ଅଟୋ ସହ ମୋଟର ସାଇକେଲ ଦୁର୍ଘଟଣା ଜଣେ ମୃତ
ପଟ୍ଟାଙ୍ଗି୧୧/୦୩କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ମାଳିପୁଟ ଛକ ତଥା ଜାତୀୟ ରାଜପଥ ଉପରେ ଏକ ଅଟୋ ସହ ମୋଟର ସାଇକେଲ ଦୁର୍ଘଟଣା ହୋଇ ଅଟୋ ଚାଳକ ଚିକିତ୍ସା ଧିନ ସମୟରେ ବିଳମ୍ବିତ ରାତିରେ ମୃତ୍ୟୁବରଣ କରିଥିବା ବେଳେ ମୋଟର ସାଇକେଲ ଆରୋହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ପୋଲିସର ପ୍ରାଥମିକ ରିପୋର୍ଟ ରୁ ଜଣାପଡ଼ିଛି । ସୂଚନା ଅନୁଯାଇ ସୋମବାର ବିଳମ୍ବିତ ରାତିରେ ସେମିଳିଗୁଡା ରୁ ପଟ୍ଟାଙ୍ଗି ଅଭିମୁଖେ ଆଗ ପଛ ହୋଇ ଆସୁଥିବା ଅଟୋ […] The post ଅଟୋ ସହ ମୋଟର ସାଇକେଲ ଦୁର୍ଘଟଣା ଜଣେ ମୃତ appeared first on Odisha.News.

ପଟ୍ଟାଙ୍ଗି୧୧/୦୩କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ମାଳିପୁଟ ଛକ ତଥା ଜାତୀୟ ରାଜପଥ ଉପରେ ଏକ ଅଟୋ ସହ ମୋଟର ସାଇକେଲ ଦୁର୍ଘଟଣା ହୋଇ ଅଟୋ ଚାଳକ ଚିକିତ୍ସା ଧିନ ସମୟରେ ବିଳମ୍ବିତ ରାତିରେ ମୃତ୍ୟୁବରଣ କରିଥିବା ବେଳେ ମୋଟର ସାଇକେଲ ଆରୋହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ପୋଲିସର ପ୍ରାଥମିକ ରିପୋର୍ଟ ରୁ ଜଣାପଡ଼ିଛି ।
ସୂଚନା ଅନୁଯାଇ ସୋମବାର ବିଳମ୍ବିତ ରାତିରେ ସେମିଳିଗୁଡା ରୁ ପଟ୍ଟାଙ୍ଗି ଅଭିମୁଖେ ଆଗ ପଛ ହୋଇ ଆସୁଥିବା ଅଟୋ ନଂ OD10U 7589 ହଟାତ ଡାହାଣ ଦିଗକୁ ଗତି କରିବା ପାଇଁ କିଛି ବାଟ ଆଗକୁ ଆସିବା ସମୟରେ ଅଟୋ ପଛରେ ଆସୁଥିବା ଅନ୍ୟ ଏକ ମୋଟର ସାଇକେଲ ନଂ OD10 V 8884 ଅଟୋ କୁ ଧକ୍କା ଦେଇଥିଲା ।
ଏହି ସମୟରେ ଅଟୋ ରାଜପଥ ଉପରେ ଓଲଟି ପଡିବା ଦ୍ୱାରା ଅଟୋ ଚାଳକ ଶିବ ହନ୍ତାଳ ଗୁରୁତର ଆହତ ହୋଇ ରାଜପଥ ଉପରେ ପଡି ରହିଥିବା ବେଳେ ମୋଟର ସାଇକେଲ ଆରୋହି ବିସମ ପାଙ୍ଗି ଅଟୋ କୁ ଧକ୍କା ଦେଇ କିଛି ବାଟ ଛିଟିକି ପଡି ଗୁରୁତର ଆହତ ହୋଇ ପଡି ରହିଥିଲେ । ଘଟଣା ସ୍ଥଳେ ରହିଥିବା ମାଳିପୁଟ ଗ୍ରାମବାସୀ ଏବଂ ଅନ୍ୟମାନେ ଦୁଇ ଗୁରୁତର ଙ୍କୁ ଉଧାର କରି ଆମ୍ବୁଲାନ୍ସ ଯୋଗେ ପଟ୍ଟାଙ୍ଗି ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତରିତ କରି ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ମେଡ଼ିକାଲ କଲେଜ କୁ ସ୍ଥାନାନ୍ତରିତ କରା ଯାଇଥିଲା ।
ଉକ୍ତ ମେଡ଼ିକାଲ କଲେଜ୍ ରେ ଦୁହେଁ ଚିକିତ୍ସା ଧିନ ରହିଥିବା ବେଳେ ଅଟୋ ଚାଳକ ଶିବ ହନ୍ତାଳ ଙ୍କ ମୃତ୍ୟୁବରଣ ହୋଇଥିବା ବେଳେ ମୋଟର ସାଇକେଲ ଆରୋହି ବିସମ ପାଙ୍ଗି ଗୁରୁତର ରହିଥିବା ସହ ମୃତ୍ୟୁ ସହ ସଂଗ୍ରାମ କରୁଥିବା ପୋଲିସ ପ୍ରକାଶ କରିଛି ।
ସେପଟେ ଦୁଇ ଦୁର୍ଘଟଣା ଗ୍ରସ୍ତ ଗାଡ଼ି କୁ ପୋଲିସ ଜବତ କରି ମଙ୍ଗଳବାର ମେଡିକାଲ କଲେଜ ରେ ପହଞ୍ଚି ମୃତ ଦେହ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
ଏଠାରେ ସୂଚନାଯୋଗ୍ୟ କି ମୃତ ଅଟୋ ଚାଳକ ମାଳିପୁଟ ଗ୍ରାମର ଜଗନ୍ନାଥ ହନ୍ତାଳ ଙ୍କ ପୁଅ ହୋଇଥିବା ବେଳେ ଆହତ ମୋଟର ସାଇକେଲ ଆରୋହି ପୁକାଲି ମୂଳାଗୁଡା ଗ୍ରାମର ଶୁକ୍ରୁ ପାଙ୍ଗି ଙ୍କ ପୁଅ ବୋଲି ଜଣାପଡିଛି ।
The post ଅଟୋ ସହ ମୋଟର ସାଇକେଲ ଦୁର୍ଘଟଣା ଜଣେ ମୃତ appeared first on Odisha.News.