ପାରାଦୀପରେ ମାଛଧରା ବୋଟରୁ ଗୁଆ ଜବତ

ପାରାଦୀପ: ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ପକ୍ଷରୁ ପାରାଦୀପ ସମୁଦ୍ରରୁ ବିପୁଳ ପରିମାଣର ଗୁଆ ଜବତ କରାଯାଇଛି।ବାଂଲାଦେଶ ସହ ଜଡିତ ଭାରତର ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା ନିକଟରେ ସନ୍ଦେହଜନକ ଭାବରେ ଗତି କରୁଥିବା ଏକ ମାଛଧରା ଡଙ୍ଗା ଅଟକାଇଥିଲେ ଡ୍ୟୁଟିରେ ଥିବା ଏକ ତଟରକ୍ଷୀ ବାହିନୀ ଜାହାଜ ଏବଂ ICGS Varad। ICGS Varadର ଏକ ବୋର୍ଡିଂ ଦଳ ‘ଏଫବି ମା ବାସନ୍ତୀ’ ନାମକ ମାଛ ଧରିବା ଡଙ୍ଗାରେ ଧରିଥିଲେ। ତଲାସୀ ସମୟରେ ଜାହାଜରୁ ପ୍ରାୟ […]

ପାରାଦୀପରେ ମାଛଧରା ବୋଟରୁ ଗୁଆ ଜବତ

ପାରାଦୀପ: ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ପକ୍ଷରୁ ପାରାଦୀପ ସମୁଦ୍ରରୁ ବିପୁଳ ପରିମାଣର ଗୁଆ ଜବତ କରାଯାଇଛି।ବାଂଲାଦେଶ ସହ ଜଡିତ ଭାରତର ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା ନିକଟରେ ସନ୍ଦେହଜନକ ଭାବରେ ଗତି କରୁଥିବା ଏକ ମାଛଧରା ଡଙ୍ଗା ଅଟକାଇଥିଲେ ଡ୍ୟୁଟିରେ ଥିବା ଏକ ତଟରକ୍ଷୀ ବାହିନୀ ଜାହାଜ ଏବଂ ICGS Varad। ICGS Varadର ଏକ ବୋର୍ଡିଂ ଦଳ ‘ଏଫବି ମା ବାସନ୍ତୀ’ ନାମକ ମାଛ ଧରିବା ଡଙ୍ଗାରେ ଧରିଥିଲେ।

ତଲାସୀ ସମୟରେ ଜାହାଜରୁ ପ୍ରାୟ ୪୫୦ ବସ୍ତା ଗୁଆ ମିଳିଥିଲା। ପ୍ରତ୍ୟେକ ବସ୍ତାର ଓଜନ ପ୍ରାୟ ୫୦-୬୦ କିଲୋଗ୍ରାମ ଥିଲା ବେଳେ ମୋଟ ଓଜନ ୨୫ ଟନ୍ ବୋଲି ଜଣାପଡିଛି। ତେବେ ଏହାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।