ପାଦୁକା ଭାବି ପିଇଲେ ଏସି ପାଣି : ଭିଡିଓ ଭାଇରାଲ ହେବା ପରେ ବଢିଲା ଚର୍ଚ୍ଚା
କନକ ବ୍ୟୁରୋ : ଭାରତର ଲୋକ ବହୁତ ଧାର୍ମିକ ହେବା ସହ ଇଶ୍ୱର ବିଶ୍ୱାସୀ । ଏତେ ଇଶ୍ୱର ବିଶ୍ୱାସୀ ଯେ ଦେହ ଅସୁସ୍ଥ ହେଲେ କୌଣସି ଡାକ୍ତରଙ୍କ ନିକଟକୁ ଯିବା ଅପେକ୍ଷା ଠାକୁରଙ୍କ ନିକଟରେ ନିଜ ପୀଡାକୁ କହିଥାନ୍ତି । ଆଉ ଭାବି ନେଇ ଥାନ୍ତି ମୋ ଯନ୍ତ୍ରଣା ଭଗବାନ ଭଲ କରିଦେବେ । ସେଥିପାଇଁ କୁହାଯାଇଥାଏ ଭକ୍ତିରେ ବହୁତ ଶକ୍ତି ଥାଏ । କିନ୍ତୁ ଏ ଭକ୍ତି କେତେବେଳେ ଅନ୍ଧବିଶ୍ୱାସରେ ପରିଣତ ହୋଇଯାଇଥାଏ ତାହା ଜାଣିପାରିନଥାନ୍ତି ଇଶ୍ୱର ବିଶ୍ୱାସୀ ଭକ୍ତ । ଆମେ ଏ କଥା ଏଇଥିପାଇଁ କହୁଛୁ କାରଣ ବୃନ୍ଦାବନର ପ୍ରଶିଦ୍ଧ ବାଙ୍କେ ବିହାରୀ ମନ୍ଦିରରୁ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଆଶ୍ଚର୍ଯ୍ୟ ଆଉ ଚକିତ କରିବ । ଭାଇରାଲ ହେଉଥିବା ଭିଡିଓରେ ଲୋକମାନେ ମନ୍ଦିରରେ ଭଗବାନଙ୍କ ଦର୍ଶନ କରିବା ପରେ ଏକ ହାତୀ ଆକୃତିର ମୂର୍ତ୍ତୀ ମୂହଁରୁ ବାହାରୁଥିବା ପାଣି ପିଉଛନ୍ତି ଏବଂ ଦେହରେ ଛିଞ୍ଚି ହୋଇ ମୁଣ୍ଡରେ ମାରୁଛନ୍ତି । ଶ୍ରଦ୍ଧାଳୁ ଭାବୁଛନ୍ତି ଏହା ଶ୍ରୀକୃଷ୍ଣଙ୍କ ଚରଣାମୃତ । କିନ୍ତୁ ପ୍ରକୃତରେ ହାତୀ ମୁହଁରୁ ବାହାରୁଥିବା ପାଣି କୌଣସି ପବିତ୍ର ଚରଣାମୃତ ନୁହେଁ ବରଂ ଏସି ପାଣି । ମନ୍ଦିରର ଗର୍ଭଗୃହରେ ଲାଗିଥିବା ଏସିର ଏହି ପାଣି ହାତୀର ମୁହଁ ଦେଇ ଟପ୍ ଟପ୍ ହୋଇ ବାହାରୁଛି । ଏହି ଏସି ପାଣି ପିଇବା କୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । କିଏ ଏହାକୁ ମୁଣ୍ଡରେ ମାରୁଛି ତ କିିଏ ଏହାକୁ ଦେହରେ ଛିଞ୍ଚୁଛି

କନକ ବ୍ୟୁରୋ : ଭାରତର ଲୋକ ବହୁତ ଧାର୍ମିକ ହେବା ସହ ଇଶ୍ୱର ବିଶ୍ୱାସୀ । ଏତେ ଇଶ୍ୱର ବିଶ୍ୱାସୀ ଯେ ଦେହ ଅସୁସ୍ଥ ହେଲେ କୌଣସି ଡାକ୍ତରଙ୍କ ନିକଟକୁ ଯିବା ଅପେକ୍ଷା ଠାକୁରଙ୍କ ନିକଟରେ ନିଜ ପୀଡାକୁ କହିଥାନ୍ତି । ଆଉ ଭାବି ନେଇ ଥାନ୍ତି ମୋ ଯନ୍ତ୍ରଣା ଭଗବାନ ଭଲ କରିଦେବେ । ସେଥିପାଇଁ କୁହାଯାଇଥାଏ ଭକ୍ତିରେ ବହୁତ ଶକ୍ତି ଥାଏ । କିନ୍ତୁ ଏ ଭକ୍ତି କେତେବେଳେ ଅନ୍ଧବିଶ୍ୱାସରେ ପରିଣତ ହୋଇଯାଇଥାଏ ତାହା ଜାଣିପାରିନଥାନ୍ତି ଇଶ୍ୱର ବିଶ୍ୱାସୀ ଭକ୍ତ । ଆମେ ଏ କଥା ଏଇଥିପାଇଁ କହୁଛୁ କାରଣ ବୃନ୍ଦାବନର ପ୍ରଶିଦ୍ଧ ବାଙ୍କେ ବିହାରୀ ମନ୍ଦିରରୁ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଆଶ୍ଚର୍ଯ୍ୟ ଆଉ ଚକିତ କରିବ । ଭାଇରାଲ ହେଉଥିବା ଭିଡିଓରେ ଲୋକମାନେ ମନ୍ଦିରରେ ଭଗବାନଙ୍କ ଦର୍ଶନ କରିବା ପରେ ଏକ ହାତୀ ଆକୃତିର ମୂର୍ତ୍ତୀ ମୂହଁରୁ ବାହାରୁଥିବା ପାଣି ପିଉଛନ୍ତି ଏବଂ ଦେହରେ ଛିଞ୍ଚି ହୋଇ ମୁଣ୍ଡରେ ମାରୁଛନ୍ତି ।
