ପାଣିଟାଙ୍କି ଉପରେ ଚଢି ଯୁବକଙ୍କ ଉନ୍ମୁକ୍ତ କାଣ୍ଡ: ଦୀର୍ଘ ସମୟ ପରେ ଉଦ୍ଧାର

କର୍ଲାମୁଣ୍ଡା,୨୬।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକର ବୋରପଦର ଗ୍ରାମ ପଞ୍ଚାୟତ ଭଟାପଲା ଗାଁରେ ଥିବା ପାଣିଟାଙ୍କି ଉପରେ ଚଢି ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ତେବେ ଦୀର୍ଘ ସମୟ ପରେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଉଦ୍ୟମରେ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା। ଯୁବକ ଜଣକ ଭଟାପଲା ଗାଁର ୨୨ ବର୍ଷୀୟ ରାହୁଲ କୁମାର। ମଙ୍ଗଳବାର ରାତିରେ ପାଣି ଟାଙ୍କି ଉପରେ ଚଢି ଯାଇ ଆଉ ତଳକୁ ଓହ୍ଲାଉ ନ […] The post ପାଣିଟାଙ୍କି ଉପରେ ଚଢି ଯୁବକଙ୍କ ଉନ୍ମୁକ୍ତ କାଣ୍ଡ: ଦୀର୍ଘ ସମୟ ପରେ ଉଦ୍ଧାର appeared first on Dharitri Odia News.

ପାଣିଟାଙ୍କି ଉପରେ ଚଢି ଯୁବକଙ୍କ ଉନ୍ମୁକ୍ତ କାଣ୍ଡ: ଦୀର୍ଘ ସମୟ ପରେ ଉଦ୍ଧାର

କର୍ଲାମୁଣ୍ଡା,୨୬।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକର ବୋରପଦର ଗ୍ରାମ ପଞ୍ଚାୟତ ଭଟାପଲା ଗାଁରେ ଥିବା ପାଣିଟାଙ୍କି ଉପରେ ଚଢି ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ତେବେ ଦୀର୍ଘ ସମୟ ପରେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଉଦ୍ୟମରେ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା। ଯୁବକ ଜଣକ ଭଟାପଲା ଗାଁର ୨୨ ବର୍ଷୀୟ ରାହୁଲ କୁମାର।
ମଙ୍ଗଳବାର ରାତିରେ ପାଣି ଟାଙ୍କି ଉପରେ ଚଢି ଯାଇ ଆଉ ତଳକୁ ଓହ୍ଲାଉ ନ ଥିବା ବେଳେ ଓ ଗ୍ରାମବାସୀମାନେ ସ୍ଥାନୀୟ କର୍ଲାମୁଣ୍ଡା ପୁଲିସ ଫାଣ୍ଡି ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ l ଖବର ପାଇ ଫାଣ୍ଡି ଅଧିକାରୀ ଥବିର ବରିହା ଓ ଅଗ୍ନିଶମ ବିଭାଗ ଭାରପ୍ରାପ୍ତ ଅଫିସର ଇନ ଚାର୍ଜ କୃତିବାସ ଦାଶଙ୍କ ନେତୃତ୍ୱରେ ଟିମ ପହଞ୍ଚି ଯୁବକଙ୍କୁ ତଳକୁ ଆଣିବାକୁ ପ୍ରୟାସ କରିଥଲେ ବି ଦୀର୍ଘ ସମୟ ପରେ ଯୁବକ ଉଦ୍ଧାର କରାଯାଇ କର୍ଲାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା l ବିଳମ୍ବିତ ରାତିରେ ଯୁବକ ଚିକିତ୍ସିତ ହୋଇ ଘରକୁ ଫେରି ଥିବା ଫାର୍ମାସିଷ୍ଟ ପବିତ୍ର ରଣା ସୂଚନା ଦେଇଛନ୍ତି। ଅନ୍ୟପଟେ ଯୁବକ ଜଣକଙ୍କ ମାନସିକ ସ୍ଥିତି ଠିକ ନ ଥିବାରୁ ଏଭଳି ପରିସ୍ଥିତି ଘଟିଥିବା ଅନୁମାନ କରାଯାଉଛି।

The post ପାଣିଟାଙ୍କି ଉପରେ ଚଢି ଯୁବକଙ୍କ ଉନ୍ମୁକ୍ତ କାଣ୍ଡ: ଦୀର୍ଘ ସମୟ ପରେ ଉଦ୍ଧାର appeared first on Dharitri Odia News.