ପାତ୍ରପଡା ମୋ ବସ ଟ୍ରାଜେଡି,ଝିଅ ପରେ ଆଖି ବୁଜିଲେ ମା”

ଭୁବନେଶ୍ୱର : ଲଗାତାର ଦୁର୍ଘଟଣା ଘଟାଉଛି ମୋବସ । ରାସ୍ତାରେ ନେଉଛି ଗୋଟାଏ ପରେ ଗୋଟାଏ ମୁଣ୍ଡ । ଗତ ଶୁକ୍ରବାର ଦିନ ରାତିରେ ମୋ ବସ ଦୁର୍ଘଟଣାରେ ଝିଅର ମୃତ୍ୟୁ ଘଟିଥିବା ବେଳେ ଇ ଆଜି ଚିକିତ୍ସାଧୀନ ଅବସ୍ଥାରେ ମା’ଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ମା’। ଗତ ୧୪ ତାରିଖରେ ତମାଣ୍ଡୋ ଥାନାର ଓଭରବ୍ରିଜ ତଳେ ବସଟି ଦୁର୍ଘଟଣା ଘଟାଇଥିଲା । ସୂଚନାନୁସାରେ,ଗତ ଶୁକ୍ରବାର […]

ପାତ୍ରପଡା  ମୋ ବସ ଟ୍ରାଜେଡି,ଝିଅ ପରେ ଆଖି ବୁଜିଲେ ମା”
ପାତ୍ରପଡା ମୋ ବସ ଟ୍ରାଜେଡି,ଝିଅ ପରେ ଆଖି ବୁଜିଲେ ମା'

ଭୁବନେଶ୍ୱର : ଲଗାତାର ଦୁର୍ଘଟଣା ଘଟାଉଛି ମୋବସ । ରାସ୍ତାରେ ନେଉଛି ଗୋଟାଏ ପରେ ଗୋଟାଏ ମୁଣ୍ଡ । ଗତ ଶୁକ୍ରବାର ଦିନ ରାତିରେ ମୋ ବସ ଦୁର୍ଘଟଣାରେ ଝିଅର ମୃତ୍ୟୁ ଘଟିଥିବା ବେଳେ ଇ ଆଜି ଚିକିତ୍ସାଧୀନ ଅବସ୍ଥାରେ ମା’ଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ମା’। ଗତ ୧୪ ତାରିଖରେ ତମାଣ୍ଡୋ ଥାନାର ଓଭରବ୍ରିଜ ତଳେ ବସଟି ଦୁର୍ଘଟଣା ଘଟାଇଥିଲା ।

ସୂଚନାନୁସାରେ,ଗତ ଶୁକ୍ରବାର ରାତି ୧୦ ଟା ବେଳେ ପାତ୍ରପଡା ରେଗାଲିଆ ମଲ୍‌ ଠାରେ ଘଟିଥିଲାମର୍ମନ୍ତୁଦ ସଡକ ଦୁର୍ଘଟଣା । ଯେଉଁଥିରେ ଘଟଣାସ୍ଥଳରେ ଜଣେ ସ୍କୁଟି ଆରୋହୀ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ମୃତ ଯୁବତୀଙ୍କ ନାଁ ରାଜକୁମାରୀ ପ୍ରଧାନ। ତାଙ୍କ ଘର ଫୁଲବାଣୀରେ ହୋଇଥିବାବେଳେ ମା’ଓ ଝିଅ ଭୁବନେଶ୍ୱରରେ ରହୁଥିଲେ । ସେମାନେ ରାତିରେ ତାଙ୍କ ଘରକୁ ଆସି ଥିବା ଜଣେ ସମ୍ପର୍କୀୟଙ୍କୁ ବସ ଷ୍ଟପ ରେ ଛାଡିବାକୁ ଆସିଥିଲେ । ଏହି ସମୟରେ ୩୩ ନମ୍ବର ମୋ ବସ କଳିଙ୍ଗନଗର ଡିପୋ କୁ ଯାଉଥିବା ସମୟରେ ଦ୍ରୁତ ବେଗରେ ଆସି ସ୍କୁଟିରେ ଥିବା ମା’ଝିଅଙ୍କୁ ଧକ୍କା ଦେଇଥିଲା । ଏଥିରେ ମା’ ରାସ୍ତା କଡ଼କୁ ଛିଟିକି ପଡିଥିବାବେଳେ ଝିଅଙ୍କୁ ସ୍କୁଟି ସହ ଶହେ ମିଟର ଯାଏଁ ଘୋଷାଡ଼ି ନେଇଥିଲା । ଫଳରେ ଘଟଣାସ୍ଥଳରେ ଝିଅ ର ମୃତ୍ୟୁ ହୋଇଥିଲା। ମାଆଙ୍କୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ବସ୍‌ଟି ଅନ୍ୟ ଏକ ସ୍କୁଟିରେ ଯାଉଥିବା ଦମ୍ପତିଙ୍କୁ ମଧ୍ୟ ଧକ୍କା ଦେଇଥିଲା। କିନ୍ତୁ ସୌଭାଗ୍ୟକୁ ଦୁହେଁ ରାସ୍ତାକଡ଼କୁ ଛିଟିକି ପଡ଼ିବାରୁ ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହା ଦେଖି ବସ୍‌ ଚାଳକଜଣଙ୍କ ଘଟଣାସ୍ଥଳରୁ ଫେରାର୍‌ ହେବାକୁ ଉଦ୍ୟମ କରିଥିଲେ। କିନ୍ତୁ ସ୍ଥାନୀୟ କିଛି ଯୁବକ ବସ୍‌କୁ ପିଛା କରି ତମାଣ୍ଡୋ ଛକରେ ଅଟକାଇଥିଲେ। ଡ୍ରାଇଭର୍‌ଙ୍କୁ ନିସ୍ତୁକ ମାଡ଼ ମାରିବା ସହ ବସ୍‌ ଭଙ୍ଗାରୁଜା କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।