ପାର୍ଲାମେଣ୍ଟ ଅଭିଯାନ ବେଳେ ବହୁ ଛାତ୍ରୀଛାତ୍ର ଅଟକ
ନୂଆଦିଲ୍ଲୀ,୨୫ା୬: ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଚଳିତ ବର୍ଷ ଅନୁଷ୍ଠିତ ଏନ୍ଇଇଟି-ୟୁଜି ପରୀକ୍ଷାରେ ବ୍ୟାପକ ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ପ୍ରତିବାଦରେ ସୋମବାର ପାର୍ଲାମେଣ୍ଟ ଅଭିଯାନ ବେଳେ ୨ ଡଜନ୍ରୁ ଅଧିକ ଛାତ୍ରୀଛାତ୍ରଙ୍କୁ ପୋଲିସ ଅଟକ ରଖିଛି। ସେମାନଙ୍କ ମଧ୍ୟରେ କଂଗ୍ରେସ ସ୍ବୀକୃତିପ୍ରାପ୍ତ ଛାତ୍ର ସଂଗଠନ ନ୍ୟାଶନାଲ ଷ୍ଟୁଡେଣ୍ଟସ୍ ୟୁନିୟନ ଅଫ୍ ଇଣ୍ଡିଆ (ଏନ୍ଏସ୍ୟୁଆଇ) ସଦସ୍ୟ ରହିଛନ୍ତି। ଏନ୍ଇଇଟି-ୟୁଜି ଅନିୟମିତତା ଏବଂ ୟୁଜିସି-ନେଟ୍ ପରୀକ୍ଷା ବାତିଲର ପ୍ରତିବାଦରେ ଛାତ୍ରୀଛାତ୍ର ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅଷ୍ଟାଦଶ […] The post ପାର୍ଲାମେଣ୍ଟ ଅଭିଯାନ ବେଳେ ବହୁ ଛାତ୍ରୀଛାତ୍ର ଅଟକ appeared first on Dharitri Odia News.
ନୂଆଦିଲ୍ଲୀ,୨୫ା୬: ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଚଳିତ ବର୍ଷ ଅନୁଷ୍ଠିତ ଏନ୍ଇଇଟି-ୟୁଜି ପରୀକ୍ଷାରେ ବ୍ୟାପକ ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ପ୍ରତିବାଦରେ ସୋମବାର ପାର୍ଲାମେଣ୍ଟ ଅଭିଯାନ ବେଳେ ୨ ଡଜନ୍ରୁ ଅଧିକ ଛାତ୍ରୀଛାତ୍ରଙ୍କୁ ପୋଲିସ ଅଟକ ରଖିଛି। ସେମାନଙ୍କ ମଧ୍ୟରେ କଂଗ୍ରେସ ସ୍ବୀକୃତିପ୍ରାପ୍ତ ଛାତ୍ର ସଂଗଠନ ନ୍ୟାଶନାଲ ଷ୍ଟୁଡେଣ୍ଟସ୍ ୟୁନିୟନ ଅଫ୍ ଇଣ୍ଡିଆ (ଏନ୍ଏସ୍ୟୁଆଇ) ସଦସ୍ୟ ରହିଛନ୍ତି। ଏନ୍ଇଇଟି-ୟୁଜି ଅନିୟମିତତା ଏବଂ ୟୁଜିସି-ନେଟ୍ ପରୀକ୍ଷା ବାତିଲର ପ୍ରତିବାଦରେ ଛାତ୍ରୀଛାତ୍ର ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅଷ୍ଟାଦଶ ଲୋକ ସଭାର ପ୍ରଥମ ଅଧିବେଶନ ସୋମବାର ଆରମ୍ଭ ହୋଇଥିବାବେଳେ ଏନ୍ଇଇଟି ବିଭ୍ରାଟ ପ୍ରତିବାଦରେ ଏନ୍ଏସ୍ୟୁଆଇ ସଦସ୍ୟମାନେ ପାର୍ଲାମେଣ୍ଟ ଅଭିଯାନ ପାଇଁ ଯୋଜନା କରିଥିଲେ। ଏଥିପାଇଁ ସେମାନେ ଯନ୍ତରମନ୍ତରଠାରେ ବହୁସଂଖ୍ୟାରେ ଏକାଠି ହୋଇଥିଲେ। ବିକ୍ଷୋଭ ପୂର୍ବରୁ ପୋଲିସ ଉକ୍ତ ଅଞ୍ଚଳରେ ବ୍ୟାରିକେଡ୍ ଲଗାଇବା ସହ ବ୍ୟାପକ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଥିଲା। କେତେକ ଛାତ୍ର ବ୍ୟାରିକେଡ୍ ଅତିକ୍ରମ କରିବାକୁ ଉଦ୍ୟମ କରିବାରୁ ପୋଲିସ ସେମାନଙ୍କୁ ଧରିନେଇ ବିଭିନ୍ନ ଥାନାରେ ଅଟକ ରଖିଛି।
The post ପାର୍ଲାମେଣ୍ଟ ଅଭିଯାନ ବେଳେ ବହୁ ଛାତ୍ରୀଛାତ୍ର ଅଟକ appeared first on Dharitri Odia News.