ଶ୍ରଦ୍ଧାଳୁ ଭାବୁଛନ୍ତି ଏହା ଶ୍ରୀକୃଷ୍ଣଙ୍କ ଚରଣାମୃତ । କିନ୍ତୁ ପ୍ରକୃତରେ ହାତୀ ମୁହଁରୁ ବାହାରୁଥିବା ପାଣି କୌଣସି ପବିତ୍ର ଚରଣାମୃତ ନୁହେଁ ବରଂ ଏସି ପାଣି । ମନ୍ଦିରର ଗର୍ଭଗୃହରେ ଲାଗିଥିବା ଏସିର ଏହି ପାଣି ହାତୀର ମୁହଁ ଦେଇ ଟପ୍ ଟପ୍ ହୋଇ ବାହାରୁଛି । ଏହି ଏସି ପାଣି ପିଇବା କୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । କିଏ ଏହାକୁ ମୁଣ୍ଡରେ ମାରୁଛି ତ କିିଏ ଏହାକୁ ଦେହରେ ଛିଞ୍ଚୁଛି । ଆଉ କିଏ ଏହି ପାଣିକୁ କପ୍ ରେ ପୁରାଇ ଘରକୁ ନେଉଛନ୍ତି । ଭିଡିଓରେ ଜଣେ ଯୁବକ ଶ୍ରଦ୍ଧାଳୁଙ୍କୁ ଡାକିକି କହୁଛନ୍ତି ଯେ ଏହା ଯେଉଁ ପାଣି ଆପଣ ମାନେ ପିଉଛନ୍ତି ତାହା ଏସି ପାଣି.. ଶ୍ରୀକୃଷ୍ଣଙ୍କ ଚରାମୃତ ନୁହେଁ .. ତଥାପି ଶ୍ରଦ୍ଧାଳୁମାନେ ଯୁବକଙ୍କ କଥାକୁ ହେୟଜ୍ଞାନ କରି ଏସି ପାଣିପିଇ ଧନ୍ୟ ମନେ କରୁଛନ୍ତି । ତେବେ ମନ୍ଦିରର ପୂଜକ ମଧ୍ୟ ଏହି କଥାକୁ ସ୍ୱିକାର କରି କହିଛନ୍ତି ଯେ ଏହା ପ୍ରକୃତରେ ଚରାଣମୃତ ନୁହେଁ ଏହା ଏସି ପାଣି । ତେବେ ଏହାର ସତ୍ୟତା କେତେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି କିନ୍ତୁ ଜାତୀୟ ଗଣମାଧ୍ୟମରେ ଏହା ଚର୍ଚ୍ଚା ହେଉଛି ଯେ ଏହା ଚରଣାମୃତ ନୁହେଁ ବରଂ ଏସି ପାଣି ।
Serious education is needed 100%
People are drinking AC water, thinking it is 'Charanamrit' from the feet of God !! pic.twitter.com/bYJTwbvnNK — ZORO (@BroominsKaBaap) November 3, 2024
ଏବେ ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ର୍ୟକୁ ନେଇ ଉଠିଛି ପ୍ରଶ୍ନ । ଏସି ପାଣି ଦୂଷିତ ପାଣି ହୋଇଥାଏ । ଯାହା ସ୍ୱାସ୍ଥ୍ୟର ଅବନତି କରିଥାଏ । ଏବଂ ଯେଉଁମାନଙ୍କର ଇମ୍ୟୁନ୍ ସିଷ୍ଟମ ଦୁର୍ବଳ ଥିବ ସେମାନଙ୍କ ପାଇଁ ଏହା ବହୁତ ସାଙ୍ଘାତିକ ହୋଇପାରେ । କିନ୍ତୁ ଅନ୍ଧବିଶ୍ୱାସରେ ବସବର୍ତ୍ତି ହୋଇଥିବା ଶ୍ରଦ୍ଧାଳୁ ଏହା ଏସି ପାଣି ଜାଣିଲା ପରେ ବି କହୁଛନ୍ତି ଏହା ଆମର ଭାଗ୍ୟ ଯେ ଭଲ କର୍ମ କରିଥିଳୁ ଆମକୁ ଶ୍ରୀକୃଷ୍ଣଙ୍କ ଚରାମୃତ ତୁଣ୍ଡରେ ମାରିବାକୁ ସୌଭାଗ୍ୟ ମିଳିଛି । ତେବେ ସେ ଯାହାବି ହେଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । କିଏ କହୁଛି ମୁର୍ଖ ଭକ୍ତ.. ଆଉ କିଏ କହୁଛି ଭକ୍ତ କେବଳ ନିଜ ବିଶ୍ୱାସ ପାଳନ କରୁଛନ୍ତି ଆଉ ତାଙ୍କ ବିଶ୍ୱାସ ଭଗବାନ.. ତେବେ ଏ ଖବରର କେତେ ସତ୍ୟତା ତାହା ସ୍ପଷ୍ଟ ହୋଇନାହିଁ କିନ୍ତୁ ଜାତୀୟ ଗଣମାଧ୍ୟରେ ଏହାର ଚର୍ଚ୍ଚା ଜୋର ଧରିଛି ।