ପାଣି ମିଶାଇ ବିକୁଥିଲେ ମଦ ବୋତଲ, ୬ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ବନ୍ଦ ବୋତଲ କିଣୁଥିଲେ ଗ୍ରାହକ। ପେଗ୍‌ ବନାଇକୁ ପାଣି ମିଶାଉଥିଲେ ହେଲେ ନିଶା ହେଉନଥିଲା। ପୁଣି ଘଣ୍ଟାଏ ପରେ ଆଉ ଗୋଟେ ବୋତଲ କିଣୁଥିଲେ। ଏମିତି ବୋତଲ ପରେ ବୋତଲ କିଣୁଥିଲେ ରାତି ପାହି ଯାଉଥିଲା, ଟଙ୍କା ଖାଲି ହୋଇଯାଉଥିଲା ହେଲେ ମଦର ମଜା ମିଳୁନଥିଲା। କାରଣ ଥିଲା ସିଲ୍‌ ବୋତଲରେ ପୂର୍ବରୁ ପାଣି ମିଶିଥିଲା। ଭୁବନେଶ୍ବର ବରମୁଣ୍ଡା ନିକଟରେ ଏକ ଠିପି ବନ୍ଦ ମଦ ଦୋକାନ ଉପରେ ସୋମବାର ଚଢ଼ଉ କରିଥିଲା ଅବକାରୀ ବିଭାଗ। ଚଢ଼ଉ ପରେ ଜଣା ପଡ଼ିଥିଲା ଚାଲିଥିଲା କାରସାଦି। ସିଲ୍‌ ଖୋଲାଯାଉଥିଲା ପାଣି ମିଶାଯାଉଥିଲା। ତାପରେ ପୁଣି ଠିପି ବନ୍ଦ କରି ଉପରେ ଡୁପ୍ଲିକେଟ ସିଲ୍‌ ମାରି ଲୋକଙ୍କୁ ଅସଲି ରେଟରେ ବିକୁଥିଲେ। ଏଥିରେ ଗୋଟେ ବୋତଲରେ ଅଧା ପାଣି ମିଶାଇ ଡବଲ ଲାଭ କରୁଥିଲେ। ଅବକାରୀ ବିଭାଗର ଚଢ଼ଉ ପରେ ଜଣା ପଡ଼ିଥିଲା ଦୋକାନରେ ଅଧିକାଂଶ ବୋତଲ ରି ସିଲିଂ କରାଯାଇଛି।  ଏଥିରେ ପାଣି ମିଶାଇ ମଦକୁ ଡାଇଲ୍ୟୁଟ କରାଯାଉଥିଲା। ୨ ହଜାର ଟଙ୍କାର ମଦ ୪ ହଜାର ଟଙ୍କା ହୋଇଯାଉଥିଲା। ପୂରା ଶହେ ଶହେରେ ଖେଳ ଚାଲିଥିଲା। ତେଣୁ ଏସବୁ ମଦକୁ ଜବତ କରାଯିବା ସହିତ ଏହା ଉପରେ ବୁଲ୍‌ ଡୋଜର ଚଢାଇ ଦିଆଯାଇଛି। ତେବେ ଏହି ଠକେଇକୁ ନେଇ ଦୋକାନୀର ୬ କର୍ମଚାରୀଙ୍କୁ ଗିରଫ କରାଯାଇଛି।  

ପାଣି ମିଶାଇ ବିକୁଥିଲେ ମଦ ବୋତଲ, ୬ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ବନ୍ଦ ବୋତଲ କିଣୁଥିଲେ ଗ୍ରାହକ। ପେଗ୍‌ ବନାଇକୁ ପାଣି ମିଶାଉଥିଲେ ହେଲେ ନିଶା ହେଉନଥିଲା। ପୁଣି ଘଣ୍ଟାଏ ପରେ ଆଉ ଗୋଟେ ବୋତଲ କିଣୁଥିଲେ। ଏମିତି ବୋତଲ ପରେ ବୋତଲ କିଣୁଥିଲେ ରାତି ପାହି ଯାଉଥିଲା, ଟଙ୍କା ଖାଲି ହୋଇଯାଉଥିଲା ହେଲେ ମଦର ମଜା ମିଳୁନଥିଲା। କାରଣ ଥିଲା ସିଲ୍‌ ବୋତଲରେ ପୂର୍ବରୁ ପାଣି ମିଶିଥିଲା। 

ଭୁବନେଶ୍ବର ବରମୁଣ୍ଡା ନିକଟରେ ଏକ ଠିପି ବନ୍ଦ ମଦ ଦୋକାନ ଉପରେ ସୋମବାର ଚଢ଼ଉ କରିଥିଲା ଅବକାରୀ ବିଭାଗ। ଚଢ଼ଉ ପରେ ଜଣା ପଡ଼ିଥିଲା ଚାଲିଥିଲା କାରସାଦି। ସିଲ୍‌ ଖୋଲାଯାଉଥିଲା ପାଣି ମିଶାଯାଉଥିଲା। ତାପରେ ପୁଣି ଠିପି ବନ୍ଦ କରି ଉପରେ ଡୁପ୍ଲିକେଟ ସିଲ୍‌ ମାରି ଲୋକଙ୍କୁ ଅସଲି ରେଟରେ ବିକୁଥିଲେ। ଏଥିରେ ଗୋଟେ ବୋତଲରେ ଅଧା ପାଣି ମିଶାଇ ଡବଲ ଲାଭ କରୁଥିଲେ। 

ଅବକାରୀ ବିଭାଗର ଚଢ଼ଉ ପରେ ଜଣା ପଡ଼ିଥିଲା ଦୋକାନରେ ଅଧିକାଂଶ ବୋତଲ ରି ସିଲିଂ କରାଯାଇଛି।  ଏଥିରେ ପାଣି ମିଶାଇ ମଦକୁ ଡାଇଲ୍ୟୁଟ କରାଯାଉଥିଲା। ୨ ହଜାର ଟଙ୍କାର ମଦ ୪ ହଜାର ଟଙ୍କା ହୋଇଯାଉଥିଲା। ପୂରା ଶହେ ଶହେରେ ଖେଳ ଚାଲିଥିଲା। ତେଣୁ ଏସବୁ ମଦକୁ ଜବତ କରାଯିବା ସହିତ ଏହା ଉପରେ ବୁଲ୍‌ ଡୋଜର ଚଢାଇ ଦିଆଯାଇଛି। ତେବେ ଏହି ଠକେଇକୁ ନେଇ ଦୋକାନୀର ୬ କର୍ମଚାରୀଙ୍କୁ ଗିରଫ କରାଯାଇଛି।