ପିଆଜ ବିକିଲେ ସରକାର
ଭୁବନେଶ୍ୱର,୨୭।୯: ଖୁଚୁରା ବଜାରରେ ପିଆଜ ଦର ଆକାଶଛୁଆଁ ହୋଇଛି। କେଉଁଠି ପିଆଜ କିଲୋ ୬୦ ତ ପୁଣି କେଉଁଠି ୭୦ ଛୁଇଁଲାଣି। ଏହାକୁ ଦୃଷ୍ଟିରେ ରଖି ନାଫେଡ ମାଧ୍ୟମରେ ସରକାର ଖାଉଟିଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇ ଦେଉଛନ୍ତି । ଗତ ଦୁଇଦିନ ହେଲା ନାଫେଡ ସହାୟତାରେ ଭୁବନେଶ୍ୱର ଏବଂ ଆଖପାଖ ଅଞ୍ଚଳରେ ଖାଉଟିଙ୍କୁ ପିଆଜ ଯୋଗାଇ ଦିଆଯାଉଛି। ଜଟଣୀ, ମଙ୍ଗଳପୁର, ନିଆଳି, ଫୁଲନଖରା, ଡମଣା, ପିପିଲି, ନିମାପଡ଼ା, ବାଲିଅନ୍ତା, ବାଲିପାଟଣା, ରଘୁନାଥପୁର, ବାରଙ୍ଗ, ୟୁନିଟ-୪, ଲକ୍ଷ୍ମୀସାଗର, […] The post ପିଆଜ ବିକିଲେ ସରକାର appeared first on Dharitri Odia News.
ଭୁବନେଶ୍ୱର,୨୭।୯: ଖୁଚୁରା ବଜାରରେ ପିଆଜ ଦର ଆକାଶଛୁଆଁ ହୋଇଛି। କେଉଁଠି ପିଆଜ କିଲୋ ୬୦ ତ ପୁଣି କେଉଁଠି ୭୦ ଛୁଇଁଲାଣି। ଏହାକୁ ଦୃଷ୍ଟିରେ ରଖି ନାଫେଡ ମାଧ୍ୟମରେ ସରକାର ଖାଉଟିଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇ ଦେଉଛନ୍ତି । ଗତ ଦୁଇଦିନ ହେଲା ନାଫେଡ ସହାୟତାରେ ଭୁବନେଶ୍ୱର ଏବଂ ଆଖପାଖ ଅଞ୍ଚଳରେ ଖାଉଟିଙ୍କୁ ପିଆଜ ଯୋଗାଇ ଦିଆଯାଉଛି।
ଜଟଣୀ, ମଙ୍ଗଳପୁର, ନିଆଳି, ଫୁଲନଖରା, ଡମଣା, ପିପିଲି, ନିମାପଡ଼ା, ବାଲିଅନ୍ତା, ବାଲିପାଟଣା, ରଘୁନାଥପୁର, ବାରଙ୍ଗ, ୟୁନିଟ-୪, ଲକ୍ଷ୍ମୀସାଗର, କଳ୍ପନା ଛକ, ରୂପାଲି ଛକ, ନାଫେଡ଼ କାର୍ଯ୍ୟାଳୟ, ମଞ୍ଚେଶ୍ୱର ଆଦି ଅଞ୍ଚଳରେ ଖାଉଟିମାନଙ୍କୁ କିଲୋ ପିଛା ୩୫ ଟଙ୍କାରେ ପିଆଜ ବିକ୍ରୟ କରାଯାଉଛି।
ଅନ୍ୟପକ୍ଷେ ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଦରଦାମ ନିୟନ୍ତ୍ରଣ କରିବା ନେଇ ବିଭାଗୀୟ ଅଧିକାରୀ, ସମ୍ପୃକ୍ତ ବ୍ୟବସାୟୀ, ମଣ୍ଡି ମାଲିକ ଓ ଖୁଚୁରା ବେପାରୀଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିଛନ୍ତି।
ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମକୁ ରୋକିବା ନେଇ ସରକାର ଖାଉଟିମାନଙ୍କ ନିକଟରେ ସୁଲଭ ମୂଲ୍ୟରେ ସାମଗ୍ରୀ ପହଞ୍ଚାଇବା ଲକ୍ଷ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ପୂର୍ବରୁ ନାଫେଡ ମାଧ୍ୟମରେ ଆଳୁ ସଂଗ୍ରହ କରି ଖାଉଟିଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିଥିଲେ। ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ନାଫେଡ ମାଧ୍ୟମରେ ପିଆଜ ଯୋଗାଣ କରିବାକୁ ସରକାର ପଦକ୍ଷେପ ଗ୍ରହଣ କରୁଥିବା ଜଣାପଡିଛି।
The post ପିଆଜ ବିକିଲେ ସରକାର appeared first on Dharitri Odia News.