ପାହାଡ଼ ଉପରେ ମହିଳାଙ୍କୁ ଗଣବଳାତ୍କାର ଘଟଣାରେ ୫ ଗିରଫ
କବିସୂର୍ଯ୍ୟନଗର,୧୨ା୭ (କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଜଣେ ମହିଳା ମଙ୍ଗଳବାର ଗଣବଳାତ୍କାରର ଶିକାର ହୋଇଥିଲେ। ତାଙ୍କୁ ଖଇରାପଲ୍ଳୀ ଗ୍ରାମସ୍ଥିତ ହ୍ରଦ ନିକଟରୁ ବୁଧବାର ସକାଳେ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରିଥିଲା। ଏହି ଘଟଣାରେ ଗୁରୁବାର ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କୋଟିନଡ଼ା ଥାନା ଅଧୀନ ଖାରିଆ ଗ୍ରାମର ସନ୍ତୋଷ ନାହାକ, କବିସୂର୍ଯ୍ୟନଗର ଥାନା ବାଣନଈ ଖରିଡା ଗ୍ରାମର ରାଜେନ୍ଦ୍ର ପ୍ରଧାନ, କୋଦଳା […] The post ପାହାଡ଼ ଉପରେ ମହିଳାଙ୍କୁ ଗଣବଳାତ୍କାର ଘଟଣାରେ ୫ ଗିରଫ appeared first on Dharitri Odia News.
କବିସୂର୍ଯ୍ୟନଗର,୧୨ା୭ (କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଜଣେ ମହିଳା ମଙ୍ଗଳବାର ଗଣବଳାତ୍କାରର ଶିକାର ହୋଇଥିଲେ। ତାଙ୍କୁ ଖଇରାପଲ୍ଳୀ ଗ୍ରାମସ୍ଥିତ ହ୍ରଦ ନିକଟରୁ ବୁଧବାର ସକାଳେ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରିଥିଲା। ଏହି ଘଟଣାରେ ଗୁରୁବାର ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କୋଟିନଡ଼ା ଥାନା ଅଧୀନ ଖାରିଆ ଗ୍ରାମର ସନ୍ତୋଷ ନାହାକ, କବିସୂର୍ଯ୍ୟନଗର ଥାନା ବାଣନଈ ଖରିଡା ଗ୍ରାମର ରାଜେନ୍ଦ୍ର ପ୍ରଧାନ, କୋଦଳା ଥାନା ଛଚିନା ଗ୍ରାମର ଟୁଲୁ ପ୍ରଧାନ, ରାଣୀପଡ଼ା ଗ୍ରାମର ଶୁଭ ମୁନି ଓ ବେଲପଡା ଗ୍ରାମର ଆଲୋକ ମଲ୍ଲିକ l ସେମାନଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ପୀଡ଼ିତାଙ୍କ କହିବାନୁସାରେ, ମଙ୍ଗଳବାର ଅପରାହ୍ନରେ ୪ରୁ ଊର୍ଦ୍ଧ୍ୱ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ତାଙ୍କୁ ଖଇରପଲ୍ଲୀ ଗ୍ରାମ ନିକଟସ୍ଥ ପାହାଡ଼ ଉପରକୁ ଉଠାଇ ନେଇଥିଲେ। ତାଙ୍କୁ ସେଠାରେ ମାଡ଼ମାରିବା ସହ ଗଣବଳାତ୍କାର କରି ଯୌନାଙ୍ଗରେ ମଦ ବୋତଲ ପୂରାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ପୋଲିସ ବୁଧବାର ସକାଳେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଗଞ୍ଜେଇ ବ୍ୟବସାୟକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ଜଣାପଡ଼ିଛି।
The post ପାହାଡ଼ ଉପରେ ମହିଳାଙ୍କୁ ଗଣବଳାତ୍କାର ଘଟଣାରେ ୫ ଗିରଫ appeared first on Dharitri Odia News.