ପାରିବାରିକ ପରାଜୟର ସମ୍ମୁଖୀନ ହେଲେ ବବି

ଭୁବନେଶ୍ୱର,୪।୬: ଓଡ଼ିଶାରେ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି ବିଜୁ ଜନତା ଦଳ। ଲୋକ ସଭାରେ ଦଳ ଅମାନତା ହରାଇଥିବା ବେଳେ ବିଧାନସଭାରେ ଖବର ଲେଖା ହେଲା ବେଳକୁ ୧୬ ଆସନରେ ବିଜୟୀ ହୋଇଥିବା ବେଳେ ୩୩ ଆସନରେ ଆଗୁଆ ଚାଲିଛି। ତେବେ ବିଜେଡିର ଦ୍ୱିତୀୟ ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ(ବବି) ସମ୍ବଲପୁର ଲୋକ ସଭା ଆସନରେ ପରାଜିତ ହୋଇଥିଲା ବେଳେ ତାଙ୍କ ମା’ ସନ୍ଧ୍ୟାରାଣୀ ଦାସ କୋରେଇ ଆସନରୁ ପରାଜିତ ହୋଇଛନ୍ତି। ସମ୍ବଲପୁର ଲୋକସଭା ଆସନରୁ […] The post ପାରିବାରିକ ପରାଜୟର ସମ୍ମୁଖୀନ ହେଲେ ବବି appeared first on Dharitri Odia News.

ପାରିବାରିକ ପରାଜୟର ସମ୍ମୁଖୀନ ହେଲେ ବବି

ଭୁବନେଶ୍ୱର,୪।୬: ଓଡ଼ିଶାରେ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି ବିଜୁ ଜନତା ଦଳ। ଲୋକ ସଭାରେ ଦଳ ଅମାନତା ହରାଇଥିବା ବେଳେ ବିଧାନସଭାରେ ଖବର ଲେଖା ହେଲା ବେଳକୁ ୧୬ ଆସନରେ ବିଜୟୀ ହୋଇଥିବା ବେଳେ ୩୩ ଆସନରେ ଆଗୁଆ ଚାଲିଛି। ତେବେ ବିଜେଡିର ଦ୍ୱିତୀୟ ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ(ବବି) ସମ୍ବଲପୁର ଲୋକ ସଭା ଆସନରେ ପରାଜିତ ହୋଇଥିଲା ବେଳେ ତାଙ୍କ ମା’ ସନ୍ଧ୍ୟାରାଣୀ ଦାସ କୋରେଇ ଆସନରୁ ପରାଜିତ ହୋଇଛନ୍ତି।

ସମ୍ବଲପୁର ଲୋକସଭା ଆସନରୁ ଭାଜପା ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିପୁଳ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କୁ ଲକ୍ଷାଧିକ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ସେହିପରି ବବିଙ୍କ ମା’ କୋରେଇ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସ ପରାଜିତ ହୋଇଛନ୍ତି। ସେଠାରେ ତାଙ୍କୁ ଭାଜପା ପ୍ରାର୍ଥୀ ଆକାଶ ଦାସ ନାୟକ ପରାସ୍ତ କରିଛନ୍ତି।

ତେବେ ଉଭୟେ ମା’ ଏବଂ ପୁଅ ଦୁଇଟି ଆସନରୁ ଏକସଙ୍ଗେ ପରାଜୟର ସାମ୍ନା କରିଥିଲା ବେଳେ ଏହାକୁ ପାରିବାରିକ ପରାଜୟ ବୋଲି ଲୋକେ କହୁଛନ୍ତି।

The post ପାରିବାରିକ ପରାଜୟର ସମ୍ମୁଖୀନ ହେଲେ ବବି appeared first on Dharitri Odia News.