ପାରାଦୀପ ଆସୁଥିଲେ ଟ୍ରେନ୍, ଟ୍ରାକରୁ ଖସିଲା ଶେଷ ୩ଟି ବଗି

ପାରାଦୀପ ୨୦।୦୧ : ମାଲବାହୀ ଟ୍ରେନ୍‌ ଲାଇଚ୍ୟୁତ । ପାରାଦୀପ ରଙ୍ଗିଆଗଡ଼ ରେଲଓ୍ୱେ ଷ୍ଟେସନ ନିକଟରେ ଟ୍ରାକ୍‌ରୁ ଖସିଯାଇଛି ଟ୍ରେନ୍‌ର ୩ଟି ବଗି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଖବର ଅନୁଯାୟୀ, ଇଫ୍‌କୋ କମ୍ପାନୀରୁ ସାର ନେବାକୁ ଆସୁଥିଲା ଏକ ମାଲବାହୀ ଟ୍ରେନ୍‌ । ରଙ୍ଗିଆଗଡ଼ ରେଲଓ୍ୱେ ଷ୍ଟେସନ ନିକଟରେ ଘଟିଲା ଅଘଟଣ । ହଠାତ୍‌ ଟ୍ରକରୁ ଖସିଲା ଟ୍ରେନ୍‌ର ୩ଟି ବଗି । ମାଲବାହୀ ଟ୍ରେନ୍‌ରେ ଶେଷ ୩ଟି ବଗି ଟ୍ରକରୁ ଖସିଥିବା ଜଣାପଡିଛି । ତେବେ ଏହି ଦୁର୍ଘଟଣାରେ କୌଣସି ବଡ଼ଧରଣର କ୍ଷତି ହୋଇନଥିବା ସୂଚନା ମିଳିଛି । ସେପଟେ ଟ୍ରେନ୍‌ ଦୁର୍ଘଟଣା ପରେ ରେଳବାଇ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଟ୍ରାକରୁ ଖସିଥିବା ଟ୍ରେନ୍‌କୁ କିପରି ଟ୍ରାକକୁ ଆଣିବେ । ସେନେଇ ଉଦ୍ୟମ ଜାରି ରହିଛି । ଜଷ୍ଟିସ୍ ଶେଖର ଯାଦବଙ୍କ ବିରୋଧରେ FIR ପାଇଁ ଅନୁରୋଧ; ସିଜେଆଇଙ୍କୁ ଚିଠି ଲେଖିଲେ ୧୩ ବରିଷ୍ଠ ଓକିଲ

ପାରାଦୀପ ଆସୁଥିଲେ ଟ୍ରେନ୍, ଟ୍ରାକରୁ ଖସିଲା ଶେଷ ୩ଟି ବଗି

ପାରାଦୀପ ୨୦।୦୧ : ମାଲବାହୀ ଟ୍ରେନ୍‌ ଲାଇଚ୍ୟୁତ । ପାରାଦୀପ ରଙ୍ଗିଆଗଡ଼ ରେଲଓ୍ୱେ ଷ୍ଟେସନ ନିକଟରେ ଟ୍ରାକ୍‌ରୁ ଖସିଯାଇଛି ଟ୍ରେନ୍‌ର ୩ଟି ବଗି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । 

ଖବର ଅନୁଯାୟୀ, ଇଫ୍‌କୋ କମ୍ପାନୀରୁ ସାର ନେବାକୁ ଆସୁଥିଲା ଏକ ମାଲବାହୀ ଟ୍ରେନ୍‌ । ରଙ୍ଗିଆଗଡ଼ ରେଲଓ୍ୱେ ଷ୍ଟେସନ ନିକଟରେ ଘଟିଲା ଅଘଟଣ । ହଠାତ୍‌ ଟ୍ରକରୁ ଖସିଲା ଟ୍ରେନ୍‌ର ୩ଟି ବଗି । ମାଲବାହୀ ଟ୍ରେନ୍‌ରେ ଶେଷ ୩ଟି ବଗି ଟ୍ରକରୁ ଖସିଥିବା ଜଣାପଡିଛି । ତେବେ ଏହି ଦୁର୍ଘଟଣାରେ କୌଣସି ବଡ଼ଧରଣର କ୍ଷତି ହୋଇନଥିବା ସୂଚନା ମିଳିଛି । 

ସେପଟେ ଟ୍ରେନ୍‌ ଦୁର୍ଘଟଣା ପରେ ରେଳବାଇ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଟ୍ରାକରୁ ଖସିଥିବା ଟ୍ରେନ୍‌କୁ କିପରି ଟ୍ରାକକୁ ଆଣିବେ । ସେନେଇ ଉଦ୍ୟମ ଜାରି ରହିଛି । 

ଜଷ୍ଟିସ୍ ଶେଖର ଯାଦବଙ୍କ ବିରୋଧରେ FIR ପାଇଁ ଅନୁରୋଧ; ସିଜେଆଇଙ୍କୁ ଚିଠି ଲେଖିଲେ ୧୩ ବରିଷ୍ଠ ଓକିଲ