ପାଣ୍ଡିଆନଙ୍କ ବ୍ରହ୍ମପୁର ସମ୍ପର୍କ, କହିଲେ ଝିଅ ପାଇଛି ଏହିଠୁ…
ଭୁବନେଶ୍ୱର,୫।୫: ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେଡି ନେତା ଭିକେ ପାଣ୍ଡିଆନ ୪ଟି ଜିଲାର ୩ ଲୋକ ସଭା ଆସନରେ ମାରାଥନ ପ୍ରଚାର କରିଛନ୍ତି। ପ୍ରଚାର ସମୟରେ ପାଣ୍ଡିଆନ ତାଙ୍କର ବ୍ରହ୍ମପୁର ଲିଙ୍କ ବିଷୟରେ ଖୁଲାସା କରିଛନ୍ତି। ସେ କହିଛନ୍ତି, ବ୍ରହ୍ମପୁରରୁ ଝିଅ ପାଇଛି। ନିର୍ବାଚନ ପ୍ରଚାର ବେଳେ ବିଜେଡି ନେତା ପାଣ୍ଡିଆନ ନିଜ ବିୟେରେ ରୋଚକ କଥା ଉନ୍ମୋଚନ କରିଛନ୍ତି। ସେ କହିଛନ୍ତି, ଝିଅ ମୋର ବରହମପୁରିଆ । ଗଞ୍ଜାମ ଜିଲ୍ଲାପାଳ ଥିବା ବେଳେ […] The post ପାଣ୍ଡିଆନଙ୍କ ବ୍ରହ୍ମପୁର ସମ୍ପର୍କ, କହିଲେ ଝିଅ ପାଇଛି ଏହିଠୁ… appeared first on Dharitri Odia News.
ଭୁବନେଶ୍ୱର,୫।୫: ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେଡି ନେତା ଭିକେ ପାଣ୍ଡିଆନ ୪ଟି ଜିଲାର ୩ ଲୋକ ସଭା ଆସନରେ ମାରାଥନ ପ୍ରଚାର କରିଛନ୍ତି। ପ୍ରଚାର ସମୟରେ ପାଣ୍ଡିଆନ ତାଙ୍କର ବ୍ରହ୍ମପୁର ଲିଙ୍କ ବିଷୟରେ ଖୁଲାସା କରିଛନ୍ତି। ସେ କହିଛନ୍ତି, ବ୍ରହ୍ମପୁରରୁ ଝିଅ ପାଇଛି।
ନିର୍ବାଚନ ପ୍ରଚାର ବେଳେ ବିଜେଡି ନେତା ପାଣ୍ଡିଆନ ନିଜ ବିୟେରେ ରୋଚକ କଥା ଉନ୍ମୋଚନ କରିଛନ୍ତି। ସେ କହିଛନ୍ତି, ଝିଅ ମୋର ବରହମପୁରିଆ । ଗଞ୍ଜାମ ଜିଲ୍ଲାପାଳ ଥିବା ବେଳେ ବ୍ରହ୍ମପୁରରେ ଝିଅ ଜନ୍ମ ହୋଇଥିଲା। ମାଆ ତାରାତାରାଣୀଙ୍କୁ ମନାସୀ ପାଇଥିବାରୁ ଝିଅ ନାଁ ଦେଇଛି ତାରା ।
ଛତ୍ରପୁରରେ ଆୟୋଜିତ ସଭାରେ ପାଣ୍ଡିଆନ କହିଛନ୍ତି କି, ତାଙ୍କ ଝିଅ ହେଉଛି ବରହମପୁରିଆ । ଗଞ୍ଜାମ ଜିଲ୍ଲାପାଳ ଥିବାବେଳେ ତାଙ୍କ ଝିଅ ବ୍ରହ୍ମପୁରରେ ହିଁ ଜନ୍ମ ହୋଇଥିଲେ । ଆଉ ତାହା ପୁଣି ମାଆ ତାରାତାରିଣୀଙ୍କ ଆଶୀର୍ବାଦରୁ । ମାଆଙ୍କ ଦର୍ଶନ କରିବାକୁ ଯାଇଥିବା ବେଳେ ଝିଅ ହେବା ପାଇଁ ମନାସୀ ଥିଲେ । ଏହାପରେ ତାଙ୍କର ଝିଅ ଜନ୍ମ ହୋଇଛି । ତେଣୁ ସେ ଝିଅର ନାଁ ତାରା ରଖିଛନ୍ତି ବୋଲି କହିଛନ୍ତି । ସେହିପରି ଝିଅ ନାଁ ସଭାରେ କହିଲେ ବୋଲି ଘରେ ଗାଳି ଖାଇବେ ବୋଲି ହସି ହସି କହିଥିଲେ ପାଣ୍ଡିଆନ ।
The post ପାଣ୍ଡିଆନଙ୍କ ବ୍ରହ୍ମପୁର ସମ୍ପର୍କ, କହିଲେ ଝିଅ ପାଇଛି ଏହିଠୁ… appeared first on Dharitri Odia News.