ପିଆଇବି ଭୁବନେଶ୍ବର କାର୍ଯ୍ୟାଳୟ ପରିଦର୍ଶନ କଲେ ଆଇଆଇଏସ ଶିକ୍ଷାନବୀସ
ଡେସ୍କ: ଭାରତୀୟ ସୂଚନା ସେବା (ଆଇଆଇଏସ) ୨୦୨୨ ଓ ୨୦୨୩ ବ୍ୟାଚର ଆଠ ଜଣ ଶିକ୍ଷାନବୀସ ପ୍ରଶିକ୍ଷଣ ଭ୍ରମଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେମାନେ ଭୁବନେଶ୍ବରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟରତ ବିଭିନ୍ନ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି। ଭୁବନେଶ୍ବର ଏନଏବିଏମ ପରିସରରେ ଥିବା ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) କାର୍ଯ୍ୟାଳୟ ପରିଦର୍ଶନ କରିବା ସହିତ ସେଠାକାର କାର୍ଯ୍ୟଧାରା ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ […]

ଡେସ୍କ: ଭାରତୀୟ ସୂଚନା ସେବା (ଆଇଆଇଏସ) ୨୦୨୨ ଓ ୨୦୨୩ ବ୍ୟାଚର ଆଠ ଜଣ ଶିକ୍ଷାନବୀସ ପ୍ରଶିକ୍ଷଣ ଭ୍ରମଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେମାନେ ଭୁବନେଶ୍ବରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟରତ ବିଭିନ୍ନ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି। ଭୁବନେଶ୍ବର ଏନଏବିଏମ ପରିସରରେ ଥିବା ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) କାର୍ଯ୍ୟାଳୟ ପରିଦର୍ଶନ କରିବା ସହିତ ସେଠାକାର କାର୍ଯ୍ୟଧାରା ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ମତବିନିମୟ କରିଛନ୍ତି।