ପାରମ୍ପରିକ ଖାଦ୍ୟରେ ମହକିଲା ବ୍ଲକ ପରିସର
କର୍ଲାମୁଣ୍ଡା:୯।୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପରିସରରେ ସୋମବାର ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ତେରେସିଙ୍ଗା ମା’ ଜଗତ ଜନନୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପ୍ରଥମ ଏବଂ ଟେର୍ଚାପଲା ମା’ ଲଷ୍ମୀ ନାରାୟଣୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱିତୀୟ ସ୍ଥାନ ରଖି ଜିଲା ପ୍ରତିଯୋଗିତାରେ ସାମିଲ ହେବା ପାଇଁ ମନୋନୀତ ହୋଇଛନ୍ତି। ପ୍ରଥମ ବିଜୟୀ ଦଳକୁ ୫ ହଜାର ଏବଂ ଦ୍ୱିତୀୟ ଦଳକୁ […] The post ପାରମ୍ପରିକ ଖାଦ୍ୟରେ ମହକିଲା ବ୍ଲକ ପରିସର appeared first on Dharitri Odia News.
କର୍ଲାମୁଣ୍ଡା:୯।୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପରିସରରେ ସୋମବାର ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ତେରେସିଙ୍ଗା ମା’ ଜଗତ ଜନନୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପ୍ରଥମ ଏବଂ ଟେର୍ଚାପଲା ମା’ ଲଷ୍ମୀ ନାରାୟଣୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱିତୀୟ ସ୍ଥାନ ରଖି ଜିଲା ପ୍ରତିଯୋଗିତାରେ ସାମିଲ ହେବା ପାଇଁ ମନୋନୀତ ହୋଇଛନ୍ତି। ପ୍ରଥମ ବିଜୟୀ ଦଳକୁ ୫ ହଜାର ଏବଂ ଦ୍ୱିତୀୟ ଦଳକୁ ୪ ହଜାର ଟଙ୍କା ପୁରସ୍କାର ବାବଦକୁ ପ୍ରଦାନ କରାଯାଇ ଥିବା ବେଳେ ବ୍ଲକସ୍ତରରେ କୃତିତ୍ୱ ପାଇଥିବା ୨ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଟ୍ରଫି ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ମୋଟ ୧୪ ସ୍ବୟଂ ସହାୟକ ଗୋଷ୍ଠିର ଶତାଧିକ ସଭ୍ୟ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଦେବେନ୍ଦ୍ର ସାମଲ, ସମ୍ମାନିତ ଅତିଥି ଭାବେ ତହସିଲଦାର ବିରୂପାକ୍ଷ ନନ୍ଦ, ବ୍ଲକ ଶିକ୍ଷା ଅଧିକାରୀ ବାଞ୍ଚାନିଧି ପଣ୍ଡା, ଏପିଓ ଲିଜା ବରିହା ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ସିଡିପିଓ କଳ୍ପଲତା ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ପାରମ୍ପରିକ ଖାଦ୍ୟର ପୁନଃରୁଦ୍ଧାର ସହ ଯୁବପିଢ଼ୀଙ୍କୁ ଏଥିପ୍ରତି ଆକୃଷ୍ଟ କରିବା, ଉନ୍ନତ ସ୍ବାସ୍ଥ୍ୟ ଗଠନ ପାଇଁ ପାରମ୍ପରିକ ଖାଦ୍ୟ ଖାଇବା ଲାଗି ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଶା ଜୀବନ ଜୀବିକା ମିଶନ ବ୍ଲକ କାର୍ଯ୍ୟକ୍ରମ ସଂଯୋଜିକା ସରୋଜିନୀ ପ୍ରଧାନ, ମିଶନ ଶକ୍ତି ଭାରପ୍ରାପ୍ତ ବିପିସି ନେତ୍ରା ନନ୍ଦ ତାଣ୍ଡି, ଓଏଲଏମ୍ ବିଏଲ୍ସି ଲଳିତ ମୋହନ ବିଶି, ଡମ୍ବରୁଧର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
The post ପାରମ୍ପରିକ ଖାଦ୍ୟରେ ମହକିଲା ବ୍ଲକ ପରିସର appeared first on Dharitri Odia News.