୨୨ ତାରିଖରେ ଓଡ଼ିଶା ଛୁଟି ଘୋଷଣା ଦାବି

ଭୁବନେଶ୍ୱର,୧୬।୧: ରାଜ୍ୟ ସରକାର ଆସନ୍ତା ୨୨ ତାରିଖକୁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରନ୍ତୁ। ଏହାସହ ସେ ଦିନ ରାଜ୍ୟରେ ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଭାଜପା ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି। ୫ଶହ ବର୍ଷର ସଂଘର୍ଷ ପରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଦେଶର ଅନେକ ରାଜ୍ୟରେ ସେହି ଦିନ ଛୁଟି ଘୋଷଣା କରାଯାଇଛି। ନିଶାଦ୍ରବ୍ୟ ବନ୍ଦ କରିବା ପାଇଁ […] The post ୨୨ ତାରିଖରେ ଓଡ଼ିଶା ଛୁଟି ଘୋଷଣା ଦାବି appeared first on Dharitri Odia News.

୨୨ ତାରିଖରେ ଓଡ଼ିଶା ଛୁଟି ଘୋଷଣା ଦାବି

ଭୁବନେଶ୍ୱର,୧୬।୧: ରାଜ୍ୟ ସରକାର ଆସନ୍ତା ୨୨ ତାରିଖକୁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରନ୍ତୁ। ଏହାସହ ସେ ଦିନ ରାଜ୍ୟରେ ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଭାଜପା ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି। ୫ଶହ ବର୍ଷର ସଂଘର୍ଷ ପରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଦେଶର ଅନେକ ରାଜ୍ୟରେ ସେହି ଦିନ ଛୁଟି ଘୋଷଣା କରାଯାଇଛି। ନିଶାଦ୍ରବ୍ୟ ବନ୍ଦ କରିବା ପାଇଁ ନିଦ୍ଦେର୍ର୍ଶ ଦିଆଯାଇଛି। ଅନ୍ୟ ରାଜ୍ୟ ଭଳି ଓ ସରକାର ମଧ୍ୟ ଜାନୁଆରି ୨୨ ତାରିଖରେ ଛୁଟି ଘୋଷଣା କରନ୍ତୁ। ଉକ୍ତ ଦିନକୁ ପୂଣ୍ୟ ଓ ପବିତ୍ର ଦିନ ଭାବେ ପାଳନ କରିବା ପାଇଁ ଆହ୍ବାନ ଦେବା ସହ ନିଶାଦ୍ରବ୍ୟ ବିକ୍ରି ମଧ୍ୟ ବନ୍ଦ କରାନ୍ତୁ ବୋଲି ଭାଜପା ଦାବି କରିଛି।

The post ୨୨ ତାରିଖରେ ଓଡ଼ିଶା ଛୁଟି ଘୋଷଣା ଦାବି appeared first on Dharitri Odia News.