ମହାଦେବ ଆପ୍ ପ୍ରମୋଟର ଚନ୍ଦ୍ରାକର ୟୁଏଇରେ ଗିରଫ; ଭାରତକୁ ଅଣାଯାଇପାରେ
ନୂଆଦିଲ୍ଲୀ: ଇଣ୍ଟରପୋଲ ରେଡ୍ ନୋଟିସ୍ ଆଧାରରେ ମହାଦେବ ଆପ୍ର ଅନ୍ୟତମ ପ୍ରମୋଟର ତଥା ୬,୦୦୦ କୋଟି ଟଙ୍କାର ବେଟିଂ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ସୌରଭ ଚନ୍ଦ୍ରାକର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ଗତ ସପ୍ତାହରେ ଗିରଫ ହୋଇଛି। ତାକୁ ଭାରତ ପ୍ରତ୍ୟାର୍ପଣ କରିବା ପାଇଁ କର୍ତ୍ତୃପକ୍ଷ ପ୍ରକ୍ରିୟା ଚଳାଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ଦୁର୍ନୀତିର ତଦନ୍ତ କରୁଥିବା ଛତିଶଗଡ ପୁଲିସ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମାଧ୍ୟମରେ ଚନ୍ଦ୍ରାକରକୁ ଯଥାଶୀଘ୍ର ଭାରତ […]

ନୂଆଦିଲ୍ଲୀ: ଇଣ୍ଟରପୋଲ ରେଡ୍ ନୋଟିସ୍ ଆଧାରରେ ମହାଦେବ ଆପ୍ର ଅନ୍ୟତମ ପ୍ରମୋଟର ତଥା ୬,୦୦୦ କୋଟି ଟଙ୍କାର ବେଟିଂ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ସୌରଭ ଚନ୍ଦ୍ରାକର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ଗତ ସପ୍ତାହରେ ଗିରଫ ହୋଇଛି। ତାକୁ ଭାରତ ପ୍ରତ୍ୟାର୍ପଣ କରିବା ପାଇଁ କର୍ତ୍ତୃପକ୍ଷ ପ୍ରକ୍ରିୟା ଚଳାଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ଦୁର୍ନୀତିର ତଦନ୍ତ କରୁଥିବା ଛତିଶଗଡ ପୁଲିସ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମାଧ୍ୟମରେ ଚନ୍ଦ୍ରାକରକୁ ଯଥାଶୀଘ୍ର ଭାରତ ଫେରାଇ ଆଣିବାକୁ ପ୍ରତ୍ୟାର୍ପଣ ଦସ୍ତାବିଜ ପ୍ରସ୍ତୁତ କରୁଛନ୍ତି। ଛତିଶଗଡ଼ ରାୟପୁରର ଏକ ଅଦାଲତ ଗୁରୁବାର ପ୍ରତ୍ୟାର୍ପଣ ଆଦେଶ ଜାରି କରିଛନ୍ତି। ଏହାକୁ ୟୁଏଇ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଇଛି ବୋଲି ନାମ ଗୋପନ ରଖିବା ସର୍ତ୍ତରେ ଜଣେ ଅଧିକାରୀ କହିଛନ୍ତି। ଚନ୍ଦ୍ରାକର ଓ ତା’ର ବ୍ୟବସାୟିକ ଅଂଶୀଦାର ରବି ଉପ୍ପଲକୁ ଗତ ବର୍ଷ ଡିସେମ୍ବରରେ ଦୁବାଇରେ ‘ଗୃହବନ୍ଦୀ’ କରାଯାଇଥିଲା। ମହାଦେବ ଅନଲାଇନ୍ ବୁକ୍ ଆପ୍ର ପରିଚାଳନା ଦୁବାଇରୁ ଚାଲିଛି ବୋଲି ଇଡି ସୂଚନା ଦେଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନାମ ଥିବା ରିପୋର୍ଟ ସମେତ ଛତିଶଗଡ଼ ପୁଲିସର ସମସ୍ତ ଏଫ୍ଆଇଆର୍କୁ ସିବିଆଇ ନିଜ ହାତକୁ ନେଇଛି।