ପିଆଜ ରପ୍ତାନୀ ଉପରେ ପ୍ରତିବନ୍ଧକ ଅବଧି ପୁଣି ବୃଦ୍ଧି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଭାରତ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଶନିବାର, କେନ୍ଦ୍ର ସରକାର ପିଆଜ ରପ୍ତାନୀ ଉପରେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବ୍ୟାନ୍‌ ଲଗାଇଛନ୍ତି। ପୂର୍ବରୁ ପିଆଜ ରପ୍ତାନୀ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ସୀମା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଥିଲା।ସେପଟେ ଏହି ନିଷ୍ପତ୍ତିକୁ ଦେଶରେ ହେବାକୁ ଥିବା ଲୋକସଭା ନିର୍ବାଚନ ସହ ଯୋଡ଼ି ଦେଖାଯାଉଛି। ଏଭଳି କରି କେନ୍ଦ୍ର ସରକାର, ସାଧାରଣ ନିର୍ବାଚନ ସମୟରେ ଯେପରି ପିଆଜ ଦାମ୍‌ ନବଢ଼ିବ ସେଥିପାଇଁ ଧ୍ୟାନ ଦେଉଛନ୍ତି। ତେବେ ସରକାରଙ୍କ ଏହି ନିଷ୍ପତ୍ତିରେ କିଛି ବେଦେଶୀ ବଜାରରେ ପିଆଜ ଦାମ୍‌ରେ ବଢ଼ିପାରେ।MSPରୁ ତଳକୁ ଖସିଲା ସୋରିଷ ଦର, ସରକାରଙ୍କ ହସ୍ତକ୍ଷେପ ନିବେଦନ କଲେ ASEAସୂଚନାଥାଉକି, ଭାରତ ପିଆଜର ସବୁଠୁ ବଡ଼ ରପ୍ତାନୀକାରୀ ଦେଶ। ତେବେ ଦେଶରେ ବଢ଼ୁଥିବା ପିଆଜ ଦାମ୍‌ ବୃଦ୍ଧି କାରଣରୁ ୨୦୨୩ ଡିସେମ୍ବରରେ ଏହାର ରପ୍ତାନୀ ଉପରେ ବ୍ୟାନ୍‌ ଲଗାଇଥିଲେ। ଏହି ବ୍ୟାନ୍‌ର ସମୟ ସୀମା ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରହିଥିଲା।ଆଉ ପ୍ରତିବନ୍ଧକ ପରେ ଭାରତରେ ପିଆଜ ଦାମ୍‌ ମଧ୍ୟ କମିଥିଲା।ହେଲେ ଧୀରେ ଧୀରେ ଚଳିତ ସିଜିନ୍‌ର ନୂଆ ଫସଲ ବଜାରକୁ ଆସିବା ପରେ ରପ୍ତାନୀ ଉପରୁ ପ୍ରତିବନ୍ଧକ ହଟିବା ନେଇ କୁହାଯାଉଥିଲା। ମାତ୍ର ସରକାର ଏହି ପ୍ରତିବନ୍ଧକଙ୍କୁ ଆହୁରି ବଢ଼ାଇଛନ୍ତି।

ପିଆଜ ରପ୍ତାନୀ ଉପରେ ପ୍ରତିବନ୍ଧକ ଅବଧି ପୁଣି ବୃଦ୍ଧି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଭାରତ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଶନିବାର, କେନ୍ଦ୍ର ସରକାର ପିଆଜ ରପ୍ତାନୀ ଉପରେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବ୍ୟାନ୍‌ ଲଗାଇଛନ୍ତି। ପୂର୍ବରୁ ପିଆଜ ରପ୍ତାନୀ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ସୀମା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଥିଲା।

ସେପଟେ ଏହି ନିଷ୍ପତ୍ତିକୁ ଦେଶରେ ହେବାକୁ ଥିବା ଲୋକସଭା ନିର୍ବାଚନ ସହ ଯୋଡ଼ି ଦେଖାଯାଉଛି। ଏଭଳି କରି କେନ୍ଦ୍ର ସରକାର, ସାଧାରଣ ନିର୍ବାଚନ ସମୟରେ ଯେପରି ପିଆଜ ଦାମ୍‌ ନବଢ଼ିବ ସେଥିପାଇଁ ଧ୍ୟାନ ଦେଉଛନ୍ତି। ତେବେ ସରକାରଙ୍କ ଏହି ନିଷ୍ପତ୍ତିରେ କିଛି ବେଦେଶୀ ବଜାରରେ ପିଆଜ ଦାମ୍‌ରେ ବଢ଼ିପାରେ।
MSPରୁ ତଳକୁ ଖସିଲା ସୋରିଷ ଦର, ସରକାରଙ୍କ ହସ୍ତକ୍ଷେପ ନିବେଦନ କଲେ ASEA

ସୂଚନାଥାଉକି, ଭାରତ ପିଆଜର ସବୁଠୁ ବଡ଼ ରପ୍ତାନୀକାରୀ ଦେଶ। ତେବେ ଦେଶରେ ବଢ଼ୁଥିବା ପିଆଜ ଦାମ୍‌ ବୃଦ୍ଧି କାରଣରୁ ୨୦୨୩ ଡିସେମ୍ବରରେ ଏହାର ରପ୍ତାନୀ ଉପରେ ବ୍ୟାନ୍‌ ଲଗାଇଥିଲେ। ଏହି ବ୍ୟାନ୍‌ର ସମୟ ସୀମା ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରହିଥିଲା।ଆଉ ପ୍ରତିବନ୍ଧକ ପରେ ଭାରତରେ ପିଆଜ ଦାମ୍‌ ମଧ୍ୟ କମିଥିଲା।

ହେଲେ ଧୀରେ ଧୀରେ ଚଳିତ ସିଜିନ୍‌ର ନୂଆ ଫସଲ ବଜାରକୁ ଆସିବା ପରେ ରପ୍ତାନୀ ଉପରୁ ପ୍ରତିବନ୍ଧକ ହଟିବା ନେଇ କୁହାଯାଉଥିଲା। ମାତ୍ର ସରକାର ଏହି ପ୍ରତିବନ୍ଧକଙ୍କୁ ଆହୁରି ବଢ଼ାଇଛନ୍ତି।