ପାଳ ଭାଡ଼ିତଳୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ଥାନା ଅଧୀନ କରଦାଙ୍ଗି ଗ୍ରାମରୁ ଅପହୃତ ନାବାଳକ ଶାନ୍ତନୁ ପାତ୍ର(୧୨)ଙ୍କୁ ପୋଲିସ ଉଦ୍ଧାର କରିଛି। ନାବାଳକ ମୁମୂର୍ଷୁ ଅବସ୍ଥାରେ ଏକ ପାଳ ଭାଡ଼ିତଳେ ପଡ଼ିଥିଲେ। ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ପୋଲିସ ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ତଲାସୀ କରି ପାଇ ନ ଥିଲା। ଶୁକ୍ରବାର ଭୋର ସମୟରେ ସନ୍ଦିଗ୍ଧଙ୍କ ଘର୍‌ ନିକଟରୁ […] The post ପାଳ ଭାଡ଼ିତଳୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର appeared first on Dharitri Odia News.

ପାଳ ଭାଡ଼ିତଳୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ଥାନା ଅଧୀନ କରଦାଙ୍ଗି ଗ୍ରାମରୁ ଅପହୃତ ନାବାଳକ ଶାନ୍ତନୁ ପାତ୍ର(୧୨)ଙ୍କୁ ପୋଲିସ ଉଦ୍ଧାର କରିଛି। ନାବାଳକ ମୁମୂର୍ଷୁ ଅବସ୍ଥାରେ ଏକ ପାଳ ଭାଡ଼ିତଳେ ପଡ଼ିଥିଲେ। ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ପୋଲିସ ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ତଲାସୀ କରି ପାଇ ନ ଥିଲା। ଶୁକ୍ରବାର ଭୋର ସମୟରେ ସନ୍ଦିଗ୍ଧଙ୍କ ଘର୍‌ ନିକଟରୁ ମିଳିବା ପୋଲିସ ପାଇଁ ଚିନ୍ତାର କାରଣ ହୋଇଛି।

ସୂଚନା ଅନୁଯାୟୀ, ରିଙ୍କି ଓ ସଞ୍ଜୟ ପାତ୍ରଙ୍କ ପୁଅ ଶାନ୍ତନୁ ଅଗଷ୍ଟ ୨୭ରେ ସାଇକେଲରେ ସାହି ଭିତରକୁ ଯାଇ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଖୋଜା ଖୋଜା କରି ପାଇ ନ ଥିଲେ। ତେବେ ପୁଅକୁୁ ଉକ୍ତ ଗ୍ରାମର ଜଣେ ମହିଳା ଗୋଡ଼ହାତ ବାନ୍ଧି ରଖିଥିବା ସୂଚନା ପାଇଥିଲେ।

ଅପହରଣ କରାଯାଇଥିବା ନେଇ ତେଲକୋଇ ଥାନାରେ ଶାନ୍ତନୁଙ୍କ ମା’ ରିଙ୍କି ପାତ୍ର ଅଭିଯୋଗ କରିଥିଲେ। ଗାଁର ଜନୈକା ମହିଳା ତାଙ୍କ ପୁଅ ସହିତ ମିଶି ଘରୁ ଟଙ୍କା ଚୋରି କରୁଥିବା ଅଭିଯୋଗ କରି ଶାନ୍ତନୁଙ୍କୁ ଅଟକ ରଖିଥିଲେ। ତାଙ୍କ ସାଇକେଲକୁ ମଧ୍ୟ ରଖି ଟଙ୍କା ଦେଲେ ସାଇକେଲ ଓ ପୁଅକୁ ଛାଡ଼ିବେ ବୋଲି ନାବାଳକଙ୍କ ପରିବାର ଲୋକେ ଅଭିଯୋଗରେ ଦର୍ଶାଇଛନ୍ତି।

ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଫୋର୍ସ ଗାଁ ଓ ମହିଳାଙ୍କ ଘରେ ଛାନ୍‌ଭିନ୍ନ କରିଥିଲା। ଗୁରୁବାର ସା ସୁଦ୍ଧା ନାବାଳକଙ୍କ ପତ୍ତା ମିଳି ନ ଥିଲା। ଶୁକ୍ରବାର ଭୋର ସମୟରେ ସନ୍ଦିଗ୍ଧଙ୍କ ଘର ପଛପଟେ ଥିବା ଏକ ପାଳ ଭାଡ଼ିତଳୁ ନବାଳକଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏବେ ତାଙ୍କର ଚିକିତ୍ସା ଚାଲିଛି। ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି। କେନ୍ଦୁଝର ଏସ୍‌ଡିପିଓ ମହେନ୍ଦ୍ର ନାଥ ମୁର୍ମୁ କହିଛନ୍ତି, ସନ୍ଦିଗ୍ଧ ମହିଳାଙ୍କୁ ଅଟକ ରଖାଯାଇ ଘଟଣାର ତଦନ୍ତ ଚାଲିଛି। ତଦନ୍ତ ପରେ ଘଟଣା ସମ୍ପର୍କରେ ଜଣାଇ ଦିଆଯିବ ବୋଲି ସେ କହିଛନ୍ତି।

The post ପାଳ ଭାଡ଼ିତଳୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର appeared first on Dharitri Odia News.