏକ ବଡ଼ ଦୁର୍ଘଟଣା । ଏହି ଘଟଣାରେ ଅପରେଟରଙ୍କ ସମେତ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅନେକ ଶ୍ରମିକ ଆହତ ମଧ୍ୟ ହୋଇଛନ୍ତି। ମେଟ୍ରୋ ଟନେଲରେ ଲୋକୋ ମେସିନର ବ୍ରେକ୍ ଫେଲ୍ର ହେତୁ ଅନେକ ଶ୍ରମିକ ଆହତ ହୋଇଥିଲେ। ଏହି ଘଟଣାରେ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଥିରେ ୬ ଜଣ ଆହତ ଅଛନ୍ତି। ଯେଉଁଥିରେ ଚାରିଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ସମସ୍ତେ ପାଟନା ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି।
ସୂଚନା ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ପାଟନାରେ ଏନଆଇଟି ଟର୍ଣ୍ଣର ଏଗ୍ଜିଟ୍ ପଏଣ୍ଟ ନିକଟରେ ଏହି ଘଟଣା ଘଟିଛି।ଶ୍ରମିକମାନେ ଟନେଲରେ ନାଇଟ୍ ସିଫ୍ଟରେ କାମ କରୁଥିବା ବେଳେ ଏକ ଲୋକୋ ପିକଅପ୍ ମେସିନର ବ୍ରେକ୍ ଫେଲ୍ ହୋଇଯାଇଥିଲା। ପରେ ଏହା ନିୟନ୍ତ୍ରଣ ବାହାରକୁ ଯାଇ ଅନେକ ଶ୍ରମିକଙ୍କ ଉପରେ ଚଢ଼ି ଯାଇଥିଲା। ସେହି ସମୟରେ ବହୁ ସଂଖ୍ୟକ ଶ୍ରମିକ ଟନେଲ ଭିତରେ କାମ କରୁଥିଲେ । ଅନେକ ଶ୍ରମିକ ମେସିନ୍ ଦ୍ୱାରା ଧକ୍କା ହୋଇଥିଲେ। ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଡିଏମଆରସି ଦୁଇ ଶ୍ରମିକଙ୍କ ମୃତ୍ୟୁକୁ ନିଶ୍ଚିତ କରିଛି।
ଦୁର୍ଘଟଣା ସମୟରେ ପ୍ରାୟ ୧୦ରୁ ଜଣ ଶ୍ରମିକ ଟନେଲ ଭିତରେ କାମ କରୁଥିଲେ। ଏହି ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ୪ ଜଣ କର୍ମଚାରୀ ଗୁରୁତର ଥିବା ବେଳେ ଡାକ୍ତରଖାନାରେ ଜୀବନ ଓ ମୃତ୍ୟୁ ମଧ୍ୟରେ ସଂଘର୍ଷ କରୁଛନ୍ତି। ଏହି ଦୁର୍ଘଟଣାରେ ଲୋକୋ ପାଇଲଟଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସେ ଓଡିଶାର ବାସିନ୍ଦା ଥିଲେ।