ସିରିଜ ହାରିଯିବା ସତ୍ତ୍ୱେ ନିଜର ପ୍ରଶଂସା କରି ଚର୍ଚ୍ଚାରେ ଷ୍ଟୋକ୍ସ
ନୂଆଦିଲ୍ଲୀ,୨୭।୨: ଭାରତ ବିପକ୍ଷରେ ଇଂଲଣ୍ଡର ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଥିଲା। ହେଲେ ରୋହିତଙ୍କ ଯୁବ ବିଗ୍ରେଡ୍ ଇଂଲଣ୍ଡ ଟିମ୍ର ଆଶା ଧୂଳିସାତ କରିଦେଇଛନ୍ତି। ବେଜବଲ୍କୁ ନେଇ ଦୁନିଆରେ ଦବ୍ଦବା ହାସଲ କରିଥିବା ଇଂଲଣ୍ଡ ଟିମ୍ ଭାରତରେ ଟେଷ୍ଟ ସିରିଜ ହାରିଛି। ଏହାସତ୍ତ୍ୱେ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ନିଜର ପ୍ରଶଂସା କରିବାକୁ ପଛାଇ ନାହାନ୍ତି। ବିଦେଶୀ ଗଣମାଧ୍ୟମ ସହ ଆଲୋଚନା ବେଳେ ଷ୍ଟୋକ୍ସ କହିଛନ୍ତି, ୩-୧ର ସ୍କୋର ଲାଇନ୍ ଭଲ ଲାଗୁନାହିଁ। ହେଲେ […] The post ସିରିଜ ହାରିଯିବା ସତ୍ତ୍ୱେ ନିଜର ପ୍ରଶଂସା କରି ଚର୍ଚ୍ଚାରେ ଷ୍ଟୋକ୍ସ appeared first on Dharitri Odia News.
ନୂଆଦିଲ୍ଲୀ,୨୭।୨: ଭାରତ ବିପକ୍ଷରେ ଇଂଲଣ୍ଡର ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଥିଲା। ହେଲେ ରୋହିତଙ୍କ ଯୁବ ବିଗ୍ରେଡ୍ ଇଂଲଣ୍ଡ ଟିମ୍ର ଆଶା ଧୂଳିସାତ କରିଦେଇଛନ୍ତି। ବେଜବଲ୍କୁ ନେଇ ଦୁନିଆରେ ଦବ୍ଦବା ହାସଲ କରିଥିବା ଇଂଲଣ୍ଡ ଟିମ୍ ଭାରତରେ ଟେଷ୍ଟ ସିରିଜ ହାରିଛି। ଏହାସତ୍ତ୍ୱେ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ନିଜର ପ୍ରଶଂସା କରିବାକୁ ପଛାଇ ନାହାନ୍ତି।
ବିଦେଶୀ ଗଣମାଧ୍ୟମ ସହ ଆଲୋଚନା ବେଳେ ଷ୍ଟୋକ୍ସ କହିଛନ୍ତି, ୩-୧ର ସ୍କୋର ଲାଇନ୍ ଭଲ ଲାଗୁନାହିଁ। ହେଲେ ଆମେ ଯେଉଁଭଳି ଭାରତୀୟ ଟିମକୁ ଚ୍ୟାଲେଞ୍ଜ ଦେଇଛୁ ତାହାକୁ ନେଇ ଗର୍ବ କରୁଛୁ। ଆମେ ରାଞ୍ଚିରେ ମଧ୍ୟ ଟିମ୍ ଇଣ୍ଡିଆକୁ ସହଜରେ ଜିତିବାକୁ ଦେଇ ନ ଥିଲୁ। ମୁଁ ଭାବୁଛି ଏହା ଭାରତୀୟ ଟିମ୍ ମଧ୍ୟ ସ୍ବୀକାର କରିବ। ଏହି ଟିମ୍କୁ ଭାରତୀୟ ପରିସ୍ଥିତିରେ ଖେଳିବାର ଅନୁଭବ ନ ଥିଲା। ତଥାପି ଆମେ କଡ଼ା ଜବାବ ଦେଇଥିଲୁ। ମୁଁ ନିଜ ଦଳ ଉପରେ ଗର୍ବ କରୁଛି, କାରଣ ଆମର ପ୍ରତ୍ୟେକ ଖେଳାଳି ଶେଷ ଯାଏ ହାର ମାନି ନ ଥିଲେ। କୌଣସି ବି ଖେଳାଳି ପଛଘୁଞ୍ଚା ଦେଇ ନ ଥିଲେ।
The post ସିରିଜ ହାରିଯିବା ସତ୍ତ୍ୱେ ନିଜର ପ୍ରଶଂସା କରି ଚର୍ଚ୍ଚାରେ ଷ୍ଟୋକ୍ସ appeared first on Dharitri Odia News.