ପାଣି ନାହିଁ ତ ଭୋଟ ନାହିଁ,

ମୋହନା,୪ା୪(ମନ୍ମଥ ମିଶ୍ର)- ପାଣି ନାହିଁ ତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା, କୁଜିନେତା ଯଦି ସାହିକୁ ଭୋଟ ମାଗିବାକୁ ଆସନ୍ତି ତେବେ କାଠ ଫାଳିଆରେ ଗୋଡ଼ାଇ ଗୋଡ଼ାଇ ମାରିବୁ। ଏଭଳି ଚେତାବନୀ ଦେଇଛନ୍ତି ଗଜପତି ଜିଲା ମୋହନା ସଦର ମହକୁମା ନାରାୟଣନଗରର ୧୪ ନଂ ୱାର୍ଡର ମହିଳାମାନେ। ଦୀର୍ଘଦିନ ହେବ ୱାର୍ଡରେ ଜଳ ଯୋଗାଣ ପାଇଁ ପ୍ରତି ଘର ସାମ୍ନାରେ ଷ୍ଟାଣ୍ଡ ପୋଷ୍ଟ ସ୍ଥାପନ କରି ଟ୍ୟାପ ଲଗାଯାଇଛି। ହେଲେ ଜଳ ଯୋଗାଣ ବ୍ୟବସ୍ଥା […] The post ପାଣି ନାହିଁ ତ ଭୋଟ ନାହିଁ, appeared first on Dharitri Odia News.

ପାଣି ନାହିଁ ତ ଭୋଟ ନାହିଁ,

ମୋହନା,୪ା୪(ମନ୍ମଥ ମିଶ୍ର)- ପାଣି ନାହିଁ ତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା, କୁଜିନେତା ଯଦି ସାହିକୁ ଭୋଟ ମାଗିବାକୁ ଆସନ୍ତି ତେବେ କାଠ ଫାଳିଆରେ ଗୋଡ଼ାଇ ଗୋଡ଼ାଇ ମାରିବୁ। ଏଭଳି ଚେତାବନୀ ଦେଇଛନ୍ତି ଗଜପତି ଜିଲା ମୋହନା ସଦର ମହକୁମା ନାରାୟଣନଗରର ୧୪ ନଂ ୱାର୍ଡର ମହିଳାମାନେ। ଦୀର୍ଘଦିନ ହେବ ୱାର୍ଡରେ ଜଳ ଯୋଗାଣ ପାଇଁ ପ୍ରତି ଘର ସାମ୍ନାରେ ଷ୍ଟାଣ୍ଡ ପୋଷ୍ଟ ସ୍ଥାପନ କରି ଟ୍ୟାପ ଲଗାଯାଇଛି। ହେଲେ ଜଳ ଯୋଗାଣ ବ୍ୟବସ୍ଥା ହୋଇ ପାରିଲା ନାହିଁ। କେବଳ ସୋଲାର ଟାଙ୍କି ବସାଇ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ସାହିରେ ପ୍ରାୟ ୮୦ ପରିବାରରୁ ଅଧିକ ଅଛନ୍ତି ହେଲେ ସେଥିରେ ମଧ୍ୟ ଠିକରେ ପାଣି ଆସୁନି। ଫଳରେ ପିଇବା ପାଣି ପାଇଁ ୱାର୍ଡ ବାସିନ୍ଦା ଡହଳବିକଳ ହେଉଛନ୍ତି । ଯଦି ସରକାର ବା ପ୍ରଶାସନ ୱାର୍ଡ ବାସିନ୍ଦାଙ୍କୁ ପାଣି ଯୋଗାଇ ନ ଦିଅନ୍ତି ଭୋଟ ବର୍ଜନ କରିବା ସହ କୌଣସି ନେତା ଓ କୁଜିନେତାକୁ ସାହିକୁ ପୁରାଇ ଦେବୁନାହିଁ ବୋଲି ଚେତବନୀ ଦେଇଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ୱାର୍ଡ ମେମ୍ବର କହିଛନ୍ତି ଜଳ ଯୋଗାଣ ଅଧିକାରୀଙ୍କୁ ଜଣାଇଛନ୍ତି। ପାନୀୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ କହିଛନ୍ତି, ସୋଲାର ଟାଙ୍କିର ୨୦ ମିଟର ବ୍ୟବଧାନରେ ଗୋଟିଏ ପାଣଟ୍ୟାପ୍‌ ରହିବା ପରିବର୍ତ୍ତେ ସେଠାରେ ୩ ଗୋଟି ଟ୍ୟାପ୍‌ କରାଯାଇଛି। ଅନ୍ୟପକ୍ଷେ ଦିନକୁ ଦିନ ଖରା ବଢ଼ିବା ସହ ଜଳସ୍ତର କମୁଛି। ତେଣୁ ଉପରିସ୍ଥ ଅଧିକାରୀଙ୍କୁ ଯୋଗାଯୋଗ କରି ଠିକାଦାର ପଠାଇ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।

The post ପାଣି ନାହିଁ ତ ଭୋଟ ନାହିଁ, appeared first on Dharitri Odia News.