ପାର୍ଟନରଙ୍କୁ ବାହାହେଲେ ବହିର୍ବ୍ୟାପାର ମନ୍ତ୍ରୀ
କାନ୍ବେରା,୧୮ା୩: ଅଷ୍ଟ୍ରେଲିଆ ବହିର୍ବ୍ୟାପାର ମନ୍ତ୍ରୀ ପେନ୍ନି ଓ୍ବଙ୍ଗ୍ ନିଜ ଦୀର୍ଘଦିନର ମହିଳା ପାର୍ଟନର ସୋଫିଏ ଆଲ୍ଲୋଉଆଚେଙ୍କୁ ବିବାହ କରିଛନ୍ତି। ନିଜ ସମଲିଙ୍ଗୀ ବିବାହ ସମ୍ପର୍କରେ ଓ୍ବଙ୍ଗ୍ ରବିବାର ଇନ୍ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ଏହି ସ୍ବତନ୍ତ୍ର ଦିନରେ ଆମ ସହ ପରିବାର ଓ ସମ୍ପର୍କୀୟମାନେ ଖୁସି ଶେୟାର କରିପାରିବେ ବୋଲି ସେ ଉଲ୍ଲେଖ କରିଛନ୍ତି। ଏଥିସହ ନିଜ ପାର୍ଟନରଙ୍କ ସହିତ ମାଲେସୀୟ-ଚାଇନା ରୀତିନୀତିରେ ବିବାହ ବେଳର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଏବଂ ଆଲ୍ଲୋଉଆଚେ ପ୍ରାୟ ୨ ଦଶନ୍ଧି […] The post ପାର୍ଟନରଙ୍କୁ ବାହାହେଲେ ବହିର୍ବ୍ୟାପାର ମନ୍ତ୍ରୀ appeared first on Dharitri Odia News.
କାନ୍ବେରା,୧୮ା୩: ଅଷ୍ଟ୍ରେଲିଆ ବହିର୍ବ୍ୟାପାର ମନ୍ତ୍ରୀ ପେନ୍ନି ଓ୍ବଙ୍ଗ୍ ନିଜ ଦୀର୍ଘଦିନର ମହିଳା ପାର୍ଟନର ସୋଫିଏ ଆଲ୍ଲୋଉଆଚେଙ୍କୁ ବିବାହ କରିଛନ୍ତି। ନିଜ ସମଲିଙ୍ଗୀ ବିବାହ ସମ୍ପର୍କରେ ଓ୍ବଙ୍ଗ୍ ରବିବାର ଇନ୍ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ଏହି ସ୍ବତନ୍ତ୍ର ଦିନରେ ଆମ ସହ ପରିବାର ଓ ସମ୍ପର୍କୀୟମାନେ ଖୁସି ଶେୟାର କରିପାରିବେ ବୋଲି ସେ ଉଲ୍ଲେଖ କରିଛନ୍ତି। ଏଥିସହ ନିଜ ପାର୍ଟନରଙ୍କ ସହିତ ମାଲେସୀୟ-ଚାଇନା ରୀତିନୀତିରେ ବିବାହ ବେଳର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।
ଏବଂ ଆଲ୍ଲୋଉଆଚେ ପ୍ରାୟ ୨ ଦଶନ୍ଧି ଧରି ଏକାଠି ରହିଆସୁଛନ୍ତି। ସାଉଥ୍ ଅଷ୍ଟ୍ରେଲିଆ ରାଜଧାନୀ ଏଡେଲାଇଡେରେ ଉଭୟେ ପରସ୍ପର ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ‘ଦି ସିଡ୍ନି ମର୍ନିଂ ହେରାଲ୍ଡ’ରେ ରିପୋର୍ଟ ପ୍ରକାଶ ପାଇଛି। ସିନେଟରେ ଓ୍ବଙ୍ଗ୍ ସାଉଥ୍ ଅଷ୍ଟ୍ରେଲିଆରୁ ପ୍ରତିନିଧିତ୍ୱ କରନ୍ତି। ୨୦୦୨ରୁ ସେ ଲେବର ପାର୍ଟିର ସିନେଟର ରହିଆସିଛନ୍ତି। ଓ୍ବଙ୍ଗ୍ ହେଉଛନ୍ତି ଅଷ୍ଟ୍ରେଲିଆ ସରକାରରେ କ୍ୟାବିନେଟ ମନ୍ତ୍ରୀ ପଦ ଅଳଙ୍କୃତ କରିଥିବା ପ୍ରଥମ ଏସିଆ ଜନ୍ମିତ ବ୍ୟକ୍ତି। ଅନ୍ୟପକ୍ଷେ ଏଡେଲାଇଡେ ୟୁନିଭର୍ସିଟି ଛାତ୍ର ସଂସଦର ପୂର୍ବତନ ଅଧ୍ୟକ୍ଷା ଆଲ୍ଲୋଉଆଚେ ଓ୍ବଙ୍ଗ୍ଙ୍କଠାରୁ ବୟସରେ ୭ ବର୍ଷ ସାନ। ସାଉଥ୍ ଅଷ୍ଟ୍ରେଲିୟାର ସ୍ବାସ୍ଥ୍ୟ ଓ ମାନବ ସେବା ବିଭାଗରେ ସେ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି। ୨୦୧୧ ଡିସେମ୍ବରରେ ସେ ଆଇଭିଏଫ୍ ପଦ୍ଧତିରେ ଉଭୟଙ୍କ ପ୍ରଥମ ସନ୍ତାନ ଆଲେକ୍ଜାଣ୍ଡ୍ରାଙ୍କୁ ଜନ୍ମ ଦେଇଥିଲେ। ୨୦୧୫ରେ ଏହି ଯୋଡ଼ିଙ୍କ ଦ୍ୱିତୀୟ ଝିଅ ହନ୍ନାହ ଜନ୍ମ ହୋଇଥିଲେ। ପ୍ରକାଶ ଯେ, ଅଷ୍ଟ୍ରେଲିଆରେ ୨୦୧୭ରୁ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପ୍ରଦାନ କରାଯାଇଆସୁଛି।
The post ପାର୍ଟନରଙ୍କୁ ବାହାହେଲେ ବହିର୍ବ୍ୟାପାର ମନ୍ତ୍ରୀ appeared first on Dharitri Odia News.