ପାର୍ବଣ ପାଇଁ ତତ୍ପର ପ୍ରଶାସନ: ଉଠାଦୋକାନୀଙ୍କୁ ଉଚ୍ଛେଦ

ଦାରିଙ୍ଗବାଡି,୪।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡିରେ ଶାରଦୀୟ ଛୁଟି ପାଇଁ ପ୍ରବଳ ଭିଡ଼ ଆରମ୍ଭ ହୋଇଗଲାଣି। ଗୋଟିଏ ପଟେ ସୁଭଦ୍ରା ଯୋଜନା ରାଶି ଉଠାଇବାକୁ, ଏବଂ ଆବେଦନ କରିବାକୁ ମହିଳାଙ୍କ ବିଭିନ୍ନ ବ୍ୟାଙ୍କ ସମେତ ଜନ ସେବାକେନ୍ଦ୍ରରେ ଭିଡ଼ ଜମୁଥିବା ବେଳେ ଟ୍ରାଫିକ ସମସ୍ୟା ଉପୁଜୁଛି। ଅନ୍ୟପଟେ ପେଟ ପାଟଣା ପାଇଁ ଉଠାଦୋକାନୀ ମାନଙ୍କ ଭିଡ। ଜାତୀୟ ରାଜପଥ କଡ଼ରେ ଦୋକାନ ଗୁଡିକ ମାଳମାଳ ହୋଇ ଥିବାରୁ ଦାରିଙ୍ଗବାଡିର ଟ୍ରାଫିକ […] The post ପାର୍ବଣ ପାଇଁ ତତ୍ପର ପ୍ରଶାସନ: ଉଠାଦୋକାନୀଙ୍କୁ ଉଚ୍ଛେଦ appeared first on Dharitri Odia News.

ପାର୍ବଣ ପାଇଁ ତତ୍ପର ପ୍ରଶାସନ: ଉଠାଦୋକାନୀଙ୍କୁ ଉଚ୍ଛେଦ

ଦାରିଙ୍ଗବାଡି,୪।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡିରେ ଶାରଦୀୟ ଛୁଟି ପାଇଁ ପ୍ରବଳ ଭିଡ଼ ଆରମ୍ଭ ହୋଇଗଲାଣି। ଗୋଟିଏ ପଟେ ସୁଭଦ୍ରା ଯୋଜନା ରାଶି ଉଠାଇବାକୁ, ଏବଂ ଆବେଦନ କରିବାକୁ ମହିଳାଙ୍କ ବିଭିନ୍ନ ବ୍ୟାଙ୍କ ସମେତ ଜନ ସେବାକେନ୍ଦ୍ରରେ ଭିଡ଼ ଜମୁଥିବା ବେଳେ ଟ୍ରାଫିକ ସମସ୍ୟା ଉପୁଜୁଛି। ଅନ୍ୟପଟେ ପେଟ ପାଟଣା ପାଇଁ ଉଠାଦୋକାନୀ ମାନଙ୍କ ଭିଡ। ଜାତୀୟ ରାଜପଥ କଡ଼ରେ ଦୋକାନ ଗୁଡିକ ମାଳମାଳ ହୋଇ ଥିବାରୁ ଦାରିଙ୍ଗବାଡିର ଟ୍ରାଫିକ ସମସ୍ୟା ଦ୍ବିଗୁଣିତ ହୋଇପଡିଛି।
ଏଥିରେ ସୁଧାର ଆଣିବା ପାଇଁ ସ୍ଥାନୀୟ ବିଡିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର, ଆଇଆଇଆସି ରମେଶ କୁମାର ପ୍ରଧାନ, ସବଇନ୍ସପେକ୍ଟର ଜୟନ୍ତ ସେଠୀ ପ୍ରମୁଖ ସଦଳବଳ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସର ମୁଖ୍ୟ ଫାଟକଠାରୁ ଆରମ୍ଭ କରି ତିନିଛକ ମଧ୍ୟରେ ରହିଥିବା ଉଠାଦୋକାନୀଙ୍କୁ ଉଠାଇଥିଲେ। ଶୀଘ୍ର ରାଜପଥ ଛାଡି ଅନ୍ୟତ୍ର ବ୍ୟବସାୟୀ କରିବାକୁ ପରାମର୍ଶ ଦେଇଥିଲେ ।

The post ପାର୍ବଣ ପାଇଁ ତତ୍ପର ପ୍ରଶାସନ: ଉଠାଦୋକାନୀଙ୍କୁ ଉଚ୍ଛେଦ appeared first on Dharitri Odia News.