ପାଣ୍ଡିଆନଙ୍କ ସହ ଅଧିକାରୀଙ୍କ ଗସ୍ତ ନେଇ ପ୍ରଶ୍ନ ଉଠାଇଲା ଭାଜପା
ଭୁବନେଶ୍ୱର, ୨୯ା୪(ସୁନିତ୍ ମିଶ୍ର):ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ପୁରୀ ଗସ୍ତ ବେଳେ ବିଳମ୍ବିତ ରାତିରେ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଭିନିଲ୍ କ୍ରିଷ୍ଣା ଉପସ୍ଥିତ ଥିଲେ। ତାଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ଆହୁରି ଅନେକ ଅଧିକାରୀ ମଧ୍ୟ ସେଠାରେ ଥିବାର ଦେଖିବାକୁ ମିଳିଥିଲା। ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା ବେଳେ ବିଜେଡିର ଜଣେ ରାଜନୈତିକ ନେତାଙ୍କ ପାଖରେ ସରକାରୀ ଅଧିକାରୀ ରହିପାରିବେ କି ବୋଲି ଭାଜପାର ବରିଷ୍ଠ ନେତା ସମୀର ମହାନ୍ତି […] The post ପାଣ୍ଡିଆନଙ୍କ ସହ ଅଧିକାରୀଙ୍କ ଗସ୍ତ ନେଇ ପ୍ରଶ୍ନ ଉଠାଇଲା ଭାଜପା appeared first on Dharitri Odia News.
ଭୁବନେଶ୍ୱର, ୨୯ା୪(ସୁନିତ୍ ମିଶ୍ର):ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ପୁରୀ ଗସ୍ତ ବେଳେ ବିଳମ୍ବିତ ରାତିରେ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଭିନିଲ୍ କ୍ରିଷ୍ଣା ଉପସ୍ଥିତ ଥିଲେ। ତାଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ଆହୁରି ଅନେକ ଅଧିକାରୀ ମଧ୍ୟ ସେଠାରେ ଥିବାର ଦେଖିବାକୁ ମିଳିଥିଲା। ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା ବେଳେ ବିଜେଡିର ଜଣେ ରାଜନୈତିକ ନେତାଙ୍କ ପାଖରେ ସରକାରୀ ଅଧିକାରୀ ରହିପାରିବେ କି ବୋଲି ଭାଜପାର ବରିଷ୍ଠ ନେତା ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସମୀର କହିଛନ୍ତି, କାର୍ତ୍ତିକ ପାଣ୍ଡିଆନ କୌଣସି ନିର୍ବାଚିତ ଜନପ୍ରତିନିଧି ନୁହନ୍ତି। ତାଙ୍କ ଗସ୍ତ ବେଳେ କାହିଁକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରଶାସନିକ ଅଧିକାରୀ ଭିନିଲ୍ କ୍ରିଷ୍ଣା ଓ ଅନ୍ୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ। ଏହାସହ ଭିନିଲ୍ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବହିଷ୍କାର କରିବା ପାଇଁ ଭାଜପା ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଜାତୀୟ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ ଦାଖଲ କରିବ ବୋଲି ସମୀର କହିଛନ୍ତି।
The post ପାଣ୍ଡିଆନଙ୍କ ସହ ଅଧିକାରୀଙ୍କ ଗସ୍ତ ନେଇ ପ୍ରଶ୍ନ ଉଠାଇଲା ଭାଜପା appeared first on Dharitri Odia News.