ବିଦ୍ୟୁତ୍‌ ତାରରେ ଛନ୍ଦିହୋଇ ଭାଲୁ ମୃତ

କବିସୂର୍ଯ୍ୟନଗର, ୧୪ା୭ (କୃପାସିନ୍ଧୁ ସ୍ବାଇଁ): ଶିକାରୀ ବିଛାଇ ଥିବା ବିଦ୍ୟୁତ ତାରରେ ଛନ୍ଦି ହୋଇ ଏକ ଭାଲୁର ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ତଥା ପୋଲସରା ବନାଞ୍ଚଳ ଅଧୀନରେ ଥିବା ନାଚୁଣିବାଡି ଗ୍ରାମ କନ୍ଧୁଣିଦେବୀ ନିକଟସ୍ଥ ଏକ ଚାଷ ଜମିରେ ଏହି ଘଟଣା ଘଟିଛି। ଭାଲୁଟି ମୃତ ଅବସ୍ଥାରେ ପଡିଥିବାର ଲୋକେ ଦେଖି ବନବିଭାଗକୁ ସୂଚନା ଦେଇଥିଲେ। ଆସିକା ଓ ପୋଲସରା ବନାଞ୍ଚଳର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ବନ୍ୟଜନ୍ତୁ […] The post ବିଦ୍ୟୁତ୍‌ ତାରରେ ଛନ୍ଦିହୋଇ ଭାଲୁ ମୃତ appeared first on Dharitri Odia News.

ବିଦ୍ୟୁତ୍‌ ତାରରେ ଛନ୍ଦିହୋଇ ଭାଲୁ ମୃତ

କବିସୂର୍ଯ୍ୟନଗର, ୧୪ା୭ (କୃପାସିନ୍ଧୁ ସ୍ବାଇଁ): ଶିକାରୀ ବିଛାଇ ଥିବା ବିଦ୍ୟୁତ ତାରରେ ଛନ୍ଦି ହୋଇ ଏକ ଭାଲୁର ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ତଥା ପୋଲସରା ବନାଞ୍ଚଳ ଅଧୀନରେ ଥିବା ନାଚୁଣିବାଡି ଗ୍ରାମ କନ୍ଧୁଣିଦେବୀ ନିକଟସ୍ଥ ଏକ ଚାଷ ଜମିରେ ଏହି ଘଟଣା ଘଟିଛି।

ଭାଲୁଟି ମୃତ ଅବସ୍ଥାରେ ପଡିଥିବାର ଲୋକେ ଦେଖି ବନବିଭାଗକୁ ସୂଚନା ଦେଇଥିଲେ। ଆସିକା ଓ ପୋଲସରା ବନାଞ୍ଚଳର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ଲାଗି ଭାଲୁଟିର ମୃତ୍ୟୁ ଘଟିଥିବା ବନବିଭାଗ ଅନୁମାନ କରିଛି। ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲସରା ରେଞ୍ଜର ଅନିଲ କୁମାର ପଣ୍ଡା କହିଛନ୍ତି।

The post ବିଦ୍ୟୁତ୍‌ ତାରରେ ଛନ୍ଦିହୋଇ ଭାଲୁ ମୃତ appeared first on Dharitri Odia News.