ପାନୀୟ ଜଳ ପ୍ରକଳ୍ପରୁ ବାହାରୁଛି ପଙ୍କୁଆ ପାଣି

ଡେରାବିଶ,୨୯ା୪ (ବେବର୍ତ୍ତା ଅଜୟ ଦାସ): ବର୍ତ୍ତମାନ ଦିନକୁଦିନ ତାପମାତ୍ରା ବୃଦ୍ଧି ପାଇ ଚାଲିଛି। ପାନୀୟ ଜଳ ପାଇବାରୁ ଗ୍ରାମବାସୀ ବଞ୍ଚିତ ହେଉଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଡେରାବିଶ ବ୍ଲକ ଅନ୍ତର୍ଗତ ରଘୁଦେଇପୁର ପଞ୍ଚାୟତରେ। ଏହି ପଞ୍ଚାୟତ ଅଧୀନ ରଘୁଦେଇପୁରଠାରେ ଥିବା ରଘୁଦେଇପୁର ଓ ନୋଳସାହି ଗ୍ରାମକୁ ପାନୀୟ ଜଳ ଯୋଗାଇଦେବାକୁ କେନ୍ଦ୍ରାପଡ଼ା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ପ୍ରକଳ୍ପରୁ ଆଇରନଯୁକ୍ତ ପଙ୍କୁଆ ପାଣି ବାହାରୁଥିବାରୁ ଉଭୟ ଗ୍ରାମର ଅଧିବାସୀ ପାନୀୟ ଜଳ ଓ […] The post ପାନୀୟ ଜଳ ପ୍ରକଳ୍ପରୁ ବାହାରୁଛି ପଙ୍କୁଆ ପାଣି appeared first on Dharitri Odia News.

ପାନୀୟ ଜଳ ପ୍ରକଳ୍ପରୁ ବାହାରୁଛି ପଙ୍କୁଆ ପାଣି

ଡେରାବିଶ,୨୯ା୪ (ବେବର୍ତ୍ତା ଅଜୟ ଦାସ): ବର୍ତ୍ତମାନ ଦିନକୁଦିନ ତାପମାତ୍ରା ବୃଦ୍ଧି ପାଇ ଚାଲିଛି। ପାନୀୟ ଜଳ ପାଇବାରୁ ଗ୍ରାମବାସୀ ବଞ୍ଚିତ ହେଉଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଡେରାବିଶ ବ୍ଲକ ଅନ୍ତର୍ଗତ ରଘୁଦେଇପୁର ପଞ୍ଚାୟତରେ। ଏହି ପଞ୍ଚାୟତ ଅଧୀନ ରଘୁଦେଇପୁରଠାରେ ଥିବା ରଘୁଦେଇପୁର ଓ ନୋଳସାହି ଗ୍ରାମକୁ ପାନୀୟ ଜଳ ଯୋଗାଇଦେବାକୁ କେନ୍ଦ୍ରାପଡ଼ା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ପ୍ରକଳ୍ପରୁ ଆଇରନଯୁକ୍ତ ପଙ୍କୁଆ ପାଣି ବାହାରୁଥିବାରୁ ଉଭୟ ଗ୍ରାମର ଅଧିବାସୀ ପାନୀୟ ଜଳ ଓ ନିତ୍ୟ ବ୍ୟବହାର୍ଯ୍ୟ ପାଣି ଟୋପାଏ ପାଇବାକୁ ନାହିଁ ନ ଥିବା ସମସ୍ୟା ସୃଷ୍ଟି ହୋଇଛି। ଏହି ଉଭୟ ଗ୍ରାମକୁ ପାନୀୟ ଜଳ ପାଇପ୍‌ ଯୋଗେ ଯୋଗାଇ ଦେବାକୁ ବିଭାଗସ୍ତରରେ ଲକ୍ଷାଧିକ ଟଙ୍କା ବ୍ୟୟରେ ବର୍ଷାଧିକ କାଳ ହେବ ଏକ ପାନୀୟ ପ୍ରକଳ୍ପ ଚାଲୁ ରହିଥିଲା। ନିର୍ମାଣ ହୋଇଥିବା ଓଭରହେଡ ଟାଙ୍କିରୁ ସମ୍ପୃକ୍ତ ଗ୍ରାମ ଦୁଇଟିକୁ ପାଇପ୍‌ ଯୋଗେ ଜଳ ଯୋଗାଇ ଦିଆଯାଇଛି। ମାତ୍ର ପାଣିର ମାନ ଅତ୍ୟଧିକ ଖରାପ ଥିବାରୁ ତାହା ଗ୍ରାମବାସୀଙ୍କ ପାଇଁ ବ୍ୟବହାର ଯୋଗ୍ୟ ହୋଇପାରୁନାହିଁ। ଏଥିସହିତ ଗ୍ରାମରେ ଥିବା ବିଭିନ୍ନ ନଳକୂପରୁ ଜଳସ୍ତର ହ୍ରାସ ପାଇବା ଯୋଗୁଁ ପାଣି ବାହାରୁ ନ ଥିବାରୁ ଗ୍ରାମବାସୀ ପାଣି ଟୋପାଏ ପାଇଁ ଡହଳବିକଳ ହେଉଥିବାରୁ ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଗ୍ରାମବାସୀ ଦାବି ଜଣାଇଛନ୍ତି। ଏ ସମ୍ପର୍କରେ ଡେରାବିଶ ବ୍ଲକ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ରୁଦ୍ର ପ୍ରସାଦ ସେଠୀଙ୍କୁ ପଚାରିବାରେ ଦୀର୍ଘବର୍ଷର ଉକ୍ତ ପ୍ରକଳ୍ପ ହୋଇଥିବାରୁ ପାଣିର ମାନ ଉପରେ ଆମେ ଆଶଙ୍କିତ ରହିଛୁ। ଏ ନେଇ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ମଧ୍ୟ ସେ ଅବଗତ କରାଇଛନ୍ତି। ଉକ୍ତ ସ୍ଥାନରେ ନୂତନ ପାଣି ଉତ୍ସର ଆବଶ୍ୟକତା ରହିଥିବା ନେଇ ସେ ରିପୋର୍ଟ ପ୍ରଦାନ କରିଛନ୍ତି।

The post ପାନୀୟ ଜଳ ପ୍ରକଳ୍ପରୁ ବାହାରୁଛି ପଙ୍କୁଆ ପାଣି appeared first on Dharitri Odia News